ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୧୪)

ୟେହାଶୁଣି ଇଚ୍ଛାବତୀ ହୋଇଲା ସନ୍ତୋଷ ।
ହସ୍ତଧରି ଚାଟକୁ ସେ ବସାଇଲା ପାସ ।୩୦।
ଯାହା ତୋ ବୋଇଲୁ ଚାଟ ଚିନ୍ତା ତୁ ନ କର ।
ନିଶ୍ଚୟେଂ ଭାବିନୀ ମୁହିଁ ହୋଇବି ତୋହୋର । ୩୧।
ତୋତେ ମୋତେ ଧାତା ଆଣି କରାଇଂଛି ୧୨ ଭେଟ ।
ୟେ କଥାକୁ ମନେ କିଛି ନ ଧର ତୁ ଚାଟ ।୩୨।
ମୋହର ସାଦୃଶେ ୧୩ ଧାତା ବର ଆଣି ଦେଲା ।
ମୁହିଂ ନିରିମାଖୀ ବୋଲି ତୋତେ ଭେଟାଇଲା । ୩୩।
ଇଚ୍ଛାର ବଚନେ ଚାଟ ବୋଲେ ଅନୁସରି ।
ମୁହିଂ ଭିକ୍ଷାବାସୀ ତୁମ୍ଭେ ନୃପତି କୁମାରୀ ।୩୪।
ଗୁରୁଙ୍କର ଠାରୁ ମୁହିଂ ମାଗି ଖାଇଂ ଅନ୍ନ ୧୪
ନିଧନ ପୁରୁଷ ମୋର ହାତେ ୧୫ ନାହିଁ ଧନ । ୩୫।
ପିନ୍ଧିଲାର ବସ୍ତ୍ରଠାରୁ ଗୁରୁଦ୍ୟନ୍ତି ମୋତେ ।
ସରୂପ ବଚନ ବାମା କ‌ହିଲଇଁ ତୋତେ । ୩୬।
ନିଦ୍ରବ୍ୟ ପୁରୁଷ ମୁହିଂ ମହାଦୁଃଖେ ଦୁଃଖୀ ।
ମୋହୋର କଷ୍ଟକୁ ୟେକା ଧର୍ମହିଂ ସେ ସାକ୍ଷୀ । ୩୭।
ଚାଟର ବଚନେ ଇଚ୍ଛା କ‌ହେ ପରିଘାଇ । ୧୬
ୟେସନ ଅଭିନ ୧୭ ମନେ ଧରୁ କାହିଂ ପାଇଂ ।୩୮।


୧୨। କାରାଈଂଛି (ପୋଥିପାଠ) ।

୧୩। ସାଦ୍ରୀସେ (ପୋଥିପାଠ)

୧୪। ଅଣ୍ଣ (ପୋଥିପାଠ)। ୧୫। ହାଥେ (ପୋଥିପାଠ)।

୧୬। ପରିଘାଇ = ଦୃଢ଼ଭାବରେ, 'ଅସୁରେ ଯେବେ ଶର ମାରନ୍ତି ପରିଘାଇ' "ନୃସିଂହପୁରାଣ" ।

୧୭। ଅଭିନ୍ନ = ଭେଦଭାବ ଅର୍ଥରେ ବୋଧହୁଏ ବ୍ୟବ‌ହୃତ ହୋଇଛି ।