ପୃଷ୍ଠା:Biplaba Suare Padartha Bigyan.pdf/୧୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|393px|page=15]]

ତାଙ୍କର ଗବେଷଣା ଧାରାରେ ତାତ୍ତିକ ଓ ପରୀକ୍ଷାଭିତ୍ତିକ ଏବଂ ଗାଣିତିକ ଓ ଯାନ୍ତ୍ରିକ ମାର୍ଗର ଏକ ସୃଷ୍ମ ସନ୍ତୁଳନ ରହିଥିଲା । ପଦାର୍ଥ ବିଜ୍ଞାନକୁ ସେ ବିଶେଷ ଭାବରେ ଗାଣିତିକ ରୂପ ଦେଇଥିଲେ ଏବଂ ଏହାର ଅଧ୍ୟୟନ ପାଇଁ ଏକ ନିୟମ ବଦ୍ଧ ତାର୍କିକ ପଦ୍ଧତି ବିକଶିତ କରିଥିଲେ । ସେଥିପାଇଁ ତାଙ୍କୁ ତର୍କ ଯୁଗର ଆବାହକ ଆଖ୍ୟା ଦିଆ ଯାଇଥାଏ । ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ତାଙ୍କର ମୌଳିଜ ନିୟମଗୁଡ଼ିକ ଆଜି ଯାଏଁ ସେହି ରୂପରେ ଚଳିଆସୁଛି । ନିଉଟନଙ୍କର ତାର୍କିକ ନିୟମଗୁଡ଼ିକ ହେଲା-

୧. ପ୍ରାକୃତିକ କଥାଗୁଡ଼ିକୁ ବୁଝାଇବା ପାଇଁ ଆମକୁ କେବଳ ସେତିକି କାରଣକୁ ସ୍ୱୀକାର କରିବାକୁ ହେବ ଯାହା ଠିକ୍ ଏବଂ ଯଥେଷ୍ଟ ।

୨. ଏକା ପ୍ରକାର ପ୍ରାକୃତିକ ପ୍ରଭାବର କାରଣ ମଧ୍ୟ ଏକା ରହିବ ।

୩. ପ୍ରାକୃତିକ ବସ୍ତୁର ଗୁଣଧର୍ମକୁ ଜାଗତିକ ମାନ୍ୟତା ଦେବା

୪. କୌଣସି ଘଟଣାର ନିରୀକ୍ଷଣରୁ ବାହାରି ଥିବା ତତ୍ତ୍ବକୁ ସଠିକ ବୋଲି ମାନିବାକୁ ହେବ, ଯେବେଯାଏଁ ଆଉ କିଛି ଘଟଣା ସେହି ଚତୁର ବିରୋଧରେ ଯାଇ ନାହିଁ ।

ବିକାଶରୁ ବିପ୍ଳବ ୧୩: