ପୃଷ୍ଠା:Biplaba Suare Padartha Bigyan.pdf/୨୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୋଲ୍‌ଟା । ୧୮୦୧ ମସିହାରେ ପ୍ୟାରିସ୍‌ରେ ସମ୍ରାଟ ନେପୋଲିଅନଙ୍କ ସହ କିଛି ଦର୍ଶକଙ୍କ ଆଗରେ ଏହାକୁ ପ୍ରଦର୍ଶିତ କରିଥିଲେ । ଭୋଲଟାଙ୍କ ଆବିଷ୍କାର ପରେ ବିଭିନ୍ନ ଗବେଷଣାଗାରରେ ବିଦ୍ଯୁତ ସମ୍ପର୍କିତ ଅନେକ ପ୍ରକାରର ପରୀକ୍ଷା କରାଗଲା ଏବଂ ଅନେକ ଅପ୍ରତ୍ଯାଶିତ ଘଟଣା ବିଷୟରେ ଜଣାଗଲା ।

୧୮୨୦ ମସିହାରେ ଡେନମାର୍କର ପଦାର୍ଥ ବିଜ୍ଞାନୀ ହାନ୍‌ସ୍ ଖ୍ରୀଷ୍ଟିଆନ୍ ଓ ରୋଷ୍ଟଡ୍ (୧୭୭୭-୧୮୫୧) ଦେଖାଇଲେ ଯେ ତାରରେ ପ୍ରବାହିତ ବିଦ୍ଯୁତ ପାଖରେ କମ୍ପାସ ରଖିଲେ ଏହାର ସୂଚୀ ଚୁମ୍ବକ ଦିଗ ବଦଳାଉଛି । ବିଦ୍ଯୁତ ଓ ଚୁମ୍ବକତ୍ୱ ଦୁହେଁ ଦୁହିଁଙ୍କ ସହିତ ଯେ ଯୋଡା ତାହାର ପ୍ରଥମ ପରୀକ୍ଷାମୂଳକ ପ୍ରମାଣ ଏଥିରୁ ମିଳିପାରିଲା

[[ଫାଇଲ:|389px|page=26]]

ଉନବିଂଶ ଶତାବ୍ଦୀର ସବୁଠାରୁ ବିଖ୍ୟାତ ବୈଜ୍ଞାନିକ ହେଉଛନ୍ତି ମାଇକେଲ ଫାରାଡ଼େ (୧୭୯୧-୧୮୬୭) । ସେ ଦେଖାଇଲେ ଯେ

ଏକ ତାର କୁଣ୍ଡଳୀ ଭିତରେ ଚୁମ୍ବକ ଖଣ୍ତେ ଗତିକଲେ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହୁଏ । ଫାରାଡେଙ୍କର ଏହି ଗୁରୁତ୍ବପୂର୍ଣ୍ଣ ଆବିଷ୍କାର

୨୪ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ