ପୃଷ୍ଠା:Odisha Itihasa.pdf/୧୧୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାରେ ଆଫଗାନ ଓ
ମୋଗଲ ଶାସନ

୧୫୬୮ରେ ମୁକୁନ୍ଦଦେବ ବଙ୍ଗର ଆଫଗାନ ଶାସକ ସୁଲେମାନ କର୍‍ରାନୀଙ୍କ ହସ୍ତରେ ପରାଜିତ ହେବା ପରେ ଓଡ଼ିଶା ପ୍ରଥମେ ଆଫଗାନ ଓ ପରେ ମୋଗଲ କର୍ତ୍ତୃତ୍ୱକୁ ଚାଲିଗଲା । ତେଣିକି ପ୍ରାୟ ଦୁଇ ଶତାବ୍ଦୀ ଧରି (୧୫୬୮-୧୭୫୧) ଓଡ଼ିଶାରେ ଆଫ୍‍ଗାନ ଓ ମୋଗଲ ଶାସନ ଚାଲିଲା । ଇତିହାସର ଏହି କାଳଖଣ୍ତରେ ଏକ ପ୍ରକ୍ରିୟା ଭାବରେ ମଧ୍ୟଯୁଗର ପ୍ରାରମ୍ଭରୁ ଚଳି ଆସୁଥିବା ଓଡ଼ିଶାର ଏକୀକରଣ ଏହି ସମୟରେ ସଂପୂର୍ଣ୍ଣ ହେଲା । ପରବର୍ତ୍ତୀ ସମୟରେ ତାହା ହିଁ ମୋଟାମୋଟି ଭାବେ ପ୍ରାକୃତିକ ଓଡ଼ିଶାର ମୋଟ ପରିଧି ହେଲା । ଅର୍ଥାତ୍‍ ମୋଗଲ ସମୟରେ ଓଡ଼ିଶା ବୋଲି ଯାହା ସ୍ଥିରୀକୃତ ହେଲା, ତାହା ପରବର୍ତ୍ତୀ କାଳରେ ମଧ୍ୟ ଓଡ଼ିଶାର ସ୍ଥୂଳ ସ୍ୱରୂପ ହେଲା ।

ସୁଲେମାନ କର୍‍ରାନୀଙ୍କ ନେତୃତ୍ୱରେ ଆଫଗାନମାନେ ଓଡ଼ିଶା ଅଧିକାର କରିବା ବେଳକୁ ଭାରତରେ ଆଫଗାନ ଶକ୍ତି ଅସ୍ତପ୍ରାୟ ସ୍ଥିତିରେ । ମୋଗଲମାନେ ପୁନର୍ବାର ଦିଲ୍ଲୀ ଅଧିକାର କଲା ପରେ ମୋଗଲ ସାମ୍ରାଜ୍ୟର ବିସ୍ତାର ଓ ଆଫଗାନ ଶକ୍ତିର ପତନ ସମାନ୍ତରାଳ ଗତିରେ ଚାଲିଲା । ଓଡ଼ିଶାପାଇଁ ଏହାର ତାତ୍ପର୍ଯ୍ୟ ହେଲା, ଓଡ଼ିଶା ଅଧିକାରପାଇଁ ଉଭୟ ଶକ୍ତି ମଧ୍ୟରେ କଳହ ବୃଦ୍ଧି ପାଇଲା ଏବଂ ଶେଷରେ ମୋଗଲମାନଙ୍କ ହାତକୁ ଓଡ଼ିଶା ଗଲା । ତେଣୁ ପ୍ରାୟ ଦୁଇ ଶହ ବର୍ଷର ମୋଟ ଆଫଗାନ-ମୋଗଲ ଶାସନକାଳରୁ ଆଫଗାନ ରାଜତ୍ୱ ମାତ୍ର ୧୪ ବର୍ଷରୁ ଅଧିକ ନୁହେଁ (୧୫୬୮ରୁ୧୫୯୨) । ଏହି ୧୪ ବର୍ଷ ମଧ୍ୟ ଆଫଗାନମାନେ କ୍ରମାଗତ ଭାବେ ଶାସନ କରି ନାହାନ୍ତି ।

କର୍‍ରାନୀ ଓଡ଼ିଶା ଆକ୍ରମଣ କରିବା ବେଳକୁ ଗଜପତି ରାଜା ମୋଗଲମାନଙ୍କ ସଙ୍ଗେ ସଂପର୍କ ସ୍ଥାପନ କରିସାରିଥିଲେ । ସେହି ଆଧାରରେ କର୍‍ରାନୀଙ୍କ ବିରୁଦ୍ଧରେ ଗଜପତି ସେନାକୁ ମୋଗଲ୧୧୬ . ଓଡ଼ିଶା ଇତିହାସ