ପୃଷ୍ଠା:Odisha Itihasa.pdf/୨୩୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫଳରେ ଲୁଣର ବ୍ୟବହାର କମି କମି ଯାଉଛି । ୧୮୮୬ରେ 'ସେବକ' ମତବ୍ୟକ୍ତ କରିଥିଲା ଯେ, ବ୍ରିଟିଶ ସରକାର ଅଧୀନରେ ଲୋକଙ୍କର ଆର୍ଥିକ ପ୍ରଗତି ହେବାରେ କୌଣସି ପ୍ରମାଣ ମିଳୁ ନାହିିଁ । ତୀର୍ଥଯାତ୍ରୀ କରବୃଦ୍ଧିର ତୀବ୍ର ସମାଲୋଚନା କରି 'ଉତ୍କଳ ଦୀପିକା' ୧୮୬୮ରେ ଲେଖିଥିଲା ଯେ, ସବୁ ତୀର୍ଥଯାତ୍ରୀଙ୍କୁ ଧନିକ ଶ୍ରେଣୀର ବୋଲି ଧରି ନିଆଯାଇ ନପାରେ । ପୁଣି, ଯାତ୍ରାଜନିତ ସେମାନଙ୍କ ଦୁଃଖକଷ୍ଟ ଏମିତିରେ ବି କିଛି କମ୍‍ ନୁହଁ । ଏହି ସ୍ଥିତିରେ ତାଙ୍କଠାରୁ ଅଧିକ କର ଅସୁଲ କରାଯିବା ଉଚିତ ନୁହଁ । ଲୁଣ ପ୍ରୋକ୍ତାନ ବନ୍ଦ ହେବା ପରେ ଯେତେ ସଂଖ୍ୟାରେ ଲୋକ ଅନ୍ନ ସଂସ୍ଥାନର ପନ୍ଥା ହରାଇଲେ, ତାକୁ ଉଲ୍ଲେଖ କରି 'ଉତ୍କଳ ଦୀପିକା' ଲେଖିଥିଲା, ଲୁଣ ଟିକକପାଇଁ ଇଂଲଣ୍ଡର ଲିଭରପୁଲ ଉପରେ ଆଶ୍ରିତ ହେବା ସତେ କେତେ ପରିତାପର କଥା ! ୟା'ଠାରୁ ଭାରତର ଅଧିକ ଦୁର୍ଯୋଗ ଆଉ କ'ଣ ହୋଇପାରେ? 'ସଂସ୍କାରକ'ର ଭାଷାରେ ଲୋକଙ୍କ ପ୍ରତି ସମ୍ବେଦନଶୀଳ କୌଣସି ପ୍ରଶାସନ ଲୋକଙ୍କୁ ଏଭଳି ଭାବରେ ରୋଜଗାରଶୂନ୍ୟ କରିବେ ନାହିିଁ । ବୁଦ୍ଧିଜୀବୀଙ୍କ ଅଭିଯୋଗ ଯେ, ସ୍ଥାନୀୟ ଲବଣ ଶିଳ୍ପର ବିଲୋପ ପରେ କାମ ହରାଇଥିବା ଲୋକଙ୍କୁ ଲିଭରପୁଲରୁ ଲବଣ ଆମଦାନୀ କାମରେ ନିଯୁକ୍ତ କରାଯାଇ ପାରିବ ନାହିିଁ । କେବଳ ଲବଣ ପ୍ରସଙ୍ଗ ନୁହେଁ, ପ୍ରତିରକ୍ଷାରେ ଅଧିକ ଖର୍ଚ୍ଚ, ଭାଇସରାୟ ଓ ତାଙ୍କ କାର୍ଯ୍ୟପାଳିକା ସଭ୍ୟଙ୍କୁ ଅଧିକ ଦରମା ଏବଂ ଲୋକଙ୍କ ଉପରେ ଋଣଭାର ବୃଦ୍ଧିକୁ ନେଇ ମଧ୍ୟ ବୁଦ୍ଧିଜୀବୀ ପତ୍ର-ପତ୍ରିକା ମାଧ୍ୟମରେ ସେ ସମୟରେ ନିରନ୍ତର କ୍ଷୋଭ ପ୍ରକାଶ କରିଥିଲେ ଏବଂ ଭାରତର ସ୍ୱାର୍ଥ ବଦଳରେ ଇଂଲଣ୍ଡର ସ୍ୱାର୍ଥକୁ ଇଂରେଜ ସରକାର ପ୍ରମୁଖତା ଦିଅନ୍ତି ବୋଲି ଅଭିଯୋଗ କରୁଥିଲେ । ଠିକ୍‍ ସେହିଭଳି, ୧୮୭୮ରେ ଯେତେବେଳେ 'ଆର୍ମସ୍‍ ଏବ୍ଧ' କାର୍ଯ୍ୟକାରୀ ହେଲା, ତାର ବିରୋଧ କରି କୁହାଗଲା, ଏହାଦ୍ୱାରା ଲୋକେ ଅଧିକ ଅସୁରକ୍ଷିତ ହେବେ । 'ସେବକ' ପତ୍ରିକା ମତ ଦେଲା, ଯଦି ଏହି ଆଇନକୁ ପ୍ରତ୍ୟାହାର କରିନିଆ ନଯାଏ, ଲୋକଙ୍କଠାରେ ସରକାରଙ୍କର ଆସ୍ଥା ନାହିିଁ ବୋଲି ବୁଝାଯିବ । ପରିଣାମତଃ ଲୋକଙ୍କର ମଧ୍ୟ ସରକାରଙ୍କଠାରୁ ଆସ୍ଥା ତୁଟିଯିବ ।

ଏହି ସମୟରେ ବୁଦ୍ଧିଜୀବୀ ଇଂରେଜ ସରକାର ଉପରେ ଆସ୍ଥା ରଖିଥିଲେ । ଏଥିସହିତ ଆସ୍ଥା ହରାଇବାର ପ୍ରକ୍ରିୟା ମଧ୍ୟ କିଛି ମାତ୍ରାରେ ଆରମ୍ଭ ହୋଇଯାଇଥିଲା । ବାସ୍ତବିକତା ଆଧାରରେ ସରକାର ଯାହିଁ ଯେଉଁଠି ଭୁଲ କରୁଥିଲେ, ତାର ବିରୋଧ କରିବାକୁ ସେମାନେ ପଛାଉ ନଥିଲେ । ନରମପନ୍ଥୀ ରାଜନୀତିକୁ ଏହା ଖୁବ ସୁହାଉଥିଲା, କାରଣ ଜାତୀୟତାର ଉନ୍ମେଷ କାଳରେ ସରକାର ପ୍ରତି ଅତି କଠୋର ଆଚରଣ କରିବା ସମ୍ଭବ ନଥିଲା । ଦ୍ୱିତୀୟତଃ, ପତ୍ରପତ୍ରିକାରେ ବୁଦ୍ଧିଜୀବୀର ମତ-ବିମତ ପ୍ରକାଶ ପାଇବାଦ୍ୱାରା ଜନସଚେତନତା ବୃଦ୍ଧି ପାଉଥିଲା । ରାଜନୀତିକୁ ଗଣାଭିମୁଖୀ କରିବା ଦିଗରେ ପ୍ରତିବେଦନ ପ୍ରେରଣ, ଭାଷଣ, ଲେଖା, ସଭା, ସମିତି ଆୟୋଜନ ଆଦି ଖୁବ୍‍ ଉପଯୋଗୀ ସିଦ୍ଧ ହେଲା ।

ଓଡ଼ିଶାର ବୁଦ୍ଧିଜୀବୀ ଯେତେବେଳେ ବାହାରର ବୁଦ୍ଧିଜୀବୀଙ୍କ ସାଙ୍ଗରେ ଜାତୀୟ କଂଗ୍ରେସ ଆଦି ବିଭିନ୍ନ ମଞ୍ଚରେ ଏକତ୍ରିତ ହେଲେ; ଭାରତ ବିଷୟକ ସମସ୍ୟାଗୁଡ଼ିକ ସଂପର୍କରେ ପତ୍ରିକା୨୩୦ . ଓଡ଼ିଶା ଇତିହାସ