ପୃଷ୍ଠା:Kathalahari (RN Das, 1927) opt.pdf/୩୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୧
ଡାଲିମ୍ବ କୁମର କଥା ।

ଡ଼ାଳିମ୍ବକୁମର ମରି ପଡ଼ିଚି । ରଜା ବଡ ବ୍ୟସ୍ତ ହେଲେ, କ‌ହିଲେ ନିଅ ତାକୁ ଦାହାକରି ଦିଅ[୧] ଗୁଆଘିଅ ଚନ୍ଦନ କାଠରେ । ସାନ ରାଣୀ କ‌ହିଲା ମୋ ପୁଅ ପୋଡା ହେବ ନାହିଁ କି ପୋତା ହେବ ନାହିଁ, ବନସ୍ତ ଭିତରେ ଗୋଟିଏ ଘର ତୋଳା ହେବ, ସେ ଘରଭିତରେ ସବୁ ଖାଇବା ପଦାର୍ଥ ରହିବ, ସେଠାରେ ନୂଆ ପୋଖରୀ ଖୋଳା ହେବ, ଚାରିପାଖ‌ଯାକ ପାଚେରୀ ବୁଲିବ, ଫୁଲ ବଗିଚା ହେବ ମୋ ପୁଅ ସେଇଥିଭିତରେ ରହିବ । ସବୁ ସେହିପରି ହେଲା । ଡାଳିମ୍ବକୁମରକୁ ନେଲେ ସେମନ୍ତି ଖଟସୁଦ୍ଧା[୨] ସେହି ଘରେ ଥୋଇଦେଇ ଆସିଲେ । ଏଆଡ଼େ ବଡ଼ ରାଣୀ କଣ କରେ, ସେ ହାରକୁ ଦିନ‌ଯାକ ଲଗାଏ ରାତି ହେଲାକ୍ଷଣି ଥୋଇଦିଏ, ରାଜା ଦେଖିବେ ବୋଲି । ଡ଼ାଳିମ୍ବକୁମର ଦିନଯାକ ମରେ, ରାତି ହେଲାରୁ ଜୀଇଁ ଉଠେ । ହାର ଥୋଇଦେଲାକ୍ଷଣି ଉଠି ଖାଏ ପିଏ, ଫୁଲ ବଗିଚାକୁ ଯାଏ ବୁଲେ, ଏହିପରି ରାତିଯାକ କରେ, ସକାଳ ହେଲାରୁ ମରି ଶୁଏ । ଆରଦେଶ ରାଜା ଝିଅକୁ ବରଘର ଲାଗିଲା, ଯୋଉଠି ଯେତେ ଖୋଜିଲେ କୋଉଠି ବର ଘଟଣା ହେଲାନାହିଁ । ରାଜା ବଡ଼ ବ୍ୟସ୍ତ ହୋଇ ପଣ୍ଡିତ ମାନଙ୍କୁ ଡ଼କାଇଲେ, ପଚାରିଲେ ୟାକୁ କାହିଁକି ବର ମିଳୁ ନାହିଁ । ଏମାନେ ଗଣନା କରି କହିଲେ, ଯେ ଦିନରେ ମରୁଥିବ ରାତିରେ ଜୀଇଥିବ ୟାକୁ ସେ ବିବାହ ହେବ । ରାଜା କ‌ହିଲେ ଏ ଅଲକ୍ଷଣୀଟାର ମୁହଁ ଚାହଁ ନା ଗୋଟାଏ ମଲା ମଣିଷ ବାହା ହେବ, ଏମନ୍ତି ଗୋଟାଏ ବର ଫେର୍ କୋଉଠି ମିଳିବ । ୟାକୁ ବାହାର କରିଦିଅ । ସେ ଝିଅକୁ ବାହାର କରି ଦେଲେ । ଝିଅ ବୁଲି ବୁଲି ଆସି ଯେଉଁ ବନସ୍ତରେ ଡ଼ାଳିମ୍ବକୁମର


  1. ଦାହୁକସ‌ହିତ ।
  2. ଖଟ ସ‌ହିତରେ ।