ଏହା ସୁସ୍ପଷ୍ଟ ଥିଲା । ସେ କ୍ଷେତ୍ରରେ ଜମିଦାର ଓ ଧନୀ ବ୍ୟକ୍ତିମାନେ ଡଙ୍ଗା ନିର୍ମାଣପାଇଁ ପୁଞ୍ଜି ବିିଯୋଗ କରୁଥିବାର ଅନୁମାନ କରିହୁଏ । ଓଡ଼ିଶାର ସମୁଦ୍ର ଉପକୂଳରେ ପ୍ରଚୁର ମାଛ ଓ ଲୁଣ ମରାଯାଉଥିଲା । ସ୍ଥାନୀୟ ବଜାରରେ ଲୁଣ ଖୁବ୍ ଶସ୍ତାରେ ମିଳୁଥିଲା । କେବଳ ବେରାର୍କୁ ବାର୍ଷିକ ତିିନିଲକ୍ଷ ମହଣ ଲୁଣ ରପ୍ତାନି ହେଉଥିଲା । ଲୁଣ ମରା ଓ ପରିବହନକୁ ନେଇ ଅନେକ ଲୋକ ନିଯୁକ୍ତ ହୋଇଥିଲେ । ଇଂରେଜମାନେ ଓଡ଼ିଶା ଅଧିକାର କରିବାର ଅବ୍ୟବହିତ ପୂର୍ବରୁ, ଓଡ଼ିଶା ବଙ୍ଗକୁ ଲୁଣ ବିକ୍ରୀ କରି ବାର୍ଷିକ ଦୁଇ ଲକ୍ଷ ଟଙ୍କା ଆୟ କରୁଥିବା ଅନୁମାନ କରାଯାଏ ।
ତାରକସି କାମ, କଂସା ବାସନ ଓ ହସ୍ତତନ୍ତ ପ୍ରସ୍ତୁତ ଲୁଗା ରପ୍ତାନି କରିବାରେ ମଧ୍ୟ ଓଡ଼ିଶାର ସେତେବେଳେ ପ୍ରସିଦ୍ଧି ଥିଲା । ସାରା ଓଡ଼ିଶାରେ ଲୁଗା ବୁଣା ଯାଉଥିଲାା ଭଦ୍ରକ ଓ ପଦ୍ମପୁରରେ ଉଚ୍ଚମାନର ଲୁଗା ବୁଣା ଯାଉଥିଲା । ଇଂଲଣ୍ଡ, ହଲାଣ୍ଡ, ଫ୍ରାନ୍ସ ଓ ମାଲଡିଭ୍ସରେ ମଧ୍ୟ ଓଡ଼ିଶା ଲୁଗାର ଖୁବ୍ ଚାହିଦା ଥିଲା ।
ମୋଟ ଉପରେ କହିବାକୁ ଗଲେ, କେବଳ ମାତ୍ର ଅର୍ଦ୍ଧ-ଶତାବ୍ଦୀର ମରହଟ୍ଟା ଶାସନଯୋଗୁଁ ଓଡ଼ିଶାର ଆର୍ଥିକ ଓ ବାଣିଜ୍ୟିକ ସ୍ଥିତି ବିଗିଡ଼ିଗଲା ବୋଲି କହିବା ବୋଧହୁଏ ଅଯୌକ୍ତିକ ହେବ । ପୂର୍ବରୁ ଚଳି ଆସିଥିବା ଶାସନ ଓ ବାଣିଜ୍ୟ ବ୍ୟବସ୍ଥାକୁ ମରହଟ୍ଟାମାନେ କେବଳ ପରିଚାଳନା କରିଥିଲେ । ତତ୍କାଳୀନ ଅନ୍ୟ ଶାସକମାନଙ୍କ ପରି ସେମାନେ ମଧ୍ୟ ଅଧିକରୁ ଅଧିକ କର ଓ ଭୂ-ରାଜସ୍ୱ ଅସୁଲ କରିବାକୁ ପ୍ରୟାସ କରୁଥିଲେ । ଅଷ୍ଟାଦଶ ଶତାବ୍ଦୀରେ ପ୍ରଶାସନିକ ବ୍ୟୟ ବୃଦ୍ଧି ପାଇଥିଲା । ମାତ୍ର ସେହି ଅନୁପାତରେ ଆୟର ସ୍ରୋତ ବୃଦ୍ଧି ପାଉନଥିଲା । ତେଣୁ ଯାହା କିଛି ଆୟର ଉତ୍ସ ଥିଲା, ତହିଁରୁ ଅଧିକରୁ ଅଧିକ ଅସୁଲ କରିବାକୁ ମରାଠାମାନେ ଉଦ୍ୟମ କରିଥିଲେ ଏବଂ ସେହି ଅନୁସାରେ ପ୍ରଶାସନିକ ଅଧିକାରୀ ନିଯୁକ୍ତ କରିଥିଲେ । ଯେଉଁ ଅଧିକାରୀ କର ଓ ଭୂ-ରାଜସ୍ୱ ଆଦି ଅସୁଲ କରିବାରେ ଅସମର୍ଥ ହେଉଥିଲେ, ତାଙ୍କ ଉପରେ ଉପରିସ୍ଥ ଅଧିକାରୀ ବଳ ପ୍ରୟୋଗ କରୁଥିଲେ । କାରଣ ଏହି ବିଫଳତାପାଇଁ ନିଜ ଉପର ଅଧିକାରୀଙ୍କ ପାଖରେ ତାଙ୍କୁ ଉତ୍ତରଦାୟୀ ହେବାକୁ ପଡୁଥିଲାା ଏହି ବ୍ୟବସ୍ଥାରେ ସ୍ୱୟଂ ସୁବାଦାର ମଧ୍ୟ ଦୋଷୀ ସାବ୍ୟସ୍ତ ହେବାର ଭୟ ରହିଥିଲା । ଇଂରେଜ ଅଧିକାର ପରେ ନିଜର କାର୍ଯ୍ୟକୁ ଯୁକ୍ତି ସଙ୍ଗତ ପ୍ରତିପାଦନ କରିବା ଲକ୍ଷ୍ୟରେ ଇଂରେଜମାନେ ମରାଠା ଶାସନକୁ ଖୁବ୍ ଅରାଜକତାପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି ।
ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ସମାଜ ଓ ସଂସ୍କୃତି ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ ଏକ ନୂତନ ସାମନ୍ତ ଶ୍ରେଣୀର ଉତ୍ଥାନ ଦେଖିବାକୁ ମିଳିଥିଲା । ବାଣିଜ୍ୟ କାରବାର ବୃଦ୍ଧି ପାଇବା ସଙ୍ଗେସଙ୍ଗେ ବଜାରରେ ବିଳାସ ସାମଗ୍ରୀ ଉପଲବ୍ଧ{{right|ଓଡ଼ିଶା ଇତିହାସ . ୧୪୩