ପୃଷ୍ଠା:Malunira Fula O Anyanya Galpa.pdf/୨୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସାପ ଅଛି । ସେ ବାଟେ ଯେ ଯିବ ତାକୁ ସେ କାମୁଡ଼ି ଦେବ । ତା'ର ଏପରି ବିଷ ଯେ କାମୁଡ଼ି ଦେବା ସଙ୍ଗେ ସଙ୍ଗେ ଲୋକ ମଲା । ସେ ବାଟେ ଯାଆନ୍ତୁ ନାହିଁ ।

ବାବାଜି କହିଲେ, "ମୁଁ ସାପମନ୍ତ୍ର ଜାଣେ । ମୋତେ ସେ କାମୁଡ଼ି ପାରିବ ନାହିଁ ।" ଏହା କହି ସାଧୁ ସେହି ବାଟେ ଯିବାକୁ ବାହାରିଲେ । ପିଲାମାନେ ଦୂରରେ ଥାଇ କ'ଣ ଘଟୁଛି ବୋଲି ଭୟରେ ଦେଖିବାକୁ ଲାଗିଲେ ।

ସାଧୁ ଯାଉଛନ୍ତି । ସାପ ଗାତ ପାଖରେ ପହଞ୍ଚୁ ନ ପହଞ୍ଚୁଣୁ ସାପଟା ଦୌଡ଼ିଆସି ଫଁ କରି ଫଣା ଟେକିଦେଲା । ସାଧୁ ଗୋଟିଏ ମନ୍ତ୍ର ବୋଲିଦେଲେ । ମନ୍ତ୍ରର କି ଗୁଣ ! ସାପଟା କେଞ୍ଚୁଆପରି ହୋଇଗଲା । ସାପର ଅବସ୍ଥା ଦେଖି ସାଧୁଙ୍କ ମନରେ ଦୟା ହେଲା । ସେ ତାକୁ ବହୁ ଧର୍ମକଥା ବୁଝାଇବାକୁ ଲାଗିଲେ, "ଦେଖ ବାବା, ଏତେଦିନ ଧରି ତୁ କେତେଗୁଡ଼ିଏ ପ୍ରାଣୀଙ୍କୁ ହତ୍ୟା କଲୁଣି । ତୋ'ର ମହାପାପ ହେଲାଣି । ମରିବା ପରେ କ'ଣ ହେବ ଭାବି ଦେଖିଛୁ କି ? ତୁ ମୋ'ଠାରୁ ମନ୍ତ୍ର ନେ ।" ସାଧୁଙ୍କ କଥାରେ ସାପର ଚେତନା ପଶିଲା । ସେ ଯେ ବହୁତ ପାପ କରିଛି ତାହା ବୁଝିପାରିଲା ।