ପୃଷ୍ଠା:Netrutya O Netrutwa.pdf/୧୫୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୪୮

ନେତୃତ୍ୱ ଓ ନେତୃତ୍ୱ

ଛି ଛାକର କରନ୍ତି, ସେଥିପାଇ ତାଙ୍କୁ 'ଛୋକାର' କହିବା ଛଡା ଖାଣ୍ଟି ଓଡିଆ ଭାଷାର ଅଧିକ ସୁରୁଚିଗତ ଏବଂ ଏମିତି ଚମତ୍କାରର ଯୋଡ଼ ଖାଇଲା ଭଳି ଅଧିକ ଯୁକ୍ତିଯୁକ୍ତ ବିଶେଷଣର ପ୍ରତିଶବ୍ଦ ତ ନାହିଁଁ ! ନିଜର ଫୁରୁସତ ଅଭାବରୁ ଦୋଅକ୍ଷରୀ ଛଡା ବେଶି ଅକ୍ଷରର ଶବ୍ଦ ତାଙ୍କୁ ଯେମିତି ପଇଟେ ନାହିଁ, ସେମିତି ବେଶି ଗୁଡ଼େ ଶୁଣିବାକୁ ମଧ୍ୟ ତର ନ ଥିବାର ସମ୍ଭାବନା । ସେଥିପାଇଁ ହଠାତ୍ ନିଜ ଆଡୁ ଅନ୍ୟର ମା-ଭଉଣୀ ସଙ୍ଗେ ଯେଉଁ କୋମଳ ସମ୍ପର୍କ ସେ ଗଢନ୍ତି ତାହା ବଦଳରେ କାନରେ ବାଜିବା ଭଳି ସଂକ୍ଷେପରେ ତାଙ୍କୁ 'ଶଳା' କହିବାର ଅର୍ଥ ତ ସେହି ସମ୍ବନ୍ଧଟାକୁ ହିଁଁ ଆଉରି ନିକଟତର ଓ ଦୃଢତର କରିବ । ଏଥିରେ ଶିଷ୍ଟାଚାରର ହାନି ହୁଏ କେଉଁ ବାଟେ ? କହ ତେବେ, ତୁମକୁ କେଉଁ ସାଧୁ ସମ୍ବୋଧନ କରିବି ?

'ତୁମେ ଯେ ମୋହର ସବୁ ଉପକାର ଭୁଲିଗଲ ଏକାବେଳେ । ତୁମର ମହାପ୍ରସାଦ, ମହୋଦଧି, ମହାଦୀପ ପରି ମୁଁ ଯେ ଗୋଟିଏ ମହା‌- ତୁମ ପ୍ରଦେଶର ପୁରୀ, କୋଣର୍କ, ଭୁବନେଶ୍ୱର ପରି ମୁଁ ମଧ୍ୟ ଏକ ବଡ ବିଜ୍ଞାପନ । ବଡ ସାନ, ଧନୀ ଗରିବ ସମସ୍ତଙ୍କୁ ସମାନ ଦୃଷ୍ଟିରେ ମୁଁ ଦେଖିଚି, ସବୁରି ଜମିବାଡି ବନ୍ଧ ବାଡ଼ ଖାଲ ଢିପ ଭାଙ୍ଗି ସମାନ କରିଚି, ତୁମର ନୈଶ୍ଚିନ୍ତ୍ୟ ଭାଙ୍ଗି ଚିନ୍ତା କରିବାକୁ ଶିଖାଇଚି, ତୁମର ଆହାର ଛଡ଼ାଇ ଆହାର ଖୋଜିବାକୁ ବାଟ ଫିଟାଇଚି, ତୁମକୁ ଜୀବନରେ ମାରି ଜୀଇଁବା ପାଇଁ ପ୍ରେରଣା ଆଣିଚି; ଏସବୁ କଣ କିଛି ନୁହେଁ ?'

'ଓଡ଼ିଶା ଲୋକେ ତୁମଠାରୁ ନୂଆ କରି ଜୀଇଁବା କଥା ଶିଖିବେ କଣ,ମହାନଦୀ ! ଯେଉଁ ଜାତିରେ ଜଣେ ହେଲେ ଲୋକ