ପୃଷ୍ଠା:Gauracharana Gitabali.pdf/୪୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଗୌରଚରଣ ଗୀତାବଳୀ

ଗୀତ କଳ୍ପତରୁ

ପ୍ରଥମ ଶାଖା

ଗୌରଚରଣ ଗୀତାବଳୀ

[ଏକ]
ଶ୍ରୀଗୁରୁ ବନ୍ଦନା
(ରାଗ ବଙ୍ଗଳାଶ୍ରୀ, ତାଳ ଆଦିତାଳ)
ବନ୍ଦୁ ଗୁରୁପଦଅମୂଲ୍ୟ ସମ୍ପଦ
ସକଳ ବେଦର ଗାର
ଯେ କୃପାରୁ କରିପଙ୍ଗୁ ଲଙ୍ଘେ ଗିରି
ଯେ କରେ ଭବାବ୍ଧି ପାର ।୧।
ଦେଇ ଜ୍ଞାନାଞ୍ଜନଚକ୍ଷୁ ଉନ୍ମୀଳନ
କରାଇଲେ ଯେ ସାକ୍ଷାତେ
ଅଜ୍ଞାନ ତିମିରେଅନ୍ଧ ହୋଇଥିଲି
ତ‌ହୁଁ ଉଦ୍ଧରିଲେ ମୋତେ ।୨।
ଅଶରଣ ଜନଶରଣରକ୍ଷଣ
ପତିତ-ପାବନ-କାରୀ
ଶ୍ରୀଗୌର ଗୋବିନ୍ଦଆବେଶ ମୂରତି
ସନ୍ତ‌ତ ସଦ୍‌ବେଶଧାରୀ ।୩।