ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୋଲି କୁହାଯାଏ । ସେ ତୋଷାଳୀରେ ଅବସ୍ଥାପିତ ଥିଲେ । ମୌର୍ଯ୍ୟ ଶାସନର ଏକ ବଡ଼ ସ୍ୱାତନ୍ତ୍ର୍ୟ ଥିଲା ଅମଲାତନ୍ତ୍ର । ରାଜ୍ୟରେ ଅବସ୍ଥାପିତ ରାଜପ୍ରତିିନିଧିଙ୍କୁ ପ୍ରାଶାସନିକ ସହାୟତା ଦେବାପାଇଁ ଏକ ମନ୍ତ୍ରିପରିଷଦ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତ ଥିଲେ । ଉଚ୍ଚ ଶ୍ରେଣୀର ପ୍ରାଶାସନିକ ଅଧିକାରୀଙ୍କୁ ମହାମାତ୍ର କୁହାଯାଉଥିଲା । ଆଇନ ଶୃଙ୍ଖଳା ରକ୍ଷାପାଇଁ ତଥା ରାଜସ୍ୱ ଆଦାୟପାଇଁ ମଧ୍ୟ ଅଧିକାରୀମାନେ ନିଯୁକ୍ତ ଥିଲେ । ମଗଧରେ ପ୍ରତିଷ୍ଠିତ ଏହି ଅମଲାତନ୍ତ୍ର କଳିଙ୍ଗର ପ୍ରଶାସନରେ ମଧ୍ୟ ଲାଗୁ ହୋଇଥିବାର କୌଣସି ସ୍ପଷ୍ଟ ପ୍ରମାଣ ମିଳେନାହିଁ । ହୁଏତ କଳିଙ୍ଗ ଅଧିକାର କଲା ପରେ ଆରମ୍ଭରେ କିଛି ସମୟ ନିଜ ପ୍ରତ୍ୟକ୍ଷ କର୍ତ୍ତୃତ୍ୱରେ ତାକୁ ରଖିବା ପରେ ଅଶୋକ କଳିଙ୍ଗକୁ ଜଣେ ମଗଧ ରାଜକୁମାରଙ୍କ ପ୍ରତ୍ୟକ୍ଷ ଶାସନରେ ଛାଡ଼ି ଯାଇଥିଲେ । ତୋଷାଳୀ ଓ ସମାପାଠାରେ ରାଜଧାନୀ ସ୍ଥାପନ କରି ନିୟମିତ ରାଜସ୍ୱ ଆଦାୟପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ । ରାଜକର୍ମଚାରୀମାନେ ପ୍ରତ୍ୟକ୍ଷ ଭାବେ ପ୍ରଜାଙ୍କଠାରୁ ରାଜସ୍ୱ ଆଦାୟ କରୁଥିବାର ମଧ୍ୟ କୌଣସି ପ୍ରମାଣ ନାହିଁ । ସମ୍ଭବତଃ ସ୍ଥାନୀୟ ରାଜାମାନଙ୍କ ଦାୟିତ୍ୱରେ ପୂର୍ବଭଳି ଶାସନ ରହିଥିଲା ଏବଂ ରାଜଧାନୀରେ ସେମାନେ ନିୟମିତ ରୂପେ ନିଜ ନିଜର ଦେୟ ଜମା କରୁଥିଲେ । ଅର୍ଥାତ୍‍ କଳିଙ୍ଗ ବିଜୟ ପରେ ସୁଦ୍ଧା ଅଶୋକ ସ୍ଥାନୀୟ ରାଜାମାନଙ୍କ ହାତରେ କଳିଙ୍ଗର ଶାସନ ଭାର ଛାଡ଼ି ଯାଇଥିଲେ । ମୌର୍ଯ୍ୟ ପ୍ରାଶାସନିକ ବ୍ୟବସ୍ଥା ସିଧାସଳଖ ଭାବେ କଳିଙ୍ଗରେ ଲାଗୁ ହୋଇ ନଥିଲା । ପ୍ରାଦେଶିକ ସ୍ୱାୟତ୍ତତା ବିନା ଆଜିଠୁଁ ୨୫୦୦ ବର୍ଷ ପୂର୍ବେ ମଗଧ ଭଳି ଏକ ବିଶାଳ ସାମ୍ରାଜ୍ୟ ତିଷ୍ଠି ରହିବା ସମ୍ଭବ ନଥିଲା । ପ୍ରକୃତରେ ଦେଖିବାକୁ ଗଲେ, ଅଶୋକଙ୍କ ଅହିଂସା, ଶାନ୍ତି ଓ ଧର୍ମନୀତି ପ୍ରବର୍ତ୍ତନ ପଛରେ ମଧ୍ୟ କେନ୍ଦ୍ରୀୟ ବ୍ୟବସ୍ଥା ବଦଳରେ ଏକ ସଂଘୀୟ ବ୍ୟବସ୍ଥାର ବ୍ୟାବହାରିକ ଆଧାରକୁ ଅନୁଭବ କରିହୁଏ । ଭୁବନେଶ୍ୱର ନିକଟସ୍ଥ ଧଉଳିରୁ ପ୍ରାପ୍ତ ଅଶୋକଙ୍କ ସ୍ୱତନ୍ତ୍ର ଅନୁଶାସନ କଳିଙ୍ଗରେ ଅବସ୍ଥାପିତ ରାଜ ପ୍ରତିିନିଧିଙ୍କୁ ସମ୍ବୋଧନ କରି ଜାରି କରାଯାଇଥିଲା । ଏଥିରୁ ଅଶୋକଙ୍କ ମାନବିକତା ଓ ପ୍ରଜାବତ୍ସଳତା ତଥା ନିରପେକ୍ଷତା ସୁସ୍ପଷ୍ଟ ହୁଏ । ରାଜପ୍ରତିିନିଧି କେତେ ମାତ୍ରାରେ ଏହି ଅନୁଶାସନକୁ କାର୍ଯ୍ୟକାରୀ କରିଥିଲେ ଜଣାପଡ଼େ ନାହିଁ । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଇଂରାଜୀରେ ଅନୁଶାସନକୁ ଯେପରି ଲିପିବଦ୍ଧ କରିଛନ୍ତି, ତାହା ନିମ୍ନରେ ଅବିକଳ ଭାବରେ ଦିଆଗଲା :

In affairs of Administration, there might be persons who would suffer imprisonment or coercion. In that also might occur accidental death in prison and many might also heavily suffer for that. In that case you must strive to deal with all of them impartially, the attributes which are not conducive to impartial dealings are malignity, irascibility, harshness, hastiness, lack of practice, indolence and weariness. You all must strive so that these attributes may not be in you. At the root of all impartial dealings lie the absence of anger and avoidance୨୮ . ଓଡ଼ିଶା ଇତିହାସ