ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଜନ୍ମ ଜନ୍ମର ସାଧନା
ଜଣେ ଗଭୀର ବନ ମଧ୍ୟରେ ଶବସାଧନା କରୁଥିଲା । ସେ ବହୁତ ଭୟଙ୍କର ଦୃଶ୍ୟ ଦେଖିବାକୁ
ଲାଗିଲା । ଶେଷରେ ଗୋଟାଏ ବାଘ ଆସି ତାକୁ ନେଇଗଲା ।
ଆଉ ଗୋଟାଏ ଲୋକ ବାଘ ଭୟରେ ଗଛ ଉପରେ ଚଢ଼ି ଯାଇଥିଲା । ଶବ ଓ ତା ପାଖରେ ବହୁ ପୂଜା ଉପକରଣ ଥୁଆ ହୋଇଥିବାର ଦେଖି ସେ ଶବ ଉପରେ ବସି ଜପ କରିବାକୁ ଆରମ୍ଭ କଲା ।
ଅଳ୍ପ ସମୟ ଜପ କରିଚି, ମା ପ୍ରସନ୍ନ ହୋଇ ତାକୁ ଦେଖା ଦେଲେ ଏବଂ ବର ମାଗିବାପାଇଁ କହିଲେ ।
ଲୋକଟି ଆଶ୍ଚର୍ଯ୍ୟ ହୋଇ ମା'ଙ୍କର ପାଦପଦ୍ମରେ ଦଣ୍ଡପ୍ରଣାମ କରି କହିଲା, "ମା, ଗୋଟିଏ କଥାପଚାରିବି । ତୋର କାଣ୍ଡ ଦେଖି ମୁଁ ଅବାକ୍ ହୋଇଯାଉଚି । ଯେଉଁ ବ୍ୟକ୍ତି ଏତେ ପୂଜା ଉପକରଣ ସଂଗ୍ରହ