ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟକ୍ତି ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ସୁସ୍ଥ, ସେ ହିଁ ପ୍ରକୃତରେ ସୁଖୀ (ଫିଜିକାଲ୍, ମେଣ୍ଟାଲ୍, ସୋସିଆଲ୍ ଏଣ୍ଡ୍ ସ୍ପିରିଚୁଆଲ୍ ୱେଲ୍ ବିଙ୍ଗ୍) । ସୁଖ ଏକ ମାନସିକ ଓ ସାମାଜିକ ଅବସ୍ଥା ।

ତେବେ ଏକ ସଦ୍ୟ ସର୍ବେକ୍ଷଣ ଅନୁସାରେ ରୁଷିଆ, ଚୀନ୍, ଜାପାନ ଓ ଭାରତ ଭଳି ସମୃଦ୍ଧ ପରମ୍ପରା ଓ ପୁରାତନ ସଭ୍ୟତାର ଦେଶଗୁଡ଼ିକ ‘ସୁଖ’ ବିଷୟରେ ଏତେ ପଛରେ ରହିବା ସମସ୍ତଙ୍କୁ ଚକିତ କରିଦେଇଛି । ବିଶ୍ୱର ସବୁଠାରୁ ସୁଖୀ ପ୍ରଥମ ୧୦ଟି ଦେଶ ମଧ୍ୟରୁ ସାତଟି ହେଉଛନ୍ତି ପାଶ୍ଚାତ୍ୟ ଗଣତାନ୍ତ୍ରିକ ଦେଶ । ଏ ଦେଶଗୁଡ଼ିକ ଆୟତନରେ ଛୋଟ ଓ ପ୍ରାୟ ଏକ ଭାଷୀ ଓ ଏକ ଜାତୀୟ ଦେଶ । ଭାରତ ଭଳି ଆୟତନରେ ବଡ଼, ଜନବହୁଳ ଓ ବହୁଭାଷୀ, ବହୁଧର୍ମୀ ଦେଶମାନେ ଏହି ପ୍ରତିଯୋଗିତାରେ ପଛରେ ପଡ଼ିଯିବା ସ୍ୱାଭାବିକ ବୋଲି ବିଚାର କରାଯାଉଛି । କାରଣ ‘ଅନେକତା ମଧ୍ୟରେ ଏକତା’ ଭଳି ସ୍ଲୋଗାନ୍ କାନକୁ ଭଲ ଶୁଭୁଥିଲେ ମଧ୍ୟ ଭାଷା, ସମ୍ପ୍ରାୟ, ଜାତି, ଗୋଷ୍ଠୀ କଳହ ଲାଗି ରହିଥିବାରୁ ବୋଧହୁଏ ଏଭଳି ଦେଶର ଲୋକେ ସୁଖୀ ରହିପାରୁନାହାନ୍ତି । ଏହାଛଡ଼ା ଦାରିଦ୍ର୍ୟ ଓ ନିରକ୍ଷରତା ମଧ୍ୟ ଏହାର କାରଣ ହୋଇପାରେ । ସୁଖୀ ଶିଡ଼ିର ପ୍ରଥମ ୧୦ଟି ଦେଶର ଜୀବନଧାରଣ ମାନ ଉଚ୍ଚ ଓ ନାଗରିକମାନେ ଦାରିଦ୍ର୍ୟ ସୀମାରେଖାର ଉପରେ ।

ଏହି ସର୍ବେକ୍ଷଣରେ ୟୁନେସ୍କୋ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ନିଉ ଇକୋନମିକ୍ସ ଫାଉଣ୍ଡେସନ୍ ଏବଂ ଅଶୀ ହଜାର ଲୋକ ଅଂଶଗ୍ରହଣ କରି ପ୍ରାୟ ତିନିବର୍ଷ କାଳ କାମ କରିଥବାରୁ ଏହାର ଫଳାଫଳକୁ ଗୁରତ୍ୱ ନ ଦେବା ଠିକ୍ ହେବ ନାହିଁ । ତେବେ କେବଳ ଧନୀ ଦେଶମାନେ ସୁଖୀ - ଏକଥା ବି ସତ ନୁହେଁ । ଉଦାହରଣ ସ୍ୱରୂପ ଯୁକ୍ତରାଷ୍ଟ୍ର ଆମେରିକା, ନିଉଜିଲାଣ୍ଡଠାରୁ ଧନୀ, କିନ୍ତୁ ନିଉଜିଲାଣ୍ଡ ଆମେରିକାଠାରୁ ସୁଖୀ । ସେହିପରି, ଅଷ୍ଟ୍ରିଆ, ଫ୍ରାନ୍ସ, ଜାପାନ୍ ଓ ଜର୍ମାନୀ ଭଳି ଧନୀ ଦେଶ ଅପେକ୍ଷାକୃତ ଦରିଦ୍ର ବ୍ରାଜିଲ୍, ଫିଲିପାଇନ୍ସ ଓ କଲମ୍ବିଆଠାରୁ ଅଧିକ ସୁଖୀ ନୁହନ୍ତଁ । ବିଂଶ ଶତାବ୍ଦୀରେ ଆମେରିକା ଲୋକେ ଏକବିଂଶ ଶତାବ୍ଦୀର ଆମେରିକା ଅପେକ୍ଷା କମ୍ ଧନୀ ଓ ଅଧିକ ସୁଖୀ ଥିଲେ ବୋଲି ଆଉ ଏକ ସର୍ବେକ୍ଷଣରୁ ସୂଚନା ମିଳଛି । ଭାରତରେ ସହରୀ ବାବୁମାନଙ୍କର ଧନ ବେଶୀ କିନ୍ତୁ ରକ୍ତଚାପ, ଡାଇବେଟିସ, କ୍ୟାନ୍‌ସର ବେଶୀ, ପ୍ରଦୂଷଣ ବେଶୀ । ଔଷଧ, ଉପଚାର ବେଶୀ, ହିଂସା, ଅପରାଧ ବେଶୀ ।

ଅନେକ ଲୋକ ସୁଖ ସ୍ୱର୍ଗରେ ଥାଏ ବୋଲି ଭାବନ୍ତି । କିଏ ସୁଖପାଇଁ ହିମାଳୟ

୯୮ ବିକଳ୍ପ ବିଶ୍ୱ