ପଡ଼ିଥିଲା । କାରଣ ଯଦି ଆଲୁଅର ରୂପ ତରଙ୍ଗ ହୁଏ, ତେବେ ତା’ର ଗତି ପାଇଁ କୌଣସି ମାଧ୍ୟମ ନିଶ୍ଚୟ ଦରକାର ହେବ । କାରଣ ସେତେବେଳେ ଭଲ ଭାବରେ ବୁଝା ପଡ଼ିଥିବା ଶବ୍ଦ ତରଙ୍ଗ ବିନା ମାଧ୍ୟମରେ ଗତି କରିପାରୁନଥିଲା । ତେଣୁ ଆଲୋକର ଗତି ପାଇଁ ଏପରି ଏକ ଗତିହୀନ ମାଧ୍ୟମ ଭାବରେ ଇଥରର କଳ୍ପନା କରାଯାଇଥିଲା ।
କୃଷ୍ଣ ପିଣ୍ଡ ବିକିରଣ (ବ୍ଲାକବଡି ରେଡିଏସନ)
ଜର୍ମାନ ବିଜ୍ଞାନୀ ଗୁସ୍ତାଭ ରବର୍ଟ କିର୍ଚୋଫ୍ (୧୮୨୪-୧୮୮୭) ୧୮୫୯ - ୬୦ ମସିହାରେ ଏକ କୃଷ୍ଣପିଣ୍ଡ ବା ବୁକ୍ବଡି ବିଷୟରେ ପରିକଳ୍ପନା କରିଥିଲେ । ତାଙ୍କ ମତରେ କୃଷ୍ଣପିଣ୍ଡ ଏପରି ଏକ କଠିନ ବସ୍ତୁ ଯେଉଁଥିରୁ ଆଲୁଅ ପ୍ରତିଫଳିତ ହୁଏ ନାହିଁ । ଗୋଟିଏ କୃଷ୍ଣ ପିଣ୍ଡରୁ ସବୁ କମ୍ପନାଙ୍କର ତାପ ବିକିରଣ ବାହାରି ପାରିବ ଏବଂ ତାହା ସବୁ ପ୍ରକାରର ତାପ ବିକିରଣ ଶୋଷିନେଇ ପାରିବ !
ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ କୌଣସି ଉତ୍ତପ୍ତ କଠିନ ବସ୍ତୁରୁ ବାହାରୁ ଥିବା ବିକିରଣକୁ ବୁଝାଇବା ଗୋଟିଏ ବଡ଼ ଆହ୍ବାନ ଥିଲା । ସେହି ବିକିରଣର ଚୀବ୍ରତା ଗୋଟିଏ ନିର୍ଦ୍ଦିଷ୍ଟ ତରଙ୍ଗଦୈର୍ଘ୍ୟ ଯାଏଁ ବଢ଼େ ବୋଲି ଜଣାଥିଲା । କିନ୍ତୁ ତରଙ୍ଗଦୈର୍ଘ୍ୟ ସେହି ସୀମା ଠାରୁ ଅଧିକ ହେଲେ