ପୃଷ୍ଠା:Biplaba Suare Padartha Bigyan.pdf/୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବିଜ୍ଞାନର ଇତିହାସରେ ଏଭଳି କିଛି ବିପ୍ଳବାତ୍ମକ ବିକାଶକୁ ସହଜରେ ଚିହ୍ନି ହୁଏ । ସେହି ବୈପ୍ଳବିକ ଘଟଣାଗୁଡ଼ିକ ନିଜ ବିଭାଗର ସୀମାକୁ ଡେଇଁ ତାଙ୍କର ପ୍ରଭାବ ପକାଇଥାନ୍ତି । ମଣିଷର ସାମାଜିକ ଜୀବନକୁ ମଧ୍ୟ ସେସବୁ ଅନେକ ସମୟରେ ପ୍ରଭାବିତ କରନ୍ତି । କିଛି ବୈଜ୍ଞାନିକ ବିପ୍ଳବର ସଂକ୍ଷିପ୍ତ ସୂଚନା ଏହି ବହିଟିରେ ରହିଛି । ଏଗୁଡ଼ିକ ଆଧୁନିକ ବିଜ୍ଞାନର ଆରମ୍ଭ ସମୟରୁ, ମାତ୍ର ୫୦୦ ବର୍ଷ ଭିତରେ ଘଟିଛି । କିନ୍ତୁ ସେସବୁର ପ୍ରଭାବ କେତେ ସୁଦୂର ପ୍ରସାରୀ ହୋଇଛି ତାହା ବିଜ୍ଞାନ ସହିତ ପରିଚିତ ଯେ କେହି ବି ବୁଝିପାରିବ । ସେ ବିଷୟରେ ଅଧିକ ଜାଣିଲେ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ିବା ସହିତ ବିଜ୍ଞାନର ବିକାଶ ଧାରାକୁ ମଧ୍ୟ ବୁଝିହେବ । ସେହି ବିକାଶ ଧାରାରେ ସାମିଲ ହେବା ପାଇଁ ଆମକୁ ତାହା ସାହାଯ୍ୟ କରିବ ମଧ୍ୟ । ସେହି ଆଶାରେ ଏହି ବହିଟିର ପରିକଳ୍ପ ନା । ନଭେମ୍ବର ୨୦୦୫ ସମ୍ପାଦକ

 ଏହି ବହିର ପ୍ରସ୍ତୁତି ପାଇଁ ଡ. ସୁବୋଧ ମହାନ୍ତିଙ୍କର ଏବଂ

ବିଜ୍ଞାନ ପ୍ରସାରର ବିଭିନ୍ନ ପ୍ରକାଶନର ବିଶେଷ ସହାୟତା ନିଆଯାଇଛି । ସେମାନଙ୍କ ପାଖରେ ଆମେ କୃତଜ୍ଞ ।


ବିଭାଗ ସୂଚୀ ୧. ୫ ୨. ୧f ବିକାଶରୁ ବିପ୍ଳବ ବିପ୍ଳବରୁ ବିସ୍ତାର ବିସ୍ତାରରୁ ଆଧୁନିକତା ଆବିଷ୍କାର ହିସ-'ଣ ୨୭ ୪. ୩୯ ଶେଷ ya+ + bu