ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଯୁକ୍ତି ଉପକରଣମାନ ତିଆରି କରିପାରିଲେ ଆଜିର ପରିସ୍ଥିତିରେ ପରିବର୍ତ୍ତନ ଆସିବ । ସମାଧାନପାଇଁ ଉଦ୍‌ବିଗ୍ନ ପରିବେଶ ବିଜ୍ଞାନୀମାନେ ନୂଆ ଓ ପରିବେଶ ପ୍ରିୟ ‘ଟେକ୍ନୋଲୋଜି’ ବା ବୈଷୟିକ ଜ୍ଞାନ କୌଶଳ ଆଡ଼କୁ ଅନାଇ ରହିଛନ୍ତି । ସବୁଠାରୁ ଉଦ୍‌ବେଗଜନକ କଥା ହେଲା ଅଙ୍ଗାରକାମ୍ଳ ସହଜରେ ମିଳାଇଯାଏ ନାହିଁ । ଏହା ପଚାଶ ଷାଠିଏ ବର୍ଷ ଯାଏ ବାୟୁମଣ୍ଡଳରେ ଜମି ରହେ । ଅର୍ଥାତ୍ ୧୯୬୦, ୭୦, ୮୦ ମସିହାରେ ଗାଡ଼ି ମଟର କଳକାରଖାନା ଯେଉଁ କାର୍ବନ୍ ଡାଇଅକ୍ସାଇଡ୍ ଛାଡ଼ିଥିଲେ ସେ ସବୁ ୨୦୧୦, ୨୦, ୩୦, ୪୦ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବ । ସେହିପରି ଆଜି ଆମେ ଯେଉଁ ଅଙ୍ଗାରକାମ୍ଳ ସୃଷ୍ଟି କରୁଛେ ତାହା ୨୦୬୦ ମସିହା ପର୍ଯ୍ୟନ୍ତ ପରିବେଶକୁ ଦୂଷିତ କରୁଥିବ ।

ତେବେ ସାଧାରଣ ନାଗରିକମାନଙ୍କୁ ଅନେକ କିଛି କରିବାକୁ ହେବ । କ୍ରମବର୍ଦ୍ଧିଷ୍ଣୁ ଉତ୍ତାପ କବଳରୁ ରକ୍ଷା ପାଇବାପାଇଁ କବାଟ ଝରକା ବନ୍ଦ କରି ଏସି ଲଗାଇ ଘରେ ଲୁଚି ରହିଲେ ଉତ୍ତାପ ଆହୁରି ବଢ଼ିବ ସିନା କମିବ ନାହିଁ । ଯଦି ଉଷ୍ଣତାର ମାତ୍ରା ଆଉ ପାଞ୍ଚ ଡିଗ୍ରୀ ବଢ଼ିଯାଏ, ତେବେ ୨୦୫୦ ମସିହାରେ ପୃଥିବୀକୁ ଚିହ୍ନି ହେବ ନାହିଁ । "ୱେର ମେକର୍”ର ରଚୟିତା ବୈଜ୍ଞାନିକ ଫ୍ଲାନେରୀଙ୍କ ହିସାବ ଅନୁସାରେ ଆମେ ଯଦି ଅଙ୍ଗାରକାମ୍ଳର ମାତ୍ରା ଏବେ ଯାହା ଅଛି ତାର ୭୦ ଭାଗ କମାଇ ଦେଇପାରିବା ତେବେ ଯାଇ ୨୦୪୦ ମସିହା ବେଳକୁ ପୃଥିବୀ ତା’ର ପ୍ରାକୃତିକ ବାୟୁମଣ୍ଡଳ ଫେରିପାଇବ ।

ସେଥିପାଇଁ ସର୍ବପ୍ରଥମେ ଗାଡ଼ି ମଟରପାଇଁ ପେଟ୍ରୋଲ, ଡିଜେଲ୍‌ର ବିକଳ୍ପ ଅତିଶୀଘ୍ର ଖୋଜି ବାହାର କରିବାକୁ ହେବ । ବ୍ୟକ୍ତିଗତ ସ୍ତରରେ ଆଚାର ବ୍ୟବହାରରେ ପରିବର୍ତ୍ତନ ଆବଶ୍ୟକ ହେବ । ଆମେ ପ୍ରତିିନ କେତେ ଶକ୍ତି ବା ଏନର୍ଜି ଖର୍ଚ୍ଚ କରୁଛେ, କେତେ ଘଣ୍ଟା ଆଲୁଅ ଜାଳି ରହୁଛେ, କାର୍‌ରେ ଯିବା ଆସିବା କରୁଛେ ନା ବସ୍ ବା ଟ୍ରେନ୍‌ରେ, କେତେ କାଠ ଜିନିଷ ବ୍ୟବହାର କରୁଛେ, କେତେ ପାଣି ସାରୁଛେ, କେତେ କପଡ଼ା ପିନ୍ଧୁଛେ - ଏହିପରି ଛୋଟ ଛୋଟ ବ୍ୟବହାର ଉପରେ ପୃଥିବୀର ତାପମାତ୍ରା ନିର୍ଭର କରିବ । ଏବେ ବିଭିନ୍ନ ଦେଶରେ ଗ୍ରୀନ୍ ପଲିଟିକ୍ସ ବା ସବୁଜ ରାଜନୀତି ଆରମ୍ଭ ହେଲାଣି । ଏଥିରେ ସ୍ୱେଚ୍ଛାସେବୀ ସଂସ୍ଥାମାନେ ସବୁଠାରୁ ଆଗୁଆ ଅଛନ୍ତି । ଆମେରିକା ସରକାର ପରିବେଶ ସୁରକ୍ଷା ଓ ଗ୍ରୀନ୍ ହାଉସ୍ ଗ୍ୟାସ୍ ପ୍ରଭାବରୁ ଦେଶକୁ ରକ୍ଷା କରିବାପାଇଁ ସହଯୋଗ ନ କରୁଥିବାରୁ କାଲିଫର୍ଣ୍ଣଆ ରାଜ୍ୟ ନିଜ ଆସେମ୍ବ୍ଲିରେ ନିଜ ରାଜ୍ୟର ତାପମାତ୍ରା କମାଇବାକୁ ନୂଆ ଆଇନ୍ ପ୍ରଣୟନ କରିଛନ୍ତି । ଭର୍ଜିନ୍ ଗ୍ରୁପ୍‌ର ମାଲିକ ସାର୍ ରିଚାର୍ଡ ବ୍ରାନ୍‌ସନ୍ ଏବେ ପୃଥିବୀର ଉତ୍ତାପ ହ୍ରାସପାଇଁ ଗବେଷଣା ଉଦ୍ଦେଶ୍ୟରେ ଚଉଦ ହଜାର

ବିକଳ୍ପ ବିଶ୍ୱ ୯୫