ପୃଷ୍ଠା:Kathalahari (RN Das, 1927) opt.pdf/୪୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୬
ଉତ୍କଳ କାହାଣୀ ସଂଗ୍ରହ ।

ଭାଇ ! ତୋ ଘର ଯେବେ ଆମ ପୋଡି ନାହୁଁ, ତୁ ଆମକୁ ଠକି ଦେଲୁ । ନେଉଳଭାଇ ତ ଶୁଣିଥାଏ ଏ ଘର ପୋଡ଼ିଦେବେ ବୋଲି ସବୁ ଜିନିସତକ କୂଅରେ ପକାଇଦେଲା । ତୁନିହୋଇ ମା ପୁଅ ଦିହେଁ ଲୁଚିକରି ଏଆଡ଼େ ରହିଲେ । ଏ ଛ ଭାଇ କଣ କଲେ ତା ଘରେ ନିଆଁ ଲଗାଇଦେଲେ । ନେଉଳଭାଇ କଣ କରିବ ଲିଭେଇତ ପାରିବ ନାହିଁ, ଘର ପୋଡ଼ି ଯେଉଠୁ ଛାଡ଼ି ପଡ଼ିଲା ନିଆଁରେ ପାଣି ପକାଇ ଲିଭାଇଲା । ଅଙ୍ଗାରତକ ବାଛିଲା, ବଳଦିଆ ବସ୍ତାଟାଏ ଆଣିଲା, ତାକୁସବୁ ତହିଁରେ ପୂରାଇଲା, ବଳଦଉପରେ ନଦିଲା, ନେଇ କରି ଗଲା ବିକିବାକୁ । ଯାଉଚି, ତେଣୁ ବଳଦିଆ ସାତୁଟା ଆସୁଛନ୍ତି ସର୍କାର ଖଜଣାଟଙ୍କା ଘେନି । ନେଉଳଭାଇକି କହିଲେ, କିରେ କିରେ କଣ ନେଉଚୁ କି? ନେଉଳ କହିଲା ତମେ କଣ ନେଉଚ ? ଏ ସବୁ କହିଲେ ଆମେ ଟଙ୍କା ବଳଦ ନେଉଚୁ । ନେଉଳ ଭାଇ ମିଛରେ କହିଲା ମୁଁ ସେହି ଟଙ୍କାବଳଦ ନେଉଚି । ନେଉଳ କହିଲା ତମେ କୋଉଠିକି ଯାଉଚ? ଏ ସବୁ କହିଲେ ଆମେ ସର୍କାରକୁ ଯାଉଚୁ । ରାତି ହେଲା ଯୋଉଠୁ ବଳଦିଆଯାକ କହିଲେ ସମସ୍ତେତ ଏକାଠାକୁ ଯିବା, ଏଇଠି ଏକାଠେଇଁ ସମସ୍ତେ ରହିଯିବା । ନେଉଳଭାଇ କହିଲା ହଉ ତେବେ ଭଲ ହେବ । ସମସ୍ତେ ରହିଲେ, ରୋଷେଇବାସ କଲେ, ଖାଇଲେ ପିଇଲେ ଶୋଇଲେ । ଏ ସବୁଙ୍କୁ ଯେଉଠୁ ନିଦ ଲାଗିଲା ନେଉଳଭାଇ ଉଠିଲା, ୟାଙ୍କୁ ସବୁ ଡ଼ାକେ ୨ ମାରିଦେଲା । ଏ ସବୁ କହିଲେ ଆମେ ଆଇଛିକା ଯିବୁ ନାହିଁ, ତୁ ନଇଲେ ଆଗରେ ବାହାରି ଯା । ନେଉଳ କଣ କଲା ଅଙ୍ଗାର ପଟକ ସେମାନଙ୍କର ଗୋଟାଏ ବଳଦ ଉପରେ ଲଦିଦେଲା, ଟଙ୍କା ପଟକ ତା ବଳଦଉପରେ ଲଦିଲା, ଘେନି କରି ବାହାରି ଆସିଲା । ଘରକୁ ଆସି କବାଟରେ ମାରିଲା, ମା କବାଟ ଫିଟାଇଲା, ମା ପୁଅ ଦିହେଁ ଟଙ୍କା ପଟକୁ ଧରାଧରି କରି ନେଇ