ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରେ ମୃତ୍ୟୁ ହେବାରୁ, ସେ ରାଜପଦ ଗ୍ରହଣ କରିବାର ଅବସର ପାଇଲେ। କେବଳ ସେତିକି ନୁହେଁ, ଯଦିଓ ସେ ରାଜପଦ ଗ୍ରହଣ କରିଥିଲେ, ତାଙ୍କ ଭ୍ରାତା ଉତ୍କଳର ସୋମବଂଶୀ ରାଜା ଯଯାତି ତାଙ୍କୁ ପ୍ରଶାସନରେ ନେପଥ୍ୟରୁ ସହଯୋଗ କରୁଥିଲେ। ସେହି ପ୍ରକ୍ରିୟାରେ ଭୌମରାଜ୍ୟ ତୋଷାଳୀ ସୋମବଂଶୀଙ୍କ ରାଜ୍ୟ ଉତ୍କଳର ଏକରକମ ଅଧିକାରଭୁକ୍ତ ବା ସାମନ୍ତରାଜ୍ୟ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏସବୁକୁ ବାଦ୍‍ ଦେଲେ, ଜଣାଯିବ ଯେ, ରାଣୀ ଶାସନ ସମୟ ତଥା ଦଶମ ଶତାବ୍ଦୀର ଆରମ୍ଭରେ ହିଁ ଭୌମକର ବଂଶର ପତନ ହେଲା। ଅନ୍ୟ ଶବ୍ଦରେ କହିଲେ, ଭୌମରାଜ୍ୟରେ ରାଣୀ ଶାସନ ସତ୍ତ୍ୱେ ପୁରୁଷତାନ୍ତ୍ରିକତା ଊଣା ହୋଇ ନଥିଲା। ପୁରୁଷର ଅଭାବରେ କେବଳ ମହିଳାଙ୍କୁ ଶାସନ ଭାର ମିଳିଥିଲା ଏବଂ ଦାୟାଦ ପୁରୁଷ ଉପଲବ୍ଧ ହେଲା ପରେ ରାଣୀ ଶାସନ ଭାରରୁ ଓହରି ଯାଉଥିଲେ। ସେହି ଦୃଷ୍ଟିରୁ ଦେଖିଲେ ଭୌମରାଣୀମାନଙ୍କର ସିଂହାସନ ଆରୋହଣକୁ ଏକ ବଡ଼ ସାମାଜିକ ବିପ୍ଳବ ଭାବରେ ବୋଧହୁଏ ଗ୍ରହଣ କରିହେବ ନାହିଁ। ତା' ସତ୍ତ୍ୱେ ଆଜକୁ ୧୧୦୦ ବର୍ଷ ତଳେ ଯେ ନାରୀ ସିଂହାସନ ଆରୋହଣ କରି ରାଜତ୍ୱ କରୁଥିଲେ- ଏହାକୁ ଏକ ବିଶେଷ ସାମାଜିକ ଘଟଣା କୁହାଯାଇପାରେ। ଏହି ଭୌମ ପରଂପରା ଆଗକୁ ତିଷ୍ଠି ରହିଥିଲେ, ତାହା ନିଶ୍ଚୟ ଏକ ବଡ଼ଧରଣର ସାମାଜିକ ବିପ୍ଳବର ସୂତ୍ରପାତ କରିଥାନ୍ତା- ଏଥିରେ ସନ୍ଦେହ ନାହିଁ।

...

ଓଡ଼ିଶା ଇତିହାସ . ୫୩