ପୃଷ୍ଠା:Netrutya O Netrutwa.pdf/୫୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୧
ବଙ୍ଗ ଉତ୍କଳ ଦୁଇଟି ଭଗିନୀ

ରାଜାଙ୍କ ସାହାଯ୍ୟରେ ତାଙ୍କର ନିଜର ମଧ୍ୟ ଅନେକ ଅଭାବ ଦୂର ହୋଇଛି । ଅର୍ଥାତ୍ ସେମାନଙ୍କ ଦ୍ୱାରା ଓଡ଼ିଶାର ଅତୀତ ଅନ୍ଧକାର ଯେଉଁ ଉପାୟରେ ଆଲୋକିତ, କଲିକତା ଇଲେକ୍‌ଟ୍ରିକ ପାଓଆର ହାଉସ୍‌ର ଓଡ଼ିଆ ମଜୁରିଆମାନେ କମ୍ ବେଶି ସେହିପରି ଉପାୟରେ ସେମାନଙ୍କ ଘର ଆଲୁଅ କରିଛନ୍ତି କ‌ହିଲେ ଦୋଷ ନାହିଁ । କଥାରେ, ବ୍ୟବ‌ହାରରେ, ଉପନ୍ୟାସ ନାଟକରେ, ଗଦ୍ୟ କବିତାରେ ଟିକିଏ ସୁଯୋଗ ପାଇଲେ ତାଚ୍ଛିଲ୍ୟ ଓ ବିଦ୍ରୁପ ଦ୍ୱାରା ଓଡ଼ିଆଙ୍କୁ ଯେମିତି ହୀନ କରିବାକୁ ଚେଷ୍ଟା ବଙ୍ଗାଳିମାନେ କରି ଅସିଅଛନ୍ତି, ଓଡ଼ିଆମାନେ ମଧ୍ୟ ପାଲା, ସଂକୀର୍ତ୍ତନ ଓ ରାସରେ,ଉପନ୍ୟାସ ନାଟକ ଓ କବିତାରେ ବଙ୍ଗ ଭାଷାର ବିକୃତ ଅନୁକରଣ କରି ସେମାନଙ୍କୁ ବରାବର ଉତ୍ତ୍ୟକ୍ତ କରିଛନ୍ତି ।

ଦୁଇ ପ୍ରଦେଶର ସାହଚର୍ଯ୍ୟରେ ପରସ୍ପରର ଉପକାର-

ବଙ୍ଗର ସାହଚର୍ଯ୍ୟ ଦ୍ୱାରା ଓଡ଼ିଶାର ଯେପରି ଉପକାର ହୋଇଛି, ବଙ୍ଗର ମଧ୍ୟ କମ ହୋଇ ନାହିଁ । ଓଡ଼ିଆଙ୍କର ବିବେକଶୂନ୍ୟ ରକ୍ଷଣଶୀଳତା, ଅତି ମାତ୍ରାରେ ଗୃହରୁଗ୍‌ଣତା, ଶିକ୍ଷା ଓ ସଭ୍ୟତା ସମ୍ବନ୍ଧରେ ନିର୍ବୋଧ ଧାରଣା, କୃଷି ଓ ବ୍ୟବସାୟ ବିଷୟରେ ପଙ୍ଗୁତା ଇତ୍ୟାଦି ନିଜର ଅସଂଖ୍ୟ ଅଭାବ ସେମାନେ କିଛି ଅନୁଭବ କରି ପାରିଛନ୍ତି । ବଙ୍ଗାଳିମାନଙ୍କ ଶିକ୍ଷା ଓ ସଭ୍ୟତା କ୍ଷେତ୍ରରେ ଓଡ଼ିଆ ମଧ୍ୟ ଗୋଟାଏ ମସ୍ତ ଉପକାର କରିଛି-ବଙ୍ଗକୁ ହାସ୍ୟ ଯୋଗାଇଛି । ଓଡ଼ିଆର ଅପରିଷ୍କୃତ ରୂପ, ତାହାର ଅସାମାନ୍ୟ ଦାରିଦ୍ର୍ୟ, ତାହାର ଅସମ୍ବବ ତୃଟି,ତାର ଅଦ୍ଭୁତ ବଟୂଆ, ତାହାର-ଗର୍ଦଭ ଗତି, ମର୍କଟ ମୁଖ, ତାହାର କଦର୍ଯ୍ୟ ଭଷା, କୁତ୍ସିତ ହସ, ବିକୃତ କାନ୍ଦଣା ଓ ବିରାଟ ବୋକାମିକୁ ଘେନି ଏକ ବିପୁଳ ହାସ୍ୟ ରସର ଅବତାରଣା ସେ କରିଛି ତାହାର ଭଣ୍ଡାମିର ପ୍ରମାଣ ସ୍ୱରୂପ ଉତ୍କଳୀୟ ଗୋପାଳଭାଣ୍ଡକୁ ବଙ୍ଗ