ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଶୁପକ୍ଷୀ ସମ୍ପଦ ଧ୍ୱଂସ ହୋଇଯିବ । ଦେଶରେ ଥିବା ୨୨ କୋଟି ଶାକାହାରୀଙ୍କଯୋଗୁଁ ହିଁ ଆଜି ଆମର ପଶୁ ଓ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହୋଇନାହିଁ । ବିଶ୍ୱ ଖାଦ୍ୟ ସଂଗଠନ ମତରେ, ଶାକାହାରୀ ଅଭ୍ୟାସ ହିଁ ଖାଦ୍ୟ ସଙ୍କଟରୁ ମୁକ୍ତି ପାଇବାପାଇଁ ଏକମାତ୍ର ଉପାୟ । ବିଶିଷ୍ଟ ଶରୀର ବିଜ୍ଞାନୀଙ୍କ ମତରେ ପ୍ରକୃତି ମାନବ ଶରୀରକୁ ଶାକାହାରୀ ଭାବରେ ସୃଷ୍ଟି କରିଛି । ପ୍ରାକୃତିକ ମାଂସାହାରୀ ଓ ଶାକାହାରୀ ଜୀବଙ୍କ ମଧ୍ୟରେ ୧୩ ପ୍ରକାର ପ୍ରଭେଦ ରହିଛି । ମାଂସାହାରୀ ଜନ୍ତୁଙ୍କ ପିଲା ଜନ୍ମ ପରେ ସପ୍ତାହେ ପର୍ଯ୍ୟନ୍ତ ଦେଖି ପାରନ୍ତି ନାହିଁ - ଆଖି ଫିଟେ ନାହିଁ । ଶାକାହାରୀଙ୍କ ପିଲା ଜନ୍ମ ହେବା ସଙ୍ଗେ ସଙ୍ଗେ ଆଖି ଖୋଲି ଦେଖିପାରନ୍ତି । ମାଂସାଶୀ ଜୀବଜନ୍ତୁଙ୍କ ବଡ଼ ବଡ଼ ନଖ ଦାନ୍ତ ଥାଏ, ମାରି କାଟି ଖାଇବାପାଇଁ, କିନ୍ତୁ ମଣିଷ ପିଲା ଓ ଅନ୍ୟ ଶାକାହାରୀ ଜନ୍ତୁଙ୍କ ଦାନ୍ତ ଗ୍ରାଇଣ୍ଡର ଭଳି ‘ପ୍ଲାଣ୍ଟ ଫୁଡ୍’ ବା ଉଦ୍ଭିଜ ଖାଦ୍ୟ ଚୋବାଇ ଖାଇବାପାଇଁ ତିଆରି ହୋଇଥାଏ । ଶିକାର କରିବାପାଇଁ ପ୍ରକୃତି ମାଂସାସୀ ଜୀବକୁ ରାତିରେ ଦେଖି ପାରିବା ଶକ୍ତି ବା ନାଇଟ୍ ଭିଜନ୍ ଦେଇଥାଏ - ଆମକୁ ନୁହେଁ । ଶିକାର ଧରି ମାରି ଖାଇବାକୁ ସେମାନଙ୍କର ବଡ ପାଟି, ଆମର ଛୋଟ ପାଟି - ଏହା କେବଳ ଶାକାହାରପାଇଁ । ସେମାନଙ୍କର ଧାରୁଆ ପଞ୍ଝା ଓ ଖଦଡ଼ା ଜିଭ; ମାରିବା, ରକ୍ତ ପିଇବାପାଇଁ ଥାଏ । ଆମର ପଞ୍ଝା ନାହିଁ ଓ ଜିଭ କୋମଳ । ସେମାନଙ୍କର ସ୍ୱାଦ ଓ ଝାଳ ଜିଭ ଦେଇ ବାହାରେ ।

ଶାକାହାରୀ ଜନ୍ତୁ ଓ ମଣିଷ ଝାଳ ଲୋମକୂପ ଦେଇ ବାହାରେ । ମାଂସାଶୀ ଜନ୍ତୁମାନେ ସ୍ୱଭାବତଃ ହିଂସ୍ର । ମଣିଷ ଓ ଅନ୍ୟ ଶାକାହାରୀ ପ୍ରାଣୀ ସ୍ୱଭାବତଃ ଶାନ୍ତିପ୍ରିୟ । ମାଂସାସୀ ପଶୁଙ୍କ ଅନ୍ତନାଳୀ ଛୋଟ ଓ ଏହି କାରଣରୁ ମାଂସ ଶୀଘ୍ର ହଜମ ହୋଇ ବାହାରିଯାଏ । ମଣିଷର ଅନ୍ତନାଳୀ ଖୁବ୍ ଲମ୍ବା ଓ ଲୋଚାକୋଚା ହୋଇଥିବାରୁ ମାଂସ ସହଜରେ ହଜମ ନ ହୋଇ ଓ ବାହାରି ନପାରି ବେଳେ ବେଳେ ପଚି ଯାଏ ଓ ଭିତରେ ପଡ଼ିରହେ । ସେହିପରି ମାଂସାସୀ ପଶୁଙ୍କ ଲିଭର ଓ କିଡ୍‌ନି ଆମଠାରୁ ଖୁବ୍ ବଡ଼ ହୋଇଥିବାରୁ ଶରୀର ବର୍ଜ୍ୟବସ୍ତୁକୁ ଶୀଘ୍ର ବହିର୍ଗତ କରାଇଥାଏ । ସେମାନଙ୍କ ପାକସ୍ଥଳୀ ଅମ୍ଳୀୟ, ଆମର ଆଲକାଲାଇନ୍ ବା କ୍ଷାରୀୟ । ମାଂସାଶୀ ପଶୁଙ୍କ ପ୍ରବୃତ୍ତି ହିଂସ୍ର, ମାରି ରକ୍ତ ଓ କଞ୍ଚାମାଂସ ଖାଇବାକୁ ଶିକାର ଉପରେ କୁଦି ପଡ଼ନ୍ତି - ମଣିଷର ପ୍ରକୃତି ଓ ପ୍ରବୃତ୍ତି ଏହାର ବିପରୀତ । ତେଣୁ ମଣିଷ ଦେହ ମନ ଓ ପାଚନ ପ୍ରକ୍ରିୟା ମାଂସାହାର ଅନୁପଯୁକ୍ତ ବୋଲି କୁହାଯାଉଛି ।

ଆମେ ପଶୁପତି ଶିବଙ୍କୁ ପୂଜା କରୁ, ପଶୁପତି ନାଥଙ୍କପାଇଁ ମନ୍ଦିର ଗଢ଼ୁ ଓ ତା ସହ ପଶୁ ହତ୍ୟାରେ ବି ପାରଙ୍ଗମ । ଗାଈ, ବଳଦ, କୁକୁର, ମାଙ୍କଡ଼, ମେଣ୍ଢା, ହାତୀ,

୮୬ ବିକଳ୍ପ ବିଶ୍ୱ