ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୨୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁରୁଷ, କାହାରି ଦୃଷ୍ଟିରୁ ସେ ବଞ୍ଚି ପାରିଲା ନାହିଁ । ପ୍ରଥମେ ପ୍ରତିବାଦ କରି, ବାରମ୍ବାର ଚାକିରି ବଦଳାଇ ସେ ଜାଣିଲା ଯେ ଯଦି ବଞ୍ଚି ରହି ସେ ପିଲାଙ୍କୁ ଠିକ ଭାବରେ ବଢ଼ାଇବାକୁ ଚାହେଁ, ତେବେ ତାକୁ ଆପୋଷ କରିବାକୁ ହିଁ ପଡ଼ିବ ।

ଏବଂ ଅନେକ ଭାବିଚିନ୍ତି ସ୍ଥିର କଲା ଯେ ଯଦି ବାଧ୍ୟ ହୋଇ ତାକୁ ଏ ଭଳି ଆପୋଷ କରିବାକୁ ପଡେ, ସେ ତା କରିବ ନିଜ ସର୍ତ୍ତରେ । ତାର ଅଧିକାର ରହିବ ଗ୍ରାହକକୁ ପସନ୍ଦ ନାପସନ୍ଦ କରିବାର । ସେ ନିଜର ବିବେକ ସହିତ ଚୁକ୍ତି କରିନେଲା ଓ ନୂଆ ଜୀବନ ଆରମ୍ଭ କଲା । ସେ ବର୍ତ୍ତମାନ ପୁଅ ଦୁହିଁଙ୍କୁ ବେଶି ସମୟ ଦେଉଥିଲା । ତା ପାଖରେ ଥିଲା ସେବିକା ହୋଇ କୌଣସି ରୋଗୀ ପାଇଁ ଦିନେ ଦୁଇ ଦିନ ବାହାରକୁ ଯିବାର ନ୍ୟାଯ୍ୟ ବାହାନା । ତା ମନରେ ଆଉ ପୃଥିବୀ ପ୍ରତି କ୍ରୋଧ ଘୃଣା ବା ହିଂସା ନାହିଁ । ସଂସାରର ଅନେକ ଲୋକଙ୍କ ଭଳି ଜୀବନ ଯାପନ ପାଇଁ ସେ ମଧ୍ୟ ଏପରି ଗୋଟିଏ ବୃତ୍ତି ନିଜର କରିଥିଲା ଯାହା ତାର ମନଃପୂତ ନଥିଲା । ତା ଭଳି ପରିସ୍ଥିତିରେ ଥିବା ମଣିଷ ଆଉ କଣ ବା କରିପାରେ ?

ଶାନ୍ତା ଯାଇ ରୋଷାଇ ଘରେ ଖରାବେଳର ଖାଇବା କଥା ବୁଝୁଥୁଲା । ଅବିନାଶର ମନେ ପଡ଼ିଲା ଏଇ କିଛି ଦିନ ତଳେ ଖବର କାଗଜରେ ପଢ଼ିଥିବା ଛୋଟ ଖବର କଥା । କୌଣସି ଗାଁରେ କୁଆଡ଼େ ସବୁ ଝିଅ ବେଶ୍ୟବୃରି କରନ୍ତି ଏବଂ ଏଥିରେ ସେମାନଙ୍କର ତତ୍ତ୍ବାବଧାନ କରନ୍ତି ସେମାନଙ୍କର ବାପା ମା ଭାଇ । ଏ ବ୍ୟବସ୍ଥାକୁ ସମସ୍ତେ ନାକ ଟେକୁଥିଲେ, କିନ୍ତୁ ଜଣେ ନାରୀବାଦୀ ସେଠାକୁ ଯାଇ ମତ ଦେଇଥିଲେ ଯେ ସେମାନଙ୍କର ଅବସ୍ଥା ସହରରେ ରହୁଥିବା ଦେହଜୀବୀମାନଙ୍କ ଠାରୁ ଯଥେଷ୍ଟ ଭଲ କାରଣ ସେମାନେ ଦଲାଲ, ପୁଲିସ ଓ ଅସାମାଜିକ ଲୋକଙ୍କ କବଳରୁ ସଂପୂର୍ଣ୍ଣ ଭାବରେ ମୁକ୍ତ ।

ଅବିନାଶର ପୁଣି ମନେପଡ଼ିଲା ପ୍ରଥମ ଜୀବନରେ ସେ କି କି ପ୍ରକାରର ଚାକିରି ସବୁ କରିଥିଲା, ଏବଂ ତାର ସାଙ୍ଗମାନେ କିଏ କୋଉ ପର୍ବ ଦେଇ ବର୍ତ୍ତମାନ କି ପ୍ରକାରର ଜୀବିକା ନିଜର କରିଛନ୍ତି । ସେ ଭାବିଲା ନିଜର ପରିବାର କଥା; କେତେ କମ ସମୟ ସେ ଦେଇପାରୁଛି ନିଜର ପିଲାଙ୍କୁ । ନିଜର ଦେହ କଥା । ଅଫିସର ସମସ୍ୟା ଜନିତ ନିଜର ମାନସିକ ଅବସ୍ଥା କଥା ଓ ସେଥିରୁ ମୁକ୍ତି ପାଇଁ ଦୁଇ ଦିନର ବିରାମ କଥା ।

ଖାଇବା ଟେବୁଲରେ ବସି ଶାନ୍ତା ଯେତେବେଳେ ତାକୁ ପଚାରିଲା, କଣ ମୋ କଥା ଆଉ କିଛି ଶୁଣିବ, ଅବିନାଶ କହିଲା, ନା, ତମେ ତମ ବହିରୁ ପଢ଼ି ମତେ କବିତା ଶୁଣାଇବ ।

ଖାଇସାରି ବିଛଣାରେ ପାଖାପାଖି ଶୋଇଥିବା ବେଳେ ଶାନ୍ତା ତାର କବିତା ବହି
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ . ୩୦