ପୃଷ୍ଠା:Netrutya O Netrutwa.pdf/୧୧୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦୮

ନେତୃତ୍ୱ ଓ ନେତୃତ୍ୱ

କରମଚାନ୍ଦ ଗାନ୍ଧୀଙ୍କୁ ଏକ ଶକ୍ତଦଣ୍ତ ଭୋଗିବାକୁ ପଡ଼ନ୍ତା । କାରଣ ବ‌ହୁ ମତରେ ସେ ଜଣେ ତପସ୍ୱୀସ୍ଥାନୀୟ ମହାପୁରୁଷ । ଅବଶ୍ୟ ଜାତିରେ ବୈଶ୍ୟ ହୋଇ ଜନ୍ମିଥିବା ଅପରାଧରେ ନ ହେଲେ ହେଁ ଏବେ ଇଂରେଜି ରାଜୁତିରେ ସେ ଦଣ୍ତ ବା ଶାସ୍ତିରୁ ତ୍ରାହି ପାଇ ନାହାନ୍ତି; ଏବଂ ଉପର ଉଦାହରଣ ନ୍ୟାୟରେ ଯେଉଁମାନେ ଇଂରେଜି ରାଜୁତିକୁ ରାମରାଜ୍ୟ ବୋଲି ପ୍ରଶସ୍ତି କରିଥାନ୍ତି, ତାଙ୍କ ପକ୍ଷରେ ଗାନ୍ଧୀଜୀଙ୍କ ଦଣ୍ତ ଭୋଗକୁ ସମର୍ଥନ କରିବା ସହଜ ।

ତାହାହେଲେ କିନ୍ତୁ ସେହି ନ୍ୟାୟରେ ହିଁ ସେମାନଙ୍କୁ ମାନିବାକୁ ହେବ ଯେ ରାଜ୍ୟରେ ଯାହା କିଛି ଦୁର୍ଘଟଣା ଘଟୁ, ଶିଶୁମୃତ୍ୟୁ, ଯୁବକମୃତ୍ୟୁ ବା ପ୍ରସୂତିମୃତ୍ୟୁଠାରୁ ଆରମ୍ଭ କରି ନିଜର ବା ଆଉ ପାଞ୍ଚଜଣଙ୍କର ସବୁ ଭଲ ମନ୍ଦ ପାଇଁ ରାଜା ଦାୟୀ । ବାସ୍ତବିକ ଉପର ଉପାଖ୍ୟାନଟିରେ ଶୂଦ୍ର ମୁନିଙ୍କୁ ହତ୍ୟାକରିବା ଯେମିତି ଆଦିମ ଭାବ, ଅଜ୍ଞତା ଅବିଚାର ଓ ଦୁର୍ବୁଦ୍ଧି ପ୍ରକାଶ କରେ, ମଣିଷର ସବୁ ଅଭାବ ଅଭିଯୋଗ ପାଇଁ ରାଜାଙ୍କୁ ଦାୟୀ କରିବା ଠିକ୍ ସେମିତି ଆଧୂନିକ ଭାବ, ବିଜ୍ଞତା, ସୁବିଚାର ଓ ସୁବୁଦ୍ଧିର ପରିଚୟ ଦିଏ ।

ମଣିଷର ସବୁ ରକମ ଦୁଃଖ ଦୁର୍ଦ୍ଦଶା ପାଇଁ ରାଜାଙ୍କୁ ବା ରାଜ ସରକାରକୁ ଦାୟୀ କରାଯିବାର ପ୍ରମାଣ ଓ ଉଦାହରଣ ଦୈନିକ ଖବର କାଗଜ ଓ ସଭା ସମିତିର ବକ୍ତୃତାରେ ଏତେ ବେଶି ଆଖିରେ ପଡ଼େ ବା ଶୁଣାଯାଏ ଯେ, ଏଠାରେ ତାହାର ତପସିଲ କରିବା ଦରକାର ନାହିଁ । ରାଜା ବା ରାଜ୍ୟ ବୋଲି ଜିନିଷ କାହୁଁ ଆସିଲା, ରାଜାପ୍ରଜାର ସମ୍ବନ୍ଧ ପ‌ହିଲେ କଅଣ ଥିଲା, ଏକ୍ଷଣି କିମିତି, କେବେଠାରୁ ରାଜା ପ୍ରଜା ବୋଲି ଦି'ଟା ପକ୍ଷ ହେଲେ, ପୁଣି ରାଜା ତଳକୁ ଲର୍ଡ଼, ଜମିଦାର, ସୁବାଦାର, ସର୍ବରାକାର ବା ଧନୀ ବ୍ୟବସାୟୀ ଆଦି କିପରି ଗୋଟିଏ