ପୃଷ୍ଠା:Kathalahari (RN Das, 1927) opt.pdf/୪୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୭
ନେଉଳଭାଇ କଥା ।

ଥୋଇଦେଲେ । ନେଉଳଭାଇ ଘରେ ଶୋଇଥାଏ, ଏଣେ ଏ ବଳଦିୟାଏ ଉଠିଲେ, ପଟ ବଳଦଉପରେ ନଦିଲାବେଳକୁ ଅଙ୍ଗାରପଟ ଉଶ୍ୱାସ ଲାଗିଲା । ଏମାନେ କହିଲେ ଆରେ ଆରେ ଆମକୁ ନେଉଳ ଠକି ଦେଇ ଗଲା । ବାଡ଼େଇ କଚାଡ଼ି ହେଲେ ରହିଲେ, ଆଉ ନେଉଳକୁ ପାଇଲେ ନାହିଁ । ରାତି ପାହିଲା, ଏ ଛ ଭାଇ ଉଠିଲେ, କହିଲେ, କିରେ ନେଉଳଭାଇ! କଣ ଆଣିଲୁ ? ନେଉଳଭାଇ କ‌ହିଲା ଅଙ୍ଗାରପଟକୁ ଟଙ୍କା ପଟେ ଆଣିଲି । ଏ ଛ ଭାଇ କ‌ହିଲେ ଆମ ଘର ଆମେ ପୋଡ଼ି ଦେବା କି ଟଙ୍କା ଆଣିବା, ନେଉଳଭାଇ କ‌ହିଲା ପୋଡ଼, ମୁଁ କଣ ତମକୁ ନାହିଁ କରୁଚି? ଏମାନେ ନିଜ ଘର ସବୁ ପୋଡ଼ିଦେଲେ, ଅଙ୍ଗାର ବାଛି ଛ ପଟ ସିଲେଇ କଲେ; ବଳଦ ଉପରେ ଲଦିଲେ, ନେଇକରି ଗଲେ । ନେଉଳଭାଇକି ପଚାରିଲେ ନେଉଳଭାଇ, ତୁ କଣ ଡାକିକରି ବିକ୍ରୀ କଲୁ ? ନେଉଳଭାଇ ମିଛରେ କ‌ହିଲା, ମୁଁ କ‌ହିଲି ଅଙ୍ଗାର ପଟ କିଏ ନେବରେ, ଟଙ୍କା ପଣ କିଏ ଦେବ ରେ? ଏମାନେ ନେଇ ସେଇଆ ଡାକିଲେ । କିଏ କାହିଁକି ଅଙ୍ଗାର ଗୁଡ଼ାକ ନେବ । ଦିଅଣା ଅଣାକର କିଏ କେମନ୍ତି କିଣିଲା, ଆଉ କେହି ନେଲେ ନାହିଁ । ଏମାନେ ଚାରି ଛ ଦିନ ରହି ଫେରି ଆସିଲେ । ନେଉଳଭାଇ କୋଠା ତୋଳି ଦେଉଳ ତୋଳି ବସିଚି । ଏ ଛ ଭାଇଯାକ କ‌ହିଲେ ରହ ରହ, ଆଜି ନେଉଳଭାଇକି ପଟରେ ସିଲେଇ କରି ପାଣିକି ପକେଇଦେବା ଯେ ଏକାନଟକେ ଯିବ । ନେଉଳକୁ ଡାକ ନେଲେ, ଗୋଟାଏ ପଟ ଆଣିଲେ, କ‌ହିଲେ ଏଥିରେ ପଶିଲୁ, ଦେଖିବୁ କେତେ ଧାନ ସମେଇବ ? ନେଉଳ ପଶିଲା, ଏମାନେ କଣ କଲେ, ନେଉଳଭାଇ ଯୋଉଠୁ ପଶିଗଲା, ପଟକୁ ସିଲେଇ କରିଦେଲେ, ନଈକି ଫୋପାଡ଼ି ଦେଲେ । ସେଠାରେ ଗୋଟିଏ ଗଉଡ଼ ଗାଈ ଜଗିଥାଏ, ତାକୁ