ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରାୟ ତିରିଶଟି ଶିଶୁକନ୍ୟାଙ୍କ ଶରୀରାବଶେଷ ମିଳିଲା । ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଗଣଧର୍ଷଣର ଶିକାର ହେବା ପରେ ତାଙ୍କୁ ଅର୍ଦ୍ଧନଗ୍ନ ଓ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଅସଭ୍ୟତାର ଅନ୍ୟ ଏକ ରୂପ, ସଭ୍ୟତାର ଉନ୍ମେଷ କ୍ଷେତ୍ର ବୋଲି ବିଚାର କରାଯାଉଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଦେଖିବାକୁ ମିଳୁଛି । କିଏ କେତେ ଅସଭ୍ୟ ହୋଇପାରିବ, ସେହି ପ୍ରତିଯୋଗିତାରେ ଅନେକ ଇଞ୍ଜିନିୟରିଂ କଲେଜ ଆଗୁଆ ଅଛନ୍ତି । ଆଇ.ଆଇ.ଟି.ମାନଙ୍କରେ ବି ଏ ରୋଗ ବ୍ୟାପିଲାଣି । ରାଗିଙ୍ଗ ନାମରେ ପ୍ରତିବର୍ଷ ହଜାର ହଜାର କୋମଳମତି ବୁଦ୍ଧିମାନ୍ ଛାତ୍ର ବର୍ବରତା ଓ ଅସଭ୍ୟତାର ଶିକାର ହେଉଛନ୍ତି । ୨୦୦୨ ମସିହାରୁ ୨୦୦୭ ମସିହା ଭିତରେ ନାରୀ ଉପରେ ହେଉଥିବା ଅତ୍ୟାଚାର ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଏ ଯେ ପ୍ରତି ୧୦୦ ରୁ ୪୧ ଜଣ ମହିଳାଙ୍କୁ ବିଧା, ଚାପୁଡ଼ା ପ୍ରହାର, ତଣ୍ଟିଚିପା, ଚୁଟିଭିଡ଼ା ଓ ଠେଲାପେଲା କରାଯାଇଥାଏ । (କ୍ରାଇମ୍ ଏଗେନଷ୍ଟ ଓମାନ୍, ଦିଲ୍ଲୀ ପୋଲିସ୍) । ଇଣ୍ଟରଭ୍ୟୁ କରାଯାଇଥିବା ୧୮୦୫ ଜଣ ମହିଳାଙ୍କ ମଧ୍ୟରୁ ୭୮ ଭାଗ କହିଥିଲେ ଯେ ଏପରି ଦୁର୍ବ୍ୟବହାର ଓ ଅସଭ୍ୟ ଆଚରଣ ନିଜ ପିଲାଙ୍କ ସାମନାରେ ଘଟିଥାଏ । ସତର ଭାଗ ମହିଳା ନିଜ ପିଲାଙ୍କୁ ଢାଲ ଭଳି ଆଗରେ ଠିଆ କରାଇ, ଏପରି ଅତ୍ୟାଚାରରୁ ରକ୍ଷା ପାଇଥାନ୍ତି । ୫୪% କେଶ୍‌ରେ ଏପରି ଅସଭ୍ୟତାର ମୂଳକାରଣ ଯୌତୁକ । କଠୋରପନ୍ଥୀ ଅତ୍ୟନ୍ତ ରକ୍ଷଣଶୀଳ ସମାଜରେ ଏହାର ମାତ୍ରା ଅଧିକ । ଇରାନ୍‌ରେ ଗତ ତିନି ବର୍ଷ ଭିତରେ ଲକ୍ଷେ ବାଇଶ ହଜାର ମହିଳାଙ୍କୁ ଠିକ୍ ଭାବରେ ବାଳକାଟି ନଥିବା ଅଭିଯୋଗରେ ଦଣ୍ଡ ଦିଆଯାଇସାରିଲାଣି । ଆଫଗାନିସ୍ଥାନ, ପାକିସ୍ଥାନ ଓ କେତେକ ଆରବ ଦେଶରେ ଉଭୟ ପୁରୁଷ ଓ ମହିଳାଙ୍କୁ ଦଣ୍ଡସ୍ୱରୂପ ପଥର ଫୋପାଡ଼ି ମାରି ଦିଆଯାଇଛି, ହାତ କାଟି ଦିଆଯାଇଛି, ଆଖି ତାଡ଼ି ଦିଆଯାଇଛି । ଏହା ଧର୍ମରେ ଲେଖାଯାଇଛି ବୋଲି କୁହାଯାଉଛି ।

ଧର୍ମ ନାମରେ ସଭ୍ୟ ମାନବ ସମାଜରେ ଅସଭ୍ୟ ବର୍ବର ଆଚରଣ ସବୁଠାରୁ ବେଶି । ଯେଉଁ ଶ୍ରୀମନ୍ଦିରରେ ଭଦ୍ରତାର ପ୍ରତୀକ ବଳ ‘ଭଦ୍ର’ ଓ ଦେବୀ ସୁ’ଭଦ୍ରା’ଙ୍କର ପ୍ରତ୍ୟହ ପୂଜା ହୁଏ, ସେଠି ଅଭଦ୍ର ଭାଷା ଓ ଆଚରଣଯୋଗୁଁ ଆଜି ବହୁ ଭକ୍ତ ବ୍ୟଥିତ । ଆତଙ୍କବାଦ, ଉଗ୍ରବାଦ ମଧ୍ୟ ଧର୍ମ ନାମରେ କରାଯାଉଥିବା ଆଚରଣର ଏକ କୁତ୍ସିତ ରୂପ । ନିଜର ଅନ୍ଧବିଶ୍ୱାସକୁ ଅନ୍ୟମାନଙ୍କ ଉପରେ ଯୋର ଜବରଦସ୍ତ ଲଦି ଦେବା, ନିରୀହ, ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବା, ନିଜ ମତ ସହ ଏକମତ ହେଉନଥିବା

ବିକଳ୍ପ ବିଶ୍ୱ ୭୯