ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉପମନ୍ତ୍ରୀ :
ବସନ୍ତ ମଂଜରୀ ଦେବୀ | : ସ୍ୱାସ୍ଥ୍ୟ |
ଭୈରବ ଚରଣ ମହାନ୍ତି | : ଗୃହ ନିର୍ମାଣ |
ନୀଳମଣି ରାଉତରାୟ | : ଘରୋଇ |
ଅନୁପ ସିଂହଦେଓ | : ଲୋକସମ୍ପର୍କ, ରିଲିଫ୍, ପୁନର୍ବସତି ଓ ପଶୁପାଳନ |
ଶାନ୍ତନୁ କୁମାର ଦାସ | : ସ୍ୱାୟତ୍ତଶାସନ, ସମବାୟ ଓ ମତ୍ସ୍ୟ |
ତୀର୍ଥବାସୀ ପ୍ରଧାନ | : ପରିବହନ ଓ ଜଙ୍ଗଲ |
କୃପାନିଧି ନାୟକ | : ଯୋଗାଣ ଓ କୃଷି |
ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ଭାବରେ ରଣପୁରର ରାଜମାତା ବସନ୍ତ ମଂଜରୀ ଦେବୀ ଶପଥ ଗ୍ରହଣ କଲେ । ଓଡ଼ିଶାର ଦୁଇଜଣ ଆଦିବାସୀ ନେତା ସୁନାରାମ ସୋରେନ (ବାହଲଦା) ଓ କୃପାନିଧି ନାୟକ (ସୁନ୍ଦରଗଡ଼)ଙ୍କୁ ମନ୍ତ୍ରିମଣ୍ଡଳରେ ଯଥାକ୍ରମେ କ୍ୟାବିନେଟ ମନ୍ତ୍ରୀ ଓ ଉପମନ୍ତ୍ରୀ ଭାବରେ ଗ୍ରହଣ କରାଗଲା । ସେହିପରି ଓଡ଼ିଶାର ଜଣେ ଅଗ୍ରଗଣ୍ୟ ହରିଜନ ନେତା (ଦଳିତ ଜାତିର) ଶାନ୍ତନୁ କୁମାର ଦାସଙ୍କୁ ଉପମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପ୍ରଦାନ କରାଗଲା ।
କଂଗ୍ରେସର ତତ୍କାଳୀନ ବିଶିଷ୍ଟ ଯୁବ ଓ ବିପ୍ଳବୀ ନେତା ବିଜୟାନନ୍ଦ ପଟ୍ଟନାୟକ ଗଂଜାମ ଜିଲ୍ଲାର ଜଗନ୍ନାପ୍ରସାଦ ନିର୍ବାଚନମଣ୍ଡଳୀରୁ, ବୀରେନ୍ ମିତ୍ର ମର୍ଯ୍ୟାଦାପୂର୍ଣ୍ଣ କଟକ ନଗର ଆସନରୁ, ବିଜୟ କୁମାର ପାଣି, ଝାରସୁଗୁଡ଼ା- ରମ୍ପେଲା ନିର୍ବାଚନମଣ୍ଡଳୀରୁ, ପବିତ୍ର ମୋହନ ପ୍ରଧାନ ତାଳଚେରରୁ ଓ ଚକ୍ରଧର ବେହେରା ଚାନ୍ଦବାଲିରୁ ନିର୍ବାଚିତ ହୋଇ ଆସିିଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନଥିଲେ ।
୧୦୪ . ଓଡ଼ିଶା ରାଜନୀତିର ଇତିହାସ