ପୃଷ୍ଠା:Kathalahari (RN Das, 1927) opt.pdf/୧୧୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୬
ଉତ୍କଳ କାହାଣୀ ସଂଗ୍ରହ ।

ମୁଣ୍ଡମାନେ ଯାହା କହିଥିଲେ, ସବୁ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ କହିଗଲା । ଈଶ୍ୱର ପାର୍ବତୀ ଶୁଣିଲେ, କହିଲେ ହଉ ତେଣିକି ମୁହଁ ବୁଲା । ଏ ତେଣିକି ମୁହଁ ବୁଲାଇଲା, ଈଶ୍ୱର ପାର୍ବତୀ ଫୁଲପାଣି କରି ତିନି ମୁଠା ଛିଞ୍ଚିଦେଲେ ଯେ ହାଡ ଚମ ଏକାଠି ଲାଗି ଗଲା, ଆଉ ତିନି ମୁଠା ଛିଞ୍ଚି ଦେଲେ ଯେ ସମସ୍ତେ ଜୀଇ ଉଠିଲେ । ଈଶ୍ୱର ପାର୍ବତୀ ଉଭେଇ ଗଲେ । ଏମାନେ ଯେ ଯାହ। ଘରକୁ ଗଲେ, ରଜାପୁଅ ତା ଘରକୁ ଗଲା, ଯୁବରାଜ ହେଲା, ସୁଖରେ ଯୁଗରାଇଜ କଲା । ମୁଁ ଗଲାକୁ କଥା କହିଲା ନାହିଁ, ମୋ କଥାଟି ସରିଲା ଇତ୍ୟାଦି !


ଗୋଟିଏ ଦେଣରେ ରଜାଝିଅ, ମନ୍ତ୍ରୀଝିଅ, ସାଧବଝିଅ, କଟୁଆଳଝିଅ ଚାରି ସଂଗାତ । ଚାରିହେଁ ଏକାଠି ବନସ୍ତରେ ଯାଇ ଖେଳନ୍ତି । ଦିନକର ମଣ୍ଡାପିଠା ହୋଇଥିଲା, ଚାରି ସଂଗାତ ବନସ୍ତ ଭିତରେ ଖାଇବାକୁ ପିଠା ନେଇକରି ଗଲେ । ଖାଉଚନ୍ତି ମନ୍ତ୍ରିଝିଅ କହିଲା ହେ ମଣ୍ଡାଗଛ ଲଗାନ୍ତେଇଁ, ଆଉ ସମସ୍ତେ କହିଲେ ହଉ । ଗୋଟିଏ ମଣ୍ଡାପିଠାଟିଏ ପୋତିଦେଲେ, କହିଲେ କାଲିକି ଯେବେ ଗଜା ହୋଇଥିବୁ ୨, ନ ହେଲେ ମାମୁଁଘର କଟୁରୀରେ ହାଣିବୁ । ଏହିପରି କହି କହି ପିଠାଟି ଗଜା ହେଲା, ଗଛ ହେଲା, ଗଛଟି ବଢିଲା, ଫୁଲ ଧରିଲା, କଷି ଧରିଲା । ମଣ୍ଡାପିଠା ଫଳିଲା । ଗଛଟି ମଣ୍ଡାପିଠାରେ ଲଦି ହୋଇଗଲା, କି ସୁନ୍ଦର ଛେନା, ସାକର, କର୍ପୁର ପୁରିଆ ପିଠାଟିମାନ । ଗୋଟିଏ ଖାଇଲେ