ପୃଷ୍ଠା:Biplaba Suare Padartha Bigyan.pdf/୪୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|392px|page=42]]


କୋଣରେ, ଥିଲା । କାଥେଡ ରଶ୍ମି ଏତେ ଦୂର ଯାଏଁ ଯିବା କଥା ନୁହେଁ । ତଥାପି ତାଙ୍କ ସନ୍ଦେହ ଦୂର କରିବା ପାଇଁ ସେ ବିସର୍ଜକ ନଳୀରେ ବିଦ୍ଯୁତ ପ୍ରବ୍ଯହ ବନ୍ଦ କରିଦେଲେ । ବ୍ୟଙ୍କୁ ଏବେ ଆହୁରି ବେଶୀ ଆଶ୍ଚର୍ଯ୍ୟ କରି କାଗଜ ଖଣ୍ଡର ଆଲୁଅ ବି ଉଭେଇଗଲା ।

ନିଶ୍ଚିତ ହେବା ପାଇଁ ସେ ପୁଣି ଥରେ ବିସର୍ଜକ ନଳୀକୁ ଚାଲୁ କଲେ ଏବଂ ଦେଖିଲେ ଯେ ସେହି ପ୍ରଲେପିତ କାଗଜ ଖଣ୍ଡରୁ ପୁଣି ଫିକା ଦୀପ୍ତି ବାହାରୁଛି । ସେ ନିଶ୍ଚିତ ହେଲେ ଯେ ଦୂରରେ ଥିବା ବିସର୍ଜକ ନଳୀରୁ ଏପରି କିଛି ରଶ୍ମି ବାହାରୁଛି ଯାହା ମୋଟା କାଗଜକୁ ଡେଇଁ ଆସିପାରୁଛି । ପ୍ରଲେପିତ କାଗଜ ଖଣ୍ଡକ ସେ ପାଖ କୋଠରୀକୁ ନେଇ ଦେଖିଲେ ଯେ ସେହି ନୂଆ ରଶ୍ମି କାନ୍ଥ ମଧ୍ୟ ଡେଇଁ ପାରୁଛି ଓ ପାଖ କୋଠରୀରେ ପହଞ୍ଚି କାଗଜକୁ ଦୀପ୍ତିମାନ କରୁଛି । ପରୀକ୍ଷାଗାରକୁ ଫେରିଆସି ସେ ବିସର୍ଜକ ନଳୀ ଓ ପ୍ରଲେପିତ କାଗଜ ମଝିରେ ତାଙ୍କର ହାତ ରଖିଲେ ଏବଂ ଦେଖିଲେ ଯେ କାଗଜ ଉପରେ ତାଙ୍କ ହାତର

୪୦ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ