ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶୁଣିକରି ଖଗେଶ୍ୱର ପିଠି ବିସ୍ତାରି । ସତ୍ୟଭାମା ଘେନି ପ୍ରଭୁ ବିଉୟ କରି ପ୍ରବେଶ ହୋଇଲେ ଯାଇ ହସ୍ତିନା ପୁରେ । ଅଦୃଶ୍ୟ ହୋଇ ରହିଲେ ଅନ୍ତରୀକ୍ଷରେ ।। ମୁଖ ଟେକି ଦୌପଦୀ ଯେ ଦେଲେ ଅନାଇଁ । ଗରୁଡ଼ ପିଠିରେ ବିଜେ ତ୍ରୈଲୋକ୍ୟସାଇଁ । ଚର୍ମନେତ୍ର ଘେନି ଦେବୀ କଲେ ଦର୍ଶନ । ନିସ୍ତରିଲି ନିସ୍ତରିଲି ବୋଲି ବଚନ ।। କୋଟି କୋଟି ଜନ୍ମେ ଯେତେ ପାତକ ମୋର । ଶ୍ୱେତପଦ୍ମ ଡୋଳା ଦେଖି ହୋଇଲା ଦୂର ।। ଦୌପଦୀ ଡାକିଲେ ପ୍ରଭୁ ପଦ୍ମଲୋଚନ । ତୁମ୍ଭ ଘେନି ବଡ଼ଲୋକ ପଣ୍ତୁନନ୍ଦନ । ରାଜସ୍ୱୟ ଯାଗ କାଳେ ଦେବ ଅନନ୍ତ । ପ୍ରତିହାରୀ ପଣେ ତୁମ୍ଭେ ଧଇଲ ବେତ । ମଣିମା ମଣିମା ବୋଲି ବୋଲୁ ଯେ ଥାଅ । ଏବେ ଯୁଧିଷ୍ଠିରଠାରେ ଦୟା ତ ବ‌ହ ।। କପଟ ପାଶାରେ ଜିଣି ରାଜ୍ୟ ସମ୍ପଦ । ସଭାତଳେ ବସାଇଛି ମାନ‌ଗୋବିନ୍ଦ ।। ମୋହର ଏ ଦୁଃଖ ପ୍ରଭୁ କ‌ହିବି କେତେ । କେଶ ଧରି ଦୁଃଶାସନ ଆଣିଛି ମୋତେ ।। ବିବସ୍ତ୍ର କରୁଛି ମୋତେ ଦୁଃଶା ପାମର । ତୁମ୍ଭେ ନ ରଖିଲେ ମୁଁ ଯେ ହେବି କାହାର ।। ଗୋବିନ୍ଦ ବୋଇଲେ ଛାଡ଼ ମନୁ ବେଦନା । ଏ ଛାର କଥାକୁ କିମ୍ପା କରୁ ଭାବନା । ଯେତେ ବସ୍ତ୍ର ଅଭ୍ୟାଗତେ ଦେଇଛ ଦାନ । ଆଦିତ୍ୟଙ୍କଠାରେ ରଖାଇଛୁଁ ସେମାନ ।। ସମ୍ପଦକାଳେ ଯେ ଯାହା ଦାନ କରଇ । ବିପଦ କାଳରେ ତାହା ତାକୁ ମିଳଇ ।। ଆଦିତ୍ୟଙ୍କୁ ସୁମରଣା କର ସରାଗେ । ଶତଗୁଣ ହୋଇ ତାହା ମିଳିବ ବେଗେ ।। ଗୋବିନ୍ଦଙ୍କ ଆଜ୍ଞାପାଇ ଦୌପଦୀ ସତୀ । ଆଦିତ୍ୟଙ୍କୁ ଚାହିଁ ମନେ କରନ୍ତି ସ୍ତୁତି ।। ହେ ପ୍ରଭୁ ଛାୟାରମଣ ହୁଅ ପ୍ରସନ୍ନ । ଅନୁଗ୍ରହ କରି ମୋତେ ଦିଅ ବସନ ।। ଏ ମାୟା ସଂସାରେ ପ୍ରଭୁ ତୁମ୍ଭର ଲୀଳା । ତ୍ରାହିକର ଦୀନବନ୍ଧୁ ବୁଡ଼ିଲା ଭେଳା ।। ଏ କଷଣୁ ପ୍ରଭୁ ମୋତେ କର ଉଦ୍ଧାର । ଶରଣ ମାଗୁଛି ପାଦେ ଭୀମା ପାମର ।।

ନବମ ଛାନ୍ଦ ରାଗ-କଳହଂସ କେଦାର

ଶୁଣ ସୁଜନେ ମନ ଶ୍ରବଣ ଦେଇ । ଯାହା ଶୁଣନ୍ତେ କଳମଷ ନ ଥାଇ ହେ । କୃଷ୍ଣ ଚରିତ ଏହି ପୀୟୁଷ ରସ । ନିରତେ ସାଧୁଜନେ ଏ ରସେ ରସ ହେ ।। ଆଦିତ୍ୟ ରଥ ଶୂନ୍ୟେ ଯାଉଁ ଯେ ଥିଲା । ଦୌପଦୀ ସ୍ତୁତି ଶୁଣି