ପୃଷ୍ଠା:Kaunri Kamachandira dese.pdf/24

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦିଆଯାଏ । ନୂଆ ଫସଲରୁ କିଛି କିଛି ସେଥିରେ ଫିଙ୍ଗି ପୂଜାଋଜା କରାଯାଏ । ମଧୁର ବିହୁଗୀତ ଓ ନାଚରେ ଉଚ୍ଛୁଳି ଉଠେ ।

ବିହୁଗୀତ ଗୁଡ଼ିକରେ ଆସାମର ନଦୀ-ପାହାଡ଼, ତରୁ-ଲତା, ପଶୁ-ପକ୍ଷୀ, ଖାଦ୍ୟ-ପେୟ ଆଦି ସୁଖଦୁଃଖର କଥାଥାଏ । ଲୋହିତ, ବ୍ରହ୍ମପୁତ୍ର ଆଦି ବଡ଼ ବଡ଼ ନଦୀକୁ ଏଥିରେ ଦେବଦେବୀ ଭାବରେ ବର୍ଣ୍ଣନା କରଯାଇଛି । ବଣପାହାଡ଼କୁ ବି ଦେବତା ଭାବରେ ଏହି ସବୁ ଗୀତରେ ଚିତ୍ରଣ କରାଯାଇଛି । ନାନାପ୍ରକାର ଭୋଜି ଭାତରେ ଲୋକମାନେ ମାତିଯା'ନ୍ତି ।