ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହିପରି ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସ ଏବେ ବିବାହ ବିମୁଖ ଯୁବବର୍ଗଙ୍କ ପ୍ରୋତ୍ସାହନପାଇଁ ବାର୍ଷିକ ବଜେଟ୍‌ରେ ଅଲଗା ଅର୍ଥ ବ୍ୟବସ୍ଥା କରିଛନ୍ତି । କ୍ରମବର୍ଦ୍ଧିଷ୍ଣୁ ବିବାହବିମୁଖତା, ବିବାହ ବିଚ୍ଛେଦ ଓ ସନ୍ତାନ ଅନିଚ୍ଛା ଫଳରେ ଦିନେ ଏହି ମହାଶକ୍ତି ହୀନଶକ୍ତି ହୋଇଯିବ ବୋଲି ଆଶଙ୍କା କରାଯାଉଛି । ସେହିପରି ୟୁରୋପରେ ଜନସଂଖ୍ୟା ବୃଦ୍ଧି ହାର ୦.୨୨ ପ୍ରତିଶତକୁ ଖସି ଆସିବା ଫଳରେ ୨୦୫୦ ମସିହା ବେଳକୁ ଶତକଡ଼ା ୨୫ ଭାଗ ଜନସଂଖ୍ୟା କମିଯାଇଥିବ । ଆମର ପଡୋଶୀ ଦେଶ ଚୀନ୍‌ରେ ଏକ ସନ୍ତାନ ପରିବାର ନୀତି ପ୍ରଣୟନ ଓ ଲାଗୁ ହେବା ପରେ ପିଲାଙ୍କ ସଂଖ୍ୟା କମି କମି ଗଲାଣି । ରୁଷିଆର ପ୍ରଧାନମନ୍ତ୍ରୀ ଭ୍ଲାଦିମିର ପୁଟିନ୍ ଏବେ ଅଧିକ ସନ୍ତାନ ଜନ୍ମ ଦେଉଥିବା ମହିଳାଙ୍କୁ ଅଧିକ ପଇସା ଦେବାପାଇଁ ଘୋଷଣା କରିଛନ୍ତି । ଫ୍ରାନ୍‌ସ ସରକାର ତୃତୀୟ ସନ୍ତାନ ଜନ୍ମ ଦେଉଥିବା ପିତାମାତାଙ୍କର ଭତ୍ତା ବଢାଇ ଦେଲେଣି । ଜର୍ମାନୀରେ ମଧ୍ୟ ସେହି ଅବସ୍ଥା । କେବଳ ଆଲ୍‌ବାନିଆକୁ ଛାଡ଼ିଦେଲେ ୟୁରୋପ୍‌ର ସବୁଦେଶରେ ଏହି ଦଶା ।

ଏକବିଂଶ ଶତାବ୍ଦୀରେ ଚୀନ୍ ଓ ଭାରତ ବିଶ୍ୱର ଦୁଇଟି ପ୍ରଧାନ ଅର୍ଥନୈତିକ ଶକ୍ତି ଭାବରେ ଉଭା ହେବେ ବୋଲି ବିଶେଷଜ୍ଞମାନେ ଭବିଷ୍ୟତବାଣୀ କଲେଣି । ଏହାର ମୁଖ୍ୟ କାରଣ ହେଲା - ତଥାକଥିତ ବିକଶିତ ଦେଶମାନଙ୍କରେ ଯୁବକ ଯୁବତୀଙ୍କ ସଂଖ୍ୟା ହ୍ରାସ । ସମାଜରେ ୨୫ ରୁ ୫୯ ବର୍ଷର ଲୋକେ ପିଲା ଓ ବୁଢ଼ାଙ୍କ ଦାୟିତ୍ୱ ନେଇଥାଆନ୍ତି । ଉତ୍ପାଦନରେ ସକ୍ରିୟ ଅଂଶ ଗ୍ରହଣ କରିଥାଆନ୍ତି । ଶାନ୍ତି ଓ ସୁରକ୍ଷା ବ୍ୟବସ୍ଥାକୁ ଗତିଶୀଳ ରଖିଥାଆନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, ଜନକଲ୍ୟାଣ କାମକୁ ଚଳାଇଥାନ୍ତି । ଯେତେବେଳେ ସମାଜରେ ଏହି ସକ୍ରିୟ ବର୍ଗର ସଂଖ୍ୟାରେ ହ୍ରାସ ଘଟେ, ସମାଜ ଓ ପରିବାର ଦୁର୍ବଳ ହୋଇଯାଏ । ଯେଉଁ ପରିବାରରେ କେବଳ ଶିଶୁ ଓ ବୃଦ୍ଧ ବଞ୍ଚି ରହନ୍ତି ସେ ପରିବାର ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳ ହୋଇ ରହେ । ହିସାବ କରାଯାଉଛି, ଯେଭଳି ଦୃତ ବେଗରେ ଚୀନ୍ ଦେଶର ଯୁବବର୍ଗର ସଂଖ୍ୟାହ୍ରାସ ଘଟୁଛି, ଆସନ୍ତା ୫୦/୬୦ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ଚୀନ୍‌କୁ ଟପିଯିବ । ସେତେବେଳକୁ ଭାରତର ଲୋକସଂଖ୍ୟା ମଧ୍ୟ ଦେଢ଼ଶହ କୋଟିରେ ପହଞ୍ଚିବ । ଭାରତର ଜନସଂଖ୍ୟା ଜନଶକ୍ତିରେ ପରିଣତ ହେବ ଏବଂ ଏହା ପରେ ପରେ ସେ ଶକ୍ତିରେ ମଧ୍ୟ ହ୍ରାସ ଘଟିବ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକାର ଶିଶୁ ଜନ୍ମହାର ପ୍ରବଳ ଭାବରେ ବଢ଼ିଯାଇଥିଲା । ଏହି ବେବି ବୁମର୍‌ମାନେ (ସନ୍ତାନ ଉପୁଜାଉଥିବା) ପରବର୍ତ୍ତୀ କାଳରେ ଆମେରିକାର ଅର୍ଥନୀତିକୁ ଅତି ଉନ୍ନତ ସ୍ତରକୁ ଉଠାଇ ବିଶ୍ୱର ସର୍ବପ୍ରଧାନ ଅର୍ଥନୀତି ଭାବେ

୯୦ ବିକଳ୍ପ ବିଶ୍ୱ