ପୃଷ୍ଠା:Chha mana atha guntha.pdf/୧୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାଆନ୍ତେ ରାଗିଯାଇ ସାଆନ୍ତାଣୀଙ୍କ ସହିତ ଶ୍ୟାମର ଭାଇଲେଖା ସମ୍ବୋଧନ କରି କହିଲେ, "ତୁ ବିଲ କରି ଜାଣ ନ ଜାଣ, କରଜା ଧନର ମୂଳ କଳନ୍ତର ବିଶ୍ୱଏ ରଖିଲେ, ଜାଣିବୁ।" ଶ୍ୟାମ ଭୟରେ କାଠ ପିତୁଳି ପରି ଛିଡ଼ା ହୋଇଥାଏ । ସାଆନ୍ତେ "ଆରେ ଗୋବିନ୍ଦ, ଥାଉ ଥାଉ, ସେ ଯାହା ଇଚ୍ଛା କରୁ।" ଏହା କହି ଆପଣା ଅରୁଆ ବିଲ ଆଡ଼କୁ ଦୁଇ ଭାର ତଳି ଧରି ବାହାରି ଗଲେ ।

--୦--