ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋଟି ଟଙ୍କା ଦାନ କରିଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଏହି ଉଦ୍ୟମରେ ନିଜକୁ ସାମିଲ୍ କରିଛନ୍ତି । ଏହି ଉଦ୍ୟମରେ ପୃଥିବୀର ପ୍ରତ୍ୟେକ ବ୍ୟକ୍ତିଙ୍କର ସହଯୋଗ ଆବଶ୍ୟକ । ସହରମାନଙ୍କ ସହଯୋଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏବେ ନୂଆଦିଲ୍ଲୀ ଓ ଢାକା ସମେତ ପୃଥିବୀର ୨୨ ଟି ମହାନଗରୀ ମଧ୍ୟ ନିଜ ନିଜ ଅଞ୍ଚଳରେ ଉତ୍ତାପ ନିୟନ୍ତ୍ରଣପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ପୃଥିବୀର ସମସ୍ତ ସହର ଓ ମହାନଗର ପର୍ଯ୍ୟାୟକ୍ରମେ ଏହି ଉଦ୍ୟମରେ ସାମିଲ ହେବେ ବୋଲି ଆଶା କରାଯାଉଛି ।

୧୧ ଜାନୁଆରୀ, ୨୦୦୭

୯୬ ବିକଳ୍ପ ବିଶ୍ୱ