ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଠିଆ କରିଥିଲେ । ଏବେ ସେମାନେ ସମସ୍ତେ ୭୦ ବର୍ଷ ଅତିକ୍ରମ କରିଗଲେଣି ଓ ତାଙ୍କ ପିଲାମାନେ ଏକାଧିକ ସନ୍ତାନର ଜନନୀ-ଜନକ ହେବାପାଇଁ ରାଜି ନୁହଁନ୍ତି । ତେଣୁ ଆମେରିକା ଭଳି ଦେଶମାନେ ବିଦେଶରୁ ସମର୍ଥ ଲୋକଙ୍କୁ ଆଣି ନିଜ ଦେଶର ଅର୍ଥନୀତି ଓ ସାମାଜିକ ସେବା ବ୍ୟବସ୍ଥାକୁ ଚାଲୁ ରଖିଛନ୍ତି । ଓଡ଼ିଶା ଓ ଭାରତରେ ଯେଉଁମାନେ ୧୯୪୭ ମସିହାରେ ଜନ୍ମିଥିଲେ, ସେମାନେ ସମସ୍ତେ ୬୦ ବର୍ଷ ଅତିକ୍ରମ କରିସାରିଲେଣି । ତାଙ୍କର ନାତି ନାତୁଣୀମାନେ ଏବେ କୈଶୋର ଅବସ୍ଥାରେ ଅଛନ୍ତି । ଭାରତରେ ସେମାନଙ୍କ ସଂଖ୍ୟା ୨୩ କୋଟି ଏବଂ ଓଡ଼ିଶାରେ ପ୍ରାୟ ୯୦ ଲକ୍ଷ । ଏହି କିଶୋର କିଶୋରୀମାନେ ଭବିଷ୍ୟତରେ ବିବାହ ଓ ପରିବାର ସମ୍ପର୍କରେ ଯେଉଁ ନିଷ୍ପତ୍ତି ନେବେ, ତାହାରି ଉପରେ ଦେଶର ଶକ୍ତି ଓ ଭବିଷ୍ୟତ ନିର୍ଭର କରିବ । ଭାରତୀୟ ସଂସ୍କୃତିରେ ବିଭିନ୍ନ ପ୍ରକାର ଋଣ ଓ ତା’ର ପରିଶୋଧ କଥା କୁହା ଯାଇଛି । ଯଥା ପିତୃମାତୃ ଋଣ, ଋଷିଋଣ, ଦେବଋଣ, ସମାଜଋଣ ଇତ୍ୟାଦି । ପିତୃ-ମାତୃ ଋଣ କିପରି ପରିଶୋଧ କରାଯିବ ବା ସେ ଋଣରୁ କିପରି ମୁକ୍ତି ମିଳିବ , ସେ ସମ୍ପର୍କରେ କୁହାଯାଇଛି କେବଳ ସନ୍ତାନ ଜନ୍ମ ଦେଇ ପିତା ମାତା ହେଲେ ହିଁ ଏପରି ଋଣରୁ ମୁକ୍ତି ମିଳିବ ।

୪ ଜାନୁଆରୀ, ୨୦୦୭

ବିକଳ୍ପ ବିଶ୍ୱ ୯୧