ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯାତ୍ରା କରନ୍ତି ତ ଆଉ କେହି କେହି ଭାଏଗ୍ରା ବଟିକା ଖାଇ ଅଧିକ ସୁଖ ଖୋଜନ୍ତି । ସ୍ୱର୍ଗରେ ସୁଖ କିପରି ତାହା ଏପର୍ଯ୍ୟନ୍ତ କେହି ଜଣେ ହେଲେ ସ୍ୱର୍ଗରୁ ଫେରି ମର୍ତ୍ତ୍ୟରେ କହିନାହାନ୍ତି । ସୁଖ ସନ୍ଧାନରେ ମାନବର ଅନନ୍ତ ଯାତ୍ରା ଜାରି ରହିଛି । ଯେଉଁମାନେ ସମାଜ ସହିତ, ପରିବାର ଓ ପଡ଼ୋଶୀ ସହିତ ଏବଂ ଅତିମାନସ ଜଗତ ସହିତ ଯେତିକି ଜଡ଼ିତ ସେମାନେ ସେତିକି ସୁଖୀ । ଦାନ, ଧର୍ମ ଓ ସେବା ମଧ୍ୟ ଜୀବନରେ ସୁଖ ଆଣିଥାଏ । ଅନ୍ୟର ସୁଖ ଦେଖି ବହୁତ ଲୋକେ ସୁଖ ଅନୁଭବ କରନ୍ତି । କିନ୍ତୁ କେତେକ ଲୋକ ଅନ୍ୟର ସୁଖ ଦେଖି ଦୁଃଖୀ ହୋଇଥାନ୍ତି । କଥା ଅଛି ‘ଶାଗଖିଆକୁ ପେଜ ଖିଆ ଦେଖି ସହିପାରେ ନାହିଁ’ । ଏପରି ରୋଗର କୌଣସି ଔଷଧ ନାହିଁ । ଓଡ଼ଶାର କେତେକ ଅଞ୍ଚଳରେ ଭୂମହୀନଙ୍କୁ ସରକାରୀ ରେକର୍ଡ଼ରେ ‘ସୁଖବାସୀ’ କୁହାଯାଏ । କାରଣ ଏମାନଙ୍କୁ ଖଜଣା ବୋକୁ ପଡ଼େ ନାହିଁ । ପ୍ରକତୃ ରେ ଦୁଃଖୀଙ୍କୁ କୁହାଯାଏ ସୁଖବାସୀ ।

ଏବେ ‘ସୁଖ’ ବିଷୟରେ ପୃଥିବୀର ବିଭିନ୍ନ ଜାଗାରେ ଗବେଷଣା ଚାଲିଛି । କେଉଁ ଦେଶର ଲୋକେ କେତେ ‘ସୁଖୀ’ ତାହାର ମାପଚୁପ କରାଯାଉଛି । ଏହାକୁ ‘ହାପିନେସ୍ ଇନ୍ଡେକ୍ସ’ କୁହାଯାଉଛି । ଦକ୍ଷିଣ ଏସିଆରେ ପ୍ରଥମ କରି ଭୁଟ୍ଟାନ୍ ଦେଶ ନିଜର ହାପିନେସ୍ ଇନ୍ଡେକ୍ସ ତିଆରି କରିଛି । ଏହି ସୂଚକାଙ୍କରେ ଅବକାଶ ସମୟ, ସାମାଜିକ, ପାରିବାରିକ ସମ୍ପର୍କ, ରାଜନୈତିକ ସ୍ୱାଧୀନତା, ନିର୍ମଳ ଉତ୍ତରଦାୟୀ ଶାସନ ପ୍ରଣାଳୀ, ଧ୍ୟାନ ଓ ପ୍ରାର୍ଥନାପାଇଁ ସମୟ ପ୍ରଭୃତକୁ ନିର୍ଦ୍ଧାରକ ଭାବରେ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ ବିଗତ ଦଶକରେ ପୃଥିବୀରେ ସବୁଠାରୁ ଦୃତ ଅଭିବୃଦ୍ଧି ଘଟିଛି ଭୁଟାନ୍‌ରେ (୨୧.୪%) । ଏଠାରେ ମୁଣ୍ଡପିଛା ଆୟ ୧୯୦୦ ଡଲାର ଥିଲା ବେଳେ ଭାରତରେ ଏହା ୧୦୭୦ ଡଲାର (୨୦୦୯) । ଇଉରୋପପାଇଁ ଉପ୍ସାଲା ବିଶ୍ୱବିଦ୍ୟାଳୟ ପ୍ରଥମେ ଏକ ସୁଖର ମାପଦଣ୍ଡ ତିଆରି କରିଥିଲେ । ଏହି ମାପଦଣ୍ଡ, ହିଂସା ଓ ଆତଙ୍କଗ୍ରସ୍ତ ଉତ୍ତର ଆୟର୍ଲାଣ୍ଡ ରାଜ୍ୟକୁ ୟୁରୋପର ସବୁଠାରୁ ସୁଖୀ ରାଜ୍ୟ ବୋଲି ବାଛିଥିଲେ । ଏହି ଘଟଣା ପରେ ବହୁ ବିଜ୍ଞ ବ୍ୟକ୍ତି ମାପଦଣ୍ଡ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ ।

ନିକଟରେ ଲିସିଷ୍ଟର ବିଶ୍ୱବିଦ୍ୟାଳୟର ସାମାଜିକ ମନସ୍ତତ୍ତ୍ୱ ବିଶାରଦ ପ୍ରଫେସର ଆଡ୍ରିଆନ୍ ହ୍ୱାଇଟ୍ ବିଶ୍ୱର ୧୭୮ଟି ଦେଶକୁ ନେଇ ଏକ ‘ସୁଖ - ମାପଦଣ୍ଡ’ ତିଆରି କରିଛନ୍ତି । ଏହି ମାପଦଣ୍ଡ ଅନୁସାରେ ଭାରତର ସ୍ଥାନ ୧୨୫, ପାକିସ୍ଥାନ ୧୭୭, ବାଂଲାଦେଶ ୧୦୪, ନେପାଳ ୧୧୯, ଶ୍ରୀଲଙ୍କା ୯୩ ଏବଂ ଚୀନ୍ ୮୨ ସ୍ଥାନରେ ଅଛନ୍ତି । କେବଳ ପାକିସ୍ଥାନ ଛଡ଼ା ଭାରତର ସବୁ ପଡ଼ୋଶୀ ଦେଶ ଅଧିକ ସୁଖୀ ଦେଶ ଭାବରେ ବିବେଚିତ ହୋଇଛନ୍ତି । ଏହି ବିଶ୍ୱ ସୁଖ-ମାନଚିତ୍ର ଅନୁସାରେ ଡେନ୍‌ମାର୍କ ପୃଥିବୀର ସବୁଠାରୁ ସୁଖୀ ଓ ଆଫ୍ରିକାର ବୁରୁଣ୍ଡି ସବୁଠାରୁ ଅସୁଖୀ ଦେଶ । ଆମେରିକାର

ବିକଳ୍ପ ବିଶ୍ୱ ୯୯