ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉତ୍ତପ୍ତ ଧରିତ୍ରୀ ଓ ପାଗ ପରିବର୍ତ୍ତନ

ଅଂଶୁଘାତ ଓଡ଼ିଶାବାସୀଙ୍କପାଇଁ ଏକ ନୂଆ ଶବ୍ଦ ଥିଲା ଦଶବର୍ଷ ପୂର୍ବେ । ଏବେ ଅଂଶୁଘାତ ଓ ତଦ୍‌ଜନିତ ମୃତ୍ୟୁ ଗ୍ରୀଷ୍ମକାଳର ଏକ ସାଧାରଣ ଗୁଣ ବୋଲି ଲୋକେ ଭାବିଲେଣି । ବରଫର ଘର ହିମାଳୟ ଏବେ ଗ୍ରୀଷ୍ମାଳୟ ହେବାକୁ ଯାଉଛି । ଶୀତ ଦେଶବାସୀ ଇଂରେଜମାନେ ଶୀତପ୍ରଧାନ ସିମ୍‌ଲାରେ ବର୍ଷକରୁ ଛ’ ମାସ ରହି ବ୍ରିଟିଶ୍ ସାମ୍ରାଜ୍ୟ ଚଳାଉଥିଲେ । ଏବେ ପର୍ଯ୍ୟଟକମାନେ ସିମଲା ଡେଇଁ ଆଉ ଶହେ କିଲୋମିଟର ଗଲେ ବରଫ ଦେଖୁଛନ୍ତି । ଧାର୍ମିକ ଇତିହାସରେ ପ୍ରଥମଥରପାଇଁ ଅମରନାଥ ଯାତ୍ରୀମାନେ ହିମଲିଙ୍ଗ ଦର୍ଶନରୁ ବଞ୍ଚିତ ହେଲେ । ସେମାନଙ୍କର ଯୁଗ ଯୁଗ ଧରି ରହିଥିବା ଧର୍ମ ବିଶ୍ୱାସରେ ଆଘାତ ଲାଗିବା ଭୟରେ ମନ୍ଦିର ପରିଚାଳନା କତ୍ତୃପକ୍ଷ ସୁଦୂର ଦିଲ୍ଲୀରୁ ବରଫ ମଗାଇ ଏକ କୃତ୍ରିମ ହିମଲିଙ୍ଗ ତିଆରି କରି ଭକ୍ତମାନଙ୍କୁ ଦେଖାଇଲେ । ପ୍ରକୃତିର ନିୟମ ଓ ଶୃଙ୍ଖଳା ଭଙ୍ଗ ହେଲେ ଧର୍ମବିଶ୍ୱାସ ମଧ୍ୟ ଆହତ ହୁଏ । ଏହି ଶୃଙ୍ଖଳାକୁ ପୁନର୍ଜୀବିତ କରିବାପାଇଁ ଦକ୍ଷିଣ ଆମେରିକାର ‘ରିଓ ଡି ଜାନିରୋ’ ସହରରେ ୧୯୯୨ ମସିହାରେ ପୃଥବୀ ସୁରକ୍ଷା ଶିଖର ସମ୍ମିଳନୀରେ ଯେଉଁ ପ୍ରସ୍ତାବସବୁ ଗୃହୀତ ହୋଇଥିଲା, ଅନେକ ଧନୀ ଦେଶଙ୍କର ବିରୋଧ ଓ ଅସହଯୋଗ କାରଣରୁ ସେଗୁଡ଼ିକ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରୁନାହିଁ ।

ପ୍ରାୟ ବାର ହଜାର କିଲୋମିଟର ଗୋଲେଇବିଶିଷ୍ଟ ପୃଥିବୀ ସୂର୍ଯ୍ୟଙ୍କଠାରୁ ୯୨,୯୬୨,୦୦୦ ମାଇଲ ଦୂରରେ ଥାଇ ମଧ୍ୟ ଏବେ ଉତ୍ତପ୍ତ । ନାଇଟ୍ରୋଜେନ୍, ଅକ୍ସିଜେନ୍ ବା ଅମ୍ଳଜାନ, ଅଙ୍ଗାରକାମ୍ଳ ଓ ଜଳୀୟ ବାଷ୍ପଦ୍ୱାରା ତିଆରି ବାତାବରଣ ଚାଦର ପରି ପୃଥିବୀ ଚାରିପଟେ ଘେରି ରହିଥିବାରୁ ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣରୁ ଆମେ ରକ୍ଷା ପାଇଛେ । ଏହା ଉପରେ ପୁଣି ରହିଛି ଓଜୋନ୍‌ର ରକ୍ଷାକାରୀ କବଚ । ବାୟୁମଣ୍ଡଳ ଅତ୍ୟନ୍ତ ଦୂଷିତ ହେବା ଫଳରେ ଏହି ଓଜୋନ୍ କବଚର ବିଭିନ୍ନ ଜାଗାରେ ହେଲାଣି

୯୨ ବିକଳ୍ପ ବିଶ୍ୱ