ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ଦେଶରେ ଧାନ ମାପିବାବେଳେ, ମାପୁଥିବା ଲୋକ, ରାମେ ରାମ, ଦୁଇରେ ଦୁଇ,
କହି ମାପ କରି ଚାଲେ ଏବଂ ଆଉ ଜଣେ ଲୋକ ତା ପଛରେ ବସି ଧାନ ଠେଲି ଦେଉଥାଏ ।
ସେହିରି ଯେ ଈଶ୍ୱରଙ୍କ ଆଦେଶ ଲାଭ କରିଥାଏ, ଈଶ୍ୱର ତା ପଛରେ ରହି ଜ୍ଞାନର ରାଶି ଠେଲି
ଦେଉଥାନ୍ତି । ଈଶ୍ୱରଙ୍କ କଟାକ୍ଷ ଲାଭ କରିଥିବା ଏହି ବ୍ୟକ୍ତି ହିଁ ଗୁରୁ ହେବାକୁ ଯୋଗ୍ୟ । ଚୁମ୍ବକ ପଥର
ଲୁହାକୁ ଟାଣିବା ପରି ଲୋକେ ତା'ପାଖକୁ ମନକୁ ମନ ଆସିଯାନ୍ତି । ମନରେ ଈଶ୍ୱରଙ୍କ ପ୍ରତି ଗଭୀର
ଅନୁରାଗ ଆସିଲେ ଏପରି ସଦ୍ଗୁରୁ ମଧ୍ୟ ମିଳିଯାନ୍ତି ।