ପୃଷ୍ଠା:Biplaba Suare Padartha Bigyan.pdf/୪୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|389px|page=43]]

ହାଡଗୁଡିକର ଏକ ଝାପସା ଛାୟାଚିତ୍ର ଦେଖାଯାଉଛି । ଅତି ବିସ୍ମିତ ରଣ୍ଟଜେନ୍ ସେହି ନୂଆ ଅଜଣା ରଶ୍ମିର ନାଁ ରଖିଲେ ଏକ୍ସ-ରେ ବା ଅଜ୍ଞାତ ରଶ୍ମି । ସେ ଦିନଟି ଥିଲା ନଭେମ୍ବର ୮, ୧୮୯୫ ।

ଅଧିକ ପରୀକ୍ଷା ନିରୀକ୍ଷା କରି ରଣ୍ଟଜେନ୍ ତାଙ୍କର ଆବିଷ୍କାର ବିଷୟରେ ନିଶ୍ଚିତ ହେଲେ ଏବଂ ମୂଳ ଆବିଷ୍କାରର ସାତ ସପ୍ତାହ ପରେ ୧୮୯୫ ମସିହା ଡିସେମ୍ବର ୨୮ ତାରିଖ ଦିନ ସେହି ଆବିଷ୍କାର ବିଷୟରେ ସେ ଘୋଷଣା କଲେ । ସବୁ ପ୍ରମାଣ ସହିତ ସେ ଦେଖାଇପାରିଲେ ଯେ ଏକ୍ସ-ରେ ଅସ୍ବଚ୍ଛ ବସ୍ତୁକୁ ମଧ୍ୟ ଭେଦିପାରେ, ବାଷ୍ପକୁ ବିଦ୍ଯୁତ ଆବେଶ ଦିଏ ଏବଂ ବୈଦ୍ଯୁତିକ କିମ୍ବା ଚୁମ୍ବକୀୟ କ୍ଷେତ୍ର ଦ୍ବାରା ପ୍ରଭାବିତ ହୁଏ ନାହିଁ । ଏକ୍ସ-ରେ ଆବିଷ୍କାର ହେବା ପରେ ପରେ ଏହାକୁ ଚିକିତ୍ସା କ୍ଷେତ୍ରରେ ଲଗାଇବା ପାଇଁ ଲୋକମାନେ ଚିନ୍ତା କଲେ । ଏଭଳି ଗୁରୁତ୍ବପୂର୍ଣ୍ଣ ଆବିଷ୍କାର ପାଇଁ ୧୯୦୧ ମସିହାରେ ରଣ୍ଟଜେନଙ୍କୁ ପଦାର୍ଥ ବିଜ୍ଞାନରେ ପ୍ରଥମ ନୋବେଲ ପୁରସ୍କାର ମିଳିଥିଲା ।

ରଣ୍ଟଜେନ ନିଜେ ବି ବୋଧହୁଏ ଜାଣିନଥିଲେ ଯେ ଏକ୍ସ-ରେର

ଆବିଷ୍କାରର ବିସ୍ଫୋରଣ ୪୧