ପୃଷ୍ଠା:Odisha Itihasa.pdf/୨୪୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉଦ୍ଦେଶ୍ୟ ସ୍ୱରାଜପ୍ରାପ୍ତି ହେଲେ ସ୍ଥାନୀୟ ଲୋକଙ୍କର ହିିଁ ମଙ୍ଗଳ ହେବ, ତାହା ଜାତୀୟତାବାଦୀ ନେତୃତ୍ୱ ପ୍ରମାଣ କରିଦେଲେ । ଏହା ନେତୃତ୍ୱର ଦୂରଦୃଷ୍ଟିକୁ ସୁସ୍ପଷ୍ଟ କଲା । ଏହାର ପରିଣାମ ସ୍ୱରୂପ, ୧୯୨୦ ନଭେମ୍ବର କାଉନସିଲ ନିର୍ବାଚନରେ ପୁରୀ ମ୍ୟୁନିସିପାଲିଟିରେ ୮୦ ପ୍ରତିଶତ ପ୍ରାୟ ଭୋଟର ନିର୍ବାଚନ ବର୍ଜନ କଲେ । ଗ୍ରାମାଞ୍ଚଳରେ ଭୋଟ ବର୍ଜନ ସହର ଅପେକ୍ଷା ମଧ୍ୟ ଅଧିକ ଥିଲା । ପ୍ରାଦେଶିକ କମିଟି ଗଠିତ ହେବା ପରେ, ୧୯୨୧ ଜାନୁଆରିରେ ସତ୍ୟବାଦୀ ସ୍କୁଲକୁ ଏକ ଜାତୀୟ ବିଦ୍ୟାଳୟ ରୂପେ ଘୋଷଣା କରାଗଲା । ଏହି ଘୋଷଣା ପଛରେ ରହିଥିଲା ଛାତ୍ରମାନଙ୍କର ବିଶେଷ ଭୂମିକା । ସେମାନେ ଅଭିଭାବକମାନଙ୍କଠାରୁ ସମ୍ମତି ସଂଗ୍ରହ କରି ପରିଚାଳନା ସମିତି ଉପରେ ଚାପ ଦେଲେ ଯେ, ବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କରାଯାଉ । ୧୯୦୯ରେ ସତ୍ୟବାଦୀ ଏକ ମୁକ୍ତ ଜାତୀୟ ଅନୁଷ୍ଠାନ ଢାଞ୍ଚାରେ ଗଠିତ ହୋଇଥିଲା ସତ, ମାତ୍ର ୧୯୧୪-୧୫ ବେଳକୁ ବିଶ୍ୱବିଦ୍ୟାଳୟ ଡିଗ୍ରୀର ଆବଶ୍ୟକତା ଏବଂ ଆର୍ଥିକ ସଙ୍କଟଯୋଗୁଁ ଏହା ପାଟନା ବିଶ୍ୱବିଦ୍ୟାଳୟର 'ଏଫିଲିଏସନ' ଏବଂ ସରକାରୀ ଅନୁଦାନପାଇଁ ଆବେଦନ କରିଥିଲା । ଏବେ ଜାତୀୟ ବିଦ୍ୟାଳୟ ଘୋଷଣା ଫଳରେ ମିଳିଥିବା କୋଡ଼ିଏ ହଜାର ଟଙ୍କାର ସରକାରୀ ଅନୁଦାନକୁ ସ୍କୁଲ ଅଗ୍ରାହ୍ୟ କରିଦେଲା ।

କଟକରେ ଆନ୍ଦୋଳନ ଏହି ସମୟରେ କଟକଠାରେ ମଧ୍ୟ ଏକ ଜାତୀୟ ବିଦ୍ୟାଳୟ ନୂଆକରି ଆରମ୍ଭ ହେଲା । ଓଡ଼ିଶା ତଥା ଓଡ଼ିଶା ବାହାରେ କଲେଜ ବର୍ଜନ କରି ଆନ୍ଦୋଳନରେ ଯୋଗ ଦେଇଥିବା ଓଡ଼ିଆ ଛାତ୍ରମାନେ ତହିିଁରେ ଶିକ୍ଷକ ରୂପେ କାର୍ଯ୍ୟ କଲେ ଏବଂ ସହରରେ ନିୟମିତ ସଭା ସମିତିମାନ ଆୟୋଜନ କଲେ । ଧୀରେ ଧୀରେ କଟକ ହେଲା ଓଡ଼ିଶା ଅସହଯୋଗ ଆନ୍ଦୋଳନର ମୁଖ୍ୟ କେନ୍ଦ୍ର । ଏହାର ପ୍ରତିଫଳନ ଦେଖିବାକୁ ମିଳିଲା, ଯେତେବେଳେ ୧୯୨୦ ନଭେମ୍ବର ନିର୍ବାଚନରେ ବିହାର ଓ ଓଡ଼ିଶା ପ୍ରଦେଶର ନୂଆ କରି ମନ୍ତ୍ରୀ ପଦ ଗ୍ରହଣ କରିଥିବା ବର୍ଷୀୟା ନେତା କୁଳବୃଦ୍ଧ ମଧୁସୂଦନ ଦାସଙ୍କୁ ସମ୍ବର୍ଦ୍ଧନା ଦେବାପାଇଁ ତାଙ୍କ ସମର୍ଥକମାନେ ସଭା ଆୟୋଜନ କଲେ । ୯ ଜାନୁଆରି ୧୯୨୧ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାକୁ ଅସହଯୋଗୀମାନେ କେବଳ ବର୍ଜନ କରିବାକୁ ହିଲେ ନାହିଁ, ମଣ୍ଡପକୁ କବ୍‍ଜା କରି ସଭା ମଧ୍ୟ ଭଣ୍ଡୁର କଲେ । ଅସହଯୋଗରେ ସାମିଲ୍‍ ନ ହୋଇ ସରକାରଙ୍କ ମନ୍ତ୍ରୀ ପଦ ଗ୍ରହଣ କରିଥିବା ମଧୁବାବୁଙ୍କୁ ଅଶୀ ବର୍ଷର ବୃଦ୍ଧ ସରକାରୀ ଚାକିରିରେ ଯୋଗ ଦେଲେ ବୋଲି ବିଦ୍ରୂପ କଲେ । ସଭାରେ ଅସହଯେଗୀଙ୍କ ପକ୍ଷରୁ ପ୍ରଚାରପତ୍ର ବଣ୍ଟାଗଲା । ବାଲେଶ୍ୱରରେ ବ୍ୟାପିଥିବା ମେଲେରିଆ, ପୁରୀର ଦୁର୍ଭିକ୍ଷ ଏବଂ କଟକର ବନ୍ୟା ପ୍ରପୀଡ଼ିତ ଲୋକଙ୍କ ଦୁର୍ଦ୍ଦଶା ଦୂରଲାଗି ଉଦ୍ଦିଷ୍ଟ ଅର୍ଥରୁ ମଧୁବାବୁ(ମନ୍ତ୍ରୀ)ଙ୍କ ବାର୍ଷିକ ଷାଠିଏ ହଜାର ଟଙ୍କାର ଦରମା ଭରଣା କରାଯିବ ବୋଲି ଏଥିରେ ବ୍ୟଙ୍ଗୋକ୍ତି କରାଯାଇଥିଲା । ପୁରୀରେ ମଧ୍ୟ ଆୟୋଜିତ ସମ୍ବର୍ଦ୍ଧନା ସଭା ଅସହଯୋଗୀଙ୍କ ବର୍ଜନ ଫଳରେ ଭଣ୍ଡୁର ହେଲା । ଏହି ଘଟଣା ଜାତୀୟତାର ଶକ୍ତିକୁ ପ୍ରତିବିମ୍ବିତ୨୪୮ . ଓଡ଼ିଶା ଇତିହାସ