ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୌମକର ଶାସନ

ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଆଦ୍ୟ ଭାଗରେ ଶୈଳୋଦ୍ଭବ ରାଜତ୍ୱର ପତନ ସମୟରେ ଓଡ଼ିଶାର ତୋଷାଳୀ କ୍ଷେତ୍ରରେ ଭୌମକରମାନେ ଏକ ରାଜ୍ୟ ପ୍ରତିଷ୍ଠା କରି ରାଜତ୍ୱ ଆରମ୍ଭ କଲେ। ତୋଷାଳୀ ରାଜ୍ୟ ଏହି ସମୟରେ ଉତ୍ତରରେ ଦଣ୍ତଭୁକ୍ତି (ମେଦିନିପୁର)ଠାରୁ ଆରମ୍ଭ କରି ଦକ୍ଷିଣରେ ମହେନ୍ଦ୍ର ପର୍ବତ (ଗଞ୍ଜାମ) ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ପ୍ରାୟ ଦୁଇଶହ ବର୍ଷ ଧରି (ଖ୍ରୀ.୭୩୬ ରୁ ଖ୍ରୀ.୯୨୩) ଭୌମକରମାନେ ରାଜ୍ୟ ଶାସନ କରିଥିଲେ। ଉପକୂଳ ଅଞ୍ଚଳ ବ୍ୟତୀତ ସେମାନେ ପଡୋଶୀ କଳିଙ୍ଗ ଓ ଓଡ୍ର ଅଞ୍ଚଳଗୁଡ଼ିକୁ ମଧ୍ୟ ନିଜ ଅଧୀନକୁ ଆଣିବାକୁ ଅନେକ ସମୟରେ ଉଦ୍ୟମ କରୁଥିଲେ ଏବଂ ସେହି ଆଧାରରେ କେତେକ ଭୌମକର ରାଜା ନିଜକୁ 'ସକଳ କଳିଙ୍ଗାଧିପତି' ବୋଲି ଘୋଷଣା କରିଥିଲେ। ସେମାନେ ନିଜକୁ ଉତ୍କଳର ବୋଲି ମଧ୍ୟ କହୁଥିଲେ। ପ୍ରାକୃତିକ ଓଡ଼ିଶା ବାହାରେ ବଙ୍ଗର ରାଢ଼ ରାଜ୍ୟ ସହ ଯୁଦ୍ଧ କରି ସେମାନେ ବିଜୟୀ ହୋଇଥିବାର ପ୍ରମାଣ ରହିଛି। ଗୁହଦେବ ପାଟକ (ଯାଜପୁର କ୍ଷେତ୍ର) ସେମାନଙ୍କର ରାଜଧାନୀ ଥିଲା। ଅନେକ ଭୌମରାଜା ବୌଦ୍ଧ ଉପାସକ ଥିଲେ, ମାତ୍ର ବ୍ରାହ୍ମଣ୍ୟ ଧର୍ମ ଓ ତା'ର ବର୍ଣ୍ଣଭେଦ ନୀତିର ପ୍ରଭାବ ମଧ୍ୟ ସେମାନଙ୍କ ଉପରେ ପ୍ରଭୂତ ମାତ୍ରାରେ ରହିଥିଲା। ବିଶେଷକରି ବୌଦ୍ଧଧର୍ମର ଅହିଂସା ନୀତିର ସେମାନେ ଅନୁଗାମୀ ନଥିଲେ। ଏହି ବଂଶର ଅନ୍ୟୂନ ଛଅ ଜଣ ରାଣୀ ରାଜ୍ୟ ଶାସନ କରିଥିବାର ଦୃଷ୍ଟାନ୍ତ ରହିଛି। ଅଷ୍ଟମ ଓ ନବମ ଶତାବ୍ଦୀର ସାମାଜିକ ପରିବେଶରେ ରାଣୀମାନଙ୍କର ରାଜ୍ୟ ଶାସନର ଦୃଷ୍ଟାନ୍ତ ଭାରତ ଇତିହାସରେ ଅନ୍ୟ କେଉଁଠି ନାହିଁ। ଏହି ଦୃଷ୍ଟିରୁ ଭୌମକର ରାଜବଂଶର ଐତିହାସିକ ମହତ୍ତ୍ୱ ସମକାଳୀନ ଭାରତରେ ଖୁବ୍‍ ଅଧିକ ବୋଲି ମନେ କରାଯାଏ।

ବିଂଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ଭୌମକର ରାଜବଂଶ ସମ୍ବନ୍ଧରେ ଐତିହାସିକମାନଙ୍କୁ କିଛି ଜଣାନଥିଲା। ବିଂଶ ଶତାବ୍ଦୀର ଆରମ୍ଭରେ କେତେକ ତାମ୍ରଶାସନ ଓ ଶିଳାଲେଖ ଆବିଷ୍କୃତ୪୮ . ଓଡ଼ିଶା ଇତିହାସ