ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେବମନ୍ଦିର ମଧ୍ୟ ରାଜ୍ୟରେ ରହିଥିବା କଥା ବିବରଣୀରେ କୁହାଯାଇଛି। କୋଶଳରୁ ହୁଏନ୍‍ସାଂ ଆନ୍ଧ୍ର ଅଭିମୁଖେ ଯାତ୍ରା କରିଥିଲେ ବୋଲି ବିଶ୍ୱାସ କରାଯାଏ।

ହୁଏନ୍‍ସାଂଙ୍କ ବିବରଣୀରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ସେତେବେଳେ ଓଡ଼ିଶାର ବିଭିନ୍ନ ରାଜ୍ୟ ତଥା ଓଡ୍ର, କଳିଙ୍ଗ ଓ କଙ୍ଗୋଦରେ ବ୍ୟବହୃତ ହେଉଥିବା ଭାଷା ମଧ୍ୟ-ଭାରତରୁ ପୃଥକ ଥିଲା। ଯଦିଓ ଏହି ତିିନି ରାଜ୍ୟରେ ବ୍ୟବହୃତ ଭାଷା ମଧ୍ୟରେ କେତେକ ସାମଞ୍ଜସ୍ୟ ରହିଥିଲା, କୌଣସିଠାରେ ତା'ର ଉଲ୍ଲେଖ ନାହିଁ; ଭାଷା ଭିତ୍ତିରେ ଓଡ଼ିଶାର ରାଜ୍ୟଗୁଡ଼ିକ ଏକ ସ୍ୱତନ୍ତ୍ର ପରିଚୟ ରଖୁଥିଲେ। ତେଣୁ, ଅନେକ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିବା ସତ୍ତ୍ୱେ ବାହାର ଅଞ୍ଚଳରେ କଳିଙ୍ଗ ଗୋଟିଏ ଅଞ୍ଚଳ ବୋଲି ପରିଗଣିତ ହେଉଥିଲା। ଏହି ଆଧାରରେ ଶୈଳୋଦ୍ଭବ ରାଜାମାନେ ଏବଂ ତାଙ୍କ ପୂର୍ବରୁ ଅନ୍ୟ ରାଜାମାନେ ନିଜକୁ 'ସକଳ କଳିଙ୍ଗାଧିପତି' ନାମରେ ପରିଚୟ ଦେବାରେ ଗୌରବ ଅନୁଭବ କରୁଥିଲେ।

ଅଷ୍ଟମ ଶତାବ୍ଦୀର ଆରମ୍ଭରେ ଶୈଳୋଦ୍ଭବ ଶାସନର ପତନ ହେଲା। ଭୌମକର ବଂଶର ରାଜା ପ୍ରଥମ ଶିବକର ଦେବ ଉନ୍ମତ୍ତ କେଶରୀ ସେମାନଙ୍କୁ କଙ୍ଗୋଦରୁ ବିତାଡ଼ିତ କଲେ। ରାଜ୍ୟରୁ ବିତାଡ଼ିତ ହେବା ପରେ ଅଲ୍ଲପରାଜ ନାମକ ଜଣେ ଶୈଳୋଦ୍ଭବଙ୍କୁ ନସୁଣ୍ତା ପର୍ବତରେ ଅଭିଷେକ କରାଯାଇଥିଲା। ଅର୍ଥାତ୍‍ ଶୈଳୋଦ୍ଭବମାନେ ଭୌମକର ବଂଶର ଉଦୟ ପରେ ପୁଣି ପାର୍ବତ୍ୟ ଅଞ୍ଚଳକୁ ଚାଲି ଯାଇଥିବାର ଅନୁମାନ କରାଯାଏ।

...

ଓଡ଼ିଶା ଇତିହାସ . ୪୭