ପୃଷ୍ଠା:Netrutya O Netrutwa.pdf/୬୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୫୭

ପ୍ରତିବାଦର ଉତ୍ତର

ଅନ‌ଧିକାର ଚର୍ଚ୍ଚା କରିଛି ବୋଲି ମଧ୍ୟ ମୋତେ ଅଭିଯୁକ୍ତ କରା ହୋଇଅଛି ।

ଚୈତନ୍ୟ ସମ୍ପ୍ରଦାୟର 'ପରମାର୍ଥୀ' ପତ୍ରିକାର ଗୋଟିଏ ସଂଖ୍ୟାରେ ଆମୂଳଚୂଳ କେବଳ ମୋହରି ପ୍ରବନ୍ଧକୁ ଉପଲକ୍ଷ କରି ଉକ୍ତ ଧର୍ମ ସମ୍ବନ୍ଧୀୟ ବ‌ହୁ ଆଲୋଚନା ହୋଇଅଛି । "ନବଭାରତ"ର ମକର ସଂଖ୍ୟାରେ "ଚୈତନ୍ୟ ଧର୍ମ ଓ ଓଡ଼ିଶା ସାମ୍ରାଜ୍ୟର ପତନ" ଶୀର୍ଷକ ପ୍ରବନ୍ଧଟିରେ ମଧ୍ୟ ମୋହରି ଲେଖାର ମତାମତ ଆଲୋଚିତ ହୋଇଅଛି । ଏହି ସମ୍ପର୍କରେ ଲିଖିତ Ravenshawavian ପତ୍ରିକାର ଗତ ହୀରକ ଜୁବିଲି ସଂଖ୍ୟାରେ Connection of Sri Chaitanya with Orissa ଶୀର୍ଷକ ପ୍ରବନ୍ଧଟିକୁ ମୁଁ ମନୋଯୋଗ ସ‌ହ ପଢ଼ିଚି ।

ମୋର ବକ୍ତବ୍ୟ ବିରୁଦ୍ଧରେ ଯେତେ ଗୁଡ଼ିଏ ପ୍ରମାଣ ପ୍ରଦର୍ଶିତ ହୋଇଅଛି, ତାହା ଭିତରେ ସର୍ବପ୍ରଧାନ ହେଉଛି, ଓଡ଼ିଶା ସାମ୍ରାଜ୍ୟର ପତନ ପାଇଁ ଚୈତନ୍ୟଙ୍କୁ ଦାୟୀ କରିବା । କିନ୍ତୁ ଏଥିଲାଗି ମୋ ସ‌ହିତ କଜିଆ ହେବାର କାରଣ ନାହିଁ । ଓଡ଼ିଶାର ଐତିହାସିକମାନେ ପୁଣି ଓଡ଼ିଶା ଇତିହାସର ସର୍ବଶ୍ରେଷ୍ଠ ପୁରୋଧା ରାଖାଲ ଦାସ ବନ୍ଦୋପାଧ୍ୟାୟ ଏଥିପାଇଁ ଦାୟୀ ।

ଚୈତନ୍ୟଙ୍କ ସମ୍ବନ୍ଧରେ ବ‌ହୁ ଲୋକଙ୍କର ବ‌ହୁ ବିବରଣ ଥିବା ସତ୍ୱେ ଐତିହାସିକ ରାଖାଲ ଦାସ କାହିଁକି ଯେ ଜୟାନ‌ନ୍ଦଙ୍କ "ଚୈତନ୍ୟ-ମଙ୍ଗଳ" ଉପରେ ବିଶ୍ୱାସ କଲେ ତାହାର ଜବାବ ସେ ଦିଅନ୍ତେ । ତେବେ ଐତିହାସିକ ବିଚାରରେ ଯାହା ହେଉ, ସାଧାରଣ ଦୃଷ୍ଟିରେ ଦେଖାଯାଏ ଯେ, ଜୟାନନ୍ଦଙ୍କ 'ଚୈତନ୍ୟ ମଙ୍ଗଳ'ରେ ମନୁଷ୍ୟ ବିଶ୍ୱାସଯୋଗ୍ୟ କେତେକ ବିବୃତ୍ତି ଅଛି ।