ଥଇଥାନ ପାଇଁ ସେ ବହୁ କଷ୍ଟ ସ୍ୱୀକାର କରିଥିଲେ । ବିଧାନସଭାରେ ଓ ସମ୍ବଲପୁର ଅଂଚଳରେ ଏଥିପାଇଁ ତୀବ୍ର ଆନ୍ଦୋଳନ ଦେଖାଦେଇଥିଲା ।
ଏହି ଦୁଇଟି ଯୋଜନା ଉଦ୍ଘାଟନ ବେଳକୁ ଶାସନ ଦାୟିତ୍ୱରେ ନବବାବୁ ନଥିଲେ । ନବବାବୁ ମୁଖ୍ୟମନ୍ତ୍ରୀ ପଦରୁ ୧୯୫୬ ଅକ୍ଟୋବର ମାସରେ ଇସ୍ତଫା ପ୍ରଦାନ କରିଥିଲେ । ଏହାର ଚାରିମାସ ପରେ ଅର୍ଥାତ୍ ୧୯୫୭ ମାର୍ଚ୍ଚ ମାସରେ ହୀରାକୁଦ ବନ୍ଧ ଉଦ୍ଘାଟିତ ହୋଇଥିଲା ।
ଶାସନ ବିକେନ୍ଦ୍ରୀକରଣ :
ଶାସନର ବିକେନ୍ଦ୍ରୀକରଣ କରି ଜନସାଧାରଣଙ୍କୁ କ୍ଷମତାର ଅଂଶୀଦାର କରିବା ନବକୃଷ୍ଣ ଚୌଧୁରୀଙ୍କର ପରିକଳ୍ପନା ଥିଲା । ଏହି ପରିକଳ୍ପନା ଅନୁଯାୟୀ ଓଡ଼ିଶାକୁ ବିଭିନ୍ନ ଅଞ୍ଚଳରେ ବିଭକ୍ତ କରାଯାଇ ପ୍ରତ୍ୟେକ ଅଂଚଳର ଲୋକପ୍ରତିନିଧିଙ୍କୁ ଘେନି ଏକ ଅଂଚଳସଭା ଗଠିତ ହେବ । ଅଂଚଳସଭା ରାଜସ୍ୱ ଆଦାୟ କରି ଅଂଚଳର ସମସ୍ତ ଉନ୍ନୟନ ଦାୟିତ୍ୱ ବହନକରିବ । ୧୯୫୬ରେ ନବବାବୁ ଏଥିପାଇଁ ବିଧିବଦ୍ଧ ଆଇନପ୍ରଣୟନ କରିିଥିଲେ । ଶାସନରେ ଥିବା ନେତା ଓ ରାଜ୍ୟର ଅମଲାତନ୍ତ୍ରର ବିରୋଧ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏହାର ପାଂଚବର୍ଷ ପରେ ବଳବନ୍ତରାୟ ମେହେଟ୍ଟା କମିଟି ସୁପାରିସରେ ଅଂଚଳ ଶାସନ କ୍ଷମତାକୁ ସଂକୁଚିତ କରାଯାଇ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ପ୍ରଚଳନ କରାଗଲା ।
ନବବାବୁଙ୍କ ଶାସନ ସମୟରେ ୧୯୫୫ ମସିହା ସେପ୍ଟେମ୍ବର ମାସରେ କାଠଯୋଡ଼ି ନଦୀର ଶାଖା ନଦୀରେ ପ୍ରବଳ ବନ୍ୟା ହେଲା । କଟକ ଜିଲ୍ଲାର ବରଡ଼ାଠାରେ ନଦୀବନ୍ଧ ଭାଙ୍ଗିଗଲା । ବଡ଼ଘାଇ ହୋଇଗଲା । ଏହା ଦଳେଇଘାଇ ଭାବରେ ଜଣାଶୁଣାା ଜଗତସିଂହପୁର ଅଂଚଳ
୧୦୮ . ଓଡ଼ିଶା ରାଜନୀତିର ଇତିହାସ