ପୃଷ୍ଠା:Gauracharana Gitabali.pdf/୪୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଗୌରଚରଣ ଗୀତାବଳୀ

ଏମନ୍ତ ଶ୍ରୀଗୁରୁ ବାଞ୍ଛାକଳ୍ପତରୁ
ଯା ପ୍ରକଟ ଅଦ‌ଭୁତ
ବିଶୁଦ୍ଧ ବୈରାଗୀ ଶ୍ରୀନାମାନୁରାଗୀ
ଅଲୋକିତ ଶୋଭାବନ୍ତ ।୪।
ଶୁକ୍ଳମାଲ୍ୟ ଶୁକ୍ଳ ବସନେ ଭୁଷିତ
ଶୁକ୍ଳ ପଦ୍ମ‌ପୀଠେ ବିଜେ
ସେ ପ୍ରଭୁଙ୍କ ଦାସ ଦାସ ଅନୁଦାସ
ଦ୍ୱିଜ ଗୌରଦାସ ନିଜେ ।୫।

[ଦୁଇ]
ଶ୍ରୀ ଗୌରହରି ଭଜନାଷ୍ଟକ
(ନବ ନୀରଦ ନିନ୍ଦିତ କାନ୍ତିଧରଂ-ବୃତ୍ତ)
ଭବଭୟ ଭଞ୍ଜନ କାରଣ ଗୋରା
ତ୍ରିଭୁବନ ମୋହନ ମାନସ ଚୋରା ।
କୃପା ସାଗର ନାଗର ଦଣ୍ତଧାରୀ
ଭଜ ଭଜ ତୁ ରେ ମନ ! ଗୌରହରି ।୧।
ନବରସେ ବିଭୂଷିତ କଳେବର
ଭାବ ବିକାରେ ନିରତେ ଗରଗର
ବିଗଳିତ ପଦ୍ମନେତ୍ରୁ ଅଶ୍ରୁବାରି
ଭଜ ଭଜ ତୁ ରେ ମନ!ଗୌରହରି ।୨।
ଇନ୍ଦୁ ବିନିନ୍ଦିତ ଚାରୁ ନ‌ଖଛଟା
ନିଜ ନାମ ଗୁଣ ନିଜ ମୁଖେ ରଟା