ପୃଷ୍ଠା:Biplaba Suare Padartha Bigyan.pdf/୧୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାଲିଲିଓ ତାଙ୍କ ବଳ-ବିଜ୍ଞାନ ପାଇଁ ମଧ୍ୟ ବିଖ୍ୟାତ । ସେ ବାଙ୍କ ପୁସ୍ତକ ଟୁ ନୁଖ୍ୟ ସାଇନ୍ସେସ୍‌ରେ ଗତି ବିଜ୍ଞାନର ମୂଳଦୁଆ ପକାଇଥିଲେ । ଗଟି ବିଜ୍ଞାନର ଦୁଇଟି ମୌଳିକ ନିୟମ, ଗାଲିଲିଓ ହିଁ ବାହାର କରିଥିଲେ । ପ୍ରଥମଟି ହେଉଛି ଅପେକ୍ଷିକ ବାଦ । ସେ କହିଥିଲେ ଯେ, ଯଦି ଜାହାଜର ଗତି ନ ବଦଳେ । ତେବେ ସେଥିରେ ବସିଥିବା ଲୋକ ଜାହାଜର ଗତି ଜାଣିପାରିବ ନାହିଁ । ଏଥିପାଇଁ ଯାତ୍ରୀକୁ ଆଖପାଖର ଜିନିଷର ଆପେକ୍ଷିକ ଗତିର ପ୍ରଭାବ ଦେଖନଯିବା ଦରକାର । ଦୁର ସମୁଦ୍ର ଭିତରେ ଏଭଳି ପରିସ୍ଥିତିରେ ସେ ଜାଣିପାରିବ ନାହିଁ ଯେ ଜାହାଜ ଗତି କରୁଛି ନା ସ୍ଥିର ରହିଛି ।

ଗତି ବିଜ୍ଞାନର ଦ୍ବିତୀୟ ନିୟମ ହେଉଛି ଜଡ଼ତ୍ବ । ଏହି ନିୟମ ଅନୁସାରେ କୌଣସି ବସ୍ତୁ ଉପରେ କିଛି ବଳ କାମ ନ କଲେ ତାହାର ଅବସ୍ଥିତିରେ କିଛି ପରିବର୍ତ୍ତନ ହେବନାହିଁ । ଅର୍ଥାତ ତାହା ସ୍ଥିର ଥିଲେ ସ୍ଥିର ରହିବ, ଗତି କରୁଥିଲେ। ସେହି ଗତି ହିଁ ବଜାୟ ରଖିବ । ଗଲିଲିଓ ଏହି ନିୟମକୁ ସ୍ପଷ୍ଟ ରୂପେ ପ୍ରସ୍ତୁତ କରିନଥିଲେ । କିନ୍ତୁ ତାଙ୍କ ଗତି ବିଜ୍ଞାନରେ ଏହି ନିୟମ ଲୁଚି ରହିଥିଲା ।

ବିଜ୍ଞାନରେ ବିପ୍ଳବ

ଆଇଜାକ୍ ନିଉଟନ୍ (୧୬୪୨ – ୧୭୨୭) ଆଧୁନିକ ବିଜ୍ଞାନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିଥିଲେ । ବିଜ୍ଞାନ ପ୍ରତି ତାଙ୍କର ଅବଦାନକୁ ଆଉ କେହି ବି ଟପିପାରି ନାହାନ୍ତି । ବିଭିନ୍ନ କ୍ଷେତ୍ରରେ ତାଙ୍କର କାମର ଫଳକୁ ମିଶାଇ ବିଶ୍ବର ଏକ ସମନ୍ବିତ, ସରସ ଓ ସାମଗ୍ରିକ ରୂପରେଖ ସେ ପ୍ରସ୍ତୁତ କରିପାରିଥିଲେ । ବିଜ୍ଞାନର ସବୁ ବିଭାଗରେ ସମାନ ରୂପରେ ଲାଗୁଥିବା ବୈଜ୍ଞାନିକ କାର୍ଯ୍ୟଧାରାର ମୂଳ ନିୟମଗୁଡ଼ିକୁ ସେ ସ୍ପଷ୍ଟ ଭାବରେ ଉପସ୍ଥାପିତ କରିଥିଲେ ।

୧୨ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ