ପୃଷ୍ଠା:Odisha Itihasa.pdf/୨୦୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତୀୟତାର ଉନ୍ମେଷ

ଜାତୀୟତାର ଅର୍ଥ ହେଲା ଦେଶ ଭକ୍ତି, ରାଷ୍ଟ୍ରପ୍ରୀତି; ଲକ୍ଷ୍ୟ ହେଲା ଦେଶ ଗଠନ । ରାଷ୍ଟ୍ରଭକ୍ତିର ବିଚାରଧାରାକୁ ଜାତୀୟତା ବୋଲି କୁହାଯାଏ । ଗୋଟାଏ ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ଏବଂ ତା' ଭିତରେ ଗଢ଼ି ଉଠିଥିବା ଭାଷା, ସଂସ୍କୃତି ଓ ପରଂପରାକୁ ଜାତୀୟତା ଏକ ବୋଲି ବିଚାର କରେ ଏବଂ ଉକ୍ତ ଭାଷାଭାଷୀ ଓ ସଂସ୍କୃତିର ଲୋକଙ୍କ ମଧ୍ୟରେ ବିଭେଦ ନାହିଁ ବୋଲି ଯୁକ୍ତି କରେ । ଜାତୀୟତାର ସ୍ଥାୟିତ୍ୱପାଇଁ ଜାତୀୟ ଏକତା ଜରୁରୀ । ଜାତିର ସାମୂହିକ ଉନ୍ନତି ନିମନ୍ତେ ବ୍ୟକ୍ତି ସ୍ୱାର୍ଥକୁ ବଳି ଦେବାକୁ ଜାତୀୟତା ପ୍ରତିଶ୍ରୁତିବଦ୍ଧ ହୁଏ । ଏହି କାରଣରୁ ସମୂହ ଉନ୍ନତିପାଇଁ ଆତ୍ମବଳି ଦେଇଥିବା ବ୍ୟକ୍ତି ଜାତୀୟତାର ମାନଦଣ୍ତରେ ଅନ୍ୟପାଇଁ ଆଦର୍ଶ ହୁଅନ୍ତି ।

ଜାତୀୟତାର ଅବଧାରଣା ବିଶ୍ୱ ଇତିହାସରେ ଜାତୀୟତାର ଉନ୍ମେଷ ବିଶେଷ ପୁରୁଣା ନୁହେଁ । ମଧ୍ୟଯୁଗର ଶେଷ ବେଳକୁ ଏହା ପ୍ରଥମେ ୟୁରୋପରେ ବିକାଶ ଲାଭ କଲା ଏବଂ ତାକୁ ଭିତ୍ତି କରି ଆଧୁନିକ ରାଜ୍ୟ ରାଷ୍ଟ୍ରମାନ ଗଠିତ ହେଲେ । ଯେତେବେଳେ ବିଭିନ୍ନ କାରଣରୁ ଲୋକ ବାହାରକୁ ଗଲେ, ସେମାନେ ଦେଖିଲେ ଭାଷା, ସଂସ୍କୃତି ଏବଂ ଭୌଗୋଳିକ ପରିସୀମା ଦୃଷ୍ଟିରୁ ଗୋଟାଏ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅନ୍ୟ ଅଞ୍ଚଳ ତୁଳନାରେ ଅନେକ ସମତା ରହିଥାଏ । ସେହି ଆଧାରରେ ସେମାନେ ନିଜକୁ ଗୋଟିଏ ଜାତି ଓ ଅନ୍ୟଠାରୁ ଅଲଗା ବୋଲି ପରିଚୟ ଦେଲେ । ନିଜ ଅଞ୍ଚଳ ବାହାରକୁ ଗଲା ପରେ ଯେଉଁ ଅସୁରକ୍ଷା ଭାବ ଓ ସଂକଟର ସ୍ଥିତି ଅନୁଭୂତ ହୁଏ, ତା'ର ସମ୍ମୁଖୀନ ହେବା ଲାଗି ସେମାନେ ଜାତି ନାଁରେ ଗୋଷ୍ଠୀଭୁକ୍ତ ହେଲେ । ଜାତି ପରିଚୟ ସେମାନଙ୍କୁ ସୁରକ୍ଷା ପ୍ରଦାନ କଲା । ଫରାସୀ ଭାଷାଭାଷୀ ଲୋକେ ନିଜକୁ ଫରାସୀ ଜାତି ବୋଲି ପରିଚୟ ଦେଲେ; ଇଂରାଜୀ ଭାଷା-ଭାଷୀ ଲୋକେ କହିଲେ, ସେମାନେ ଇଂରେଜ ଜାତି । ବିବାଦ ସୃଷ୍ଟି ହେଲେ, ଜିଣିବା ସକାଶେ ଜାତୀୟତା ଆଧାରରେ ପକ୍ଷମାନ ଗଠିତ ହେଲା । ପରେ ରାଜା ରାଜାଙ୍କ ମଧ୍ୟରେ କଳହ ହେଲେ{{right|ଓଡ଼ିଶା ଇତିହାସ . ୨୦୯