ପୃଷ୍ଠା:Biplaba Suare Padartha Bigyan.pdf/୫୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଦ୍ଯୁତ ପ୍ରଭାବ କ୍ଷେତ୍ରରେ ଏହି ତତ୍ତ୍ବର ପ୍ରୟୋଗ କଲେ ! ଆଲୋକ ସମେତ ସବୁ ବିକିରଣ ବାହାରିବା ବା ଅବଶୋଷିତ ହେବାର ପ୍ରକ୍ରିୟା କେବଳ କ୍ୱାଣ୍ଟମ ରୂପରେ ସମ୍ଭବ ବୋଲି ଧରି ଆଲୋକ-ବିଦ୍ଯୁତ ପ୍ରଭାବକୁ ସେ ସହଜରେ ବୁଝାଇ ପାରିଲେ । ଏହି ବାଟରେ କ୍ୱାଣ୍ଟମ ତତ୍ତ୍ବକୁ ବିକିରଣ କ୍ଷେତ୍ରରେ ବ୍ୟବହାର କରିବାରେ ଆଇନଷ୍ଟାଇନ ପ୍ରଥମ ବ୍ୟକ୍ତି ହେଲେ ଏବଂ ତାଙ୍କ ପ୍ରୟୋଗର ସଫଳତା କ୍ୱାଣ୍ଟମ ଯାନ୍ତ୍ରିକୀକୁ ପ୍ରତିଷ୍ଠିତ କରାଇ ପାରିଲା । ଆଇନଷ୍ଟାଇନ ମଧ୍ୟ ଏହି ଆଲୋକବିଦ୍ଯୁତ କାମ ପାଇଁ ୧୯୨୧ ମସିହାରେ ନୋବେଲ ପୁରସ୍କାର ପାଇଲେ । ୧୯୨୬ ମସିହାରେ ଆମେରିକୀୟ ରସାୟନବିତ ଗିଲବର୍ଟ ଲୁଇସ ଆଲୁଅ କ୍ୱାଣ୍ଟମ ପାଇଁ ଫୋଟକ ନାଁ ବ୍ୟବହାର କଲେ ।

ପରମାଣୁର ଗଠନ

[[ଫାଇଲ:|392px|page=58]]

ପରମାଣୁ ଭିତରେ ଇଲେକ୍‌ଟ୍ରନ୍ ଭଳି ଛୋଟ କଣିକା ଥିବା କଥା ଜଣାପଡ଼ିବା ପରେ ବିଜ୍ଞାନୀମାନେ ପରମାଣୁର ଗଠନ ବୁଝିବା ପାଇଁ ଚେଷ୍ଟା ଚଳାଇଲେ । ଆଲ୍‌ଫା ରଶ୍ମିର ବିଚ୍ଛୁରଣ ପରୀକ୍ଷାର ଫଳକୁ ଆଧାର କରି ୧୯୧୧ ମସିହାରେ ଅର୍ଣ୍ଣେଷ୍ଟ ରଦରଫୋର୍ଡ (୧୮୭୧-୧୯୩୭) ପରମାଣୁର ଯେଉଁ ମଡେଲ ଗଢ଼ିଲେ ସେଥିରେ ଗୋଟିଏ ଛୋଟ ଓ ଘନ, ନାଭି

୫୬ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ