ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଅଙ୍ଗରେ ଅଗ୍ନି ବେଢ଼ନ୍ତେ ବସ୍ତ୍ର ପକାଇ ପୋଡ଼ି ଭୟରେ ସଭା ମଧ୍ୟରେ ମିଳିଲେ ଯାଇ ହେ ।୭। ସଭାରେ ଥିଲେ ବ‌ହୁତ ଜନ ହସିଲେ ମୁଖେ ଦେଇ ବସନ ଦ୍ରୋଣ ବୋଲନ୍ତି କୁରୁରାଜନ ବଚନ ଶୁଣ ହେ । ପରକୁ ଯେହୁ ଚିନ୍ତଇ ମହ ତାହାର ମନ୍ଦ ଚିନ୍ତେ ଗୋବିନ୍ଦ ଅନ୍ତଃକାଳରେ ସେହି ଲ‌ଭଇ ଅତି କଷଣ ହେ । ତୁ ନୃପନାଥ ମନେ କଲୁ ଗରବ ହେ । ଗର୍ବ ଗଞ୍ଜନ ବାନା ପ୍ରଭୁ କେଶବ ହେ । ସଭାର ତଳେ ଦ୍ରୌପଦୀ ଆଣି ବିବସ୍ତ୍ର କଲୁ ନୃପତିମଣି ତୋହର କୁଳବଧୂ ଉଲଗ୍ନ ଦେଖିଲେ ସର୍ବ ହେ ।୮। ଏମନ୍ତେ ଦ୍ରୋଣ ଗୁରୁଙ୍କ ବାଣୀ ଶୁଣିଣ ସେହି ନୃପତିମଣି ଜୋକ ମୁଖରେ ଲବଣ ଜାଣି ହେଲା ମଉନ ଯେ । ଡଗରମାନେ ଦ‌ହନ ଯାଇ ଧୃତରାଷ୍ଟ୍ରର ଅଗ୍ରେ ଜଣାଇ ଭୋ ଦେବ ତୁମ୍ଭ ଜ୍ୟେଷ୍ଠ ତନୟ ମହିମା ଶୁଣ ହେ । ଯୁଧିଷ୍ଠି ଦେବ ସଙ୍ଗେ ପଶାରେ ମାତି ହେ । ରାଜ୍ୟ ଧନ ଭଣ୍ତାର ସମସ୍ତ ଜିତି ହେ । ସଭାର ତଳି ଦ୍ରୌପଦୀ ଆଣି ବିବସ୍ତ୍ର କଲା ନୃପମଣି ନେତ୍ରେ ଚାହାନ୍ତେ ସତୀ ପୁର ଦ‌ହନ୍ତି ଯେ । ଶୁଣି ବୋଲଇ ଅନ୍ଧ ରାଜନ ମୋହର ବଂଶ ହେଲେ ନିଧନ କୁଳବଧୂଙ୍କୁ ସଙ୍ଗରେ ଘେନିଯାଏ ନରେଶ ଯେ । ହସ୍ତରେ ଘେନି ସୁବର୍ଣ୍ଣ ଥାଳୀ ସୁବେଶ ହୋଇ ଚଳିଲେ ବାଳୀ ଜୟ ଶବଦ ଦେଇଣ ହେଲେ ଦ୍ରୌପଦୀ ପାଶ ହେ । ବନ୍ଦାପନା କରିଲେ ମାନ୍ୟ ବିଶେଷ ହେ । ବୋଇଲେ ଆଉ ଦେବୀ ନ କରି ରୋଷ ହେ । ସାନ୍ତ୍ୱନା କରି ପୁରକୁ ନେଲେ ରତ୍ନପଲ୍ୟଙ୍କେ ଆସନ ଦେଲେ ବିବିଧ ଉପ‌ହାରେ ତାହାଙ୍କୁ କଲେ ସନ୍ତୋଷ ଯେ । ।୧୦୪। ସେଠାରୁ ଦେବୀ ଗୌରବ ପାଇ ରତନ ପଲ୍ୟଙ୍କରୁ ଓଲ୍‌ହାଇ ଆନନ୍ଦ ମନେ ନିଜ ସଦନେ ବିଜୟ କଲେ ଯେ । ଆଗ ପଛରେ ଚଳନ୍ତି ଦାସୀ ପ୍ରବେଶ ହେଲେ ବାରୁଣା ଆସି ଭିତରପୁର ରତ୍ନପଲ୍ୟଙ୍କେ ଯାଇ ବସିଲେ ଯେ । ଏ ଯେ କପଟପାଶା ଅମୃତ ରସ ଯେ । ସୁଜନମାନେ ଏହି ରସରେ ରସ ହେ । ନୁହେ ମହତ ଜାତି କୈବର୍ତ୍ତ ଶୁଦ୍ଧ ଅଶୁଦ୍ଧ ନ ଘେନ ଚିତ୍ତ କ‌ହଇ ଭୀମା ପ୍ରଭୁ ଚରଣେ ସର୍ବଦା ଆଶ ହେ ।୧୧।