ଘଟାଇବା ଲାଗି ଆମେ ସ୍ଥିର କରିଛୁ ଯେ ଏ ରାଜ୍ୟର ଦୁଇଟି ଯାକ ବଡ଼ ରାଜନୈତିକ ଦଳ ଯେଉଁମାନେ କି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଫଳ ଭାବରେ ଚଳାଇବା ବିଷୟରେ ପ୍ରକୃତରେ ବିଶ୍ୱାସ କରନ୍ତି ଏବଂ ଭାରତ ତଥା ଓଡ଼ିଶାର ଉନ୍ନତି ଓ ପ୍ରଗତି କାମନା କରନ୍ତି ସେ ଦୁଇଟିଯାକ ଦଳମିଳିତ ହେବା ଉଚିତ ଏବଂ ଏକ ମିଳିତ ସରକାର ଗଢ଼ି ଏକ ସଙ୍ଗେ କାର୍ଯ୍ୟ କରିବା ଉଚିତ ।"
ପୁଣି ଡକ୍ଟର ମହତାବ ଓ ସିଂହଦେଓ ସରକାରୀ କର୍ମଚାରୀମାନଙ୍କ ଦାୟିତ୍ୱ ସମ୍ପର୍କରେ କହିଲେ ଯେ "ରାଜ୍ୟକୁ ପୁନର୍ଗଠିତ କରିବା ଭଳି କ୍ଲେଶକର କାର୍ଯ୍ୟ ସାଧନାରେ ଶାସନ କଳର ଗୁରୁଦାୟିତ୍ୱ ରହିଛି । ଆମର ଆଶା ଓ ବିଶ୍ୱାସ ଯେ ଓଡ଼ିଶାର ସ୍ଥାୟୀ ସରକାରୀ କର୍ମଚାରୀମାନେ ପରିସ୍ଥିତିର ଯୋଗ୍ୟ ହୋଇ ଉଠିବେ ଏବଂ ଶାସନକଳ ଭିତରେ ଦକ୍ଷତା ତଥା ସାଧୁତାର ନୂତନ ଆଦର୍ଶ ଦେଖାଇବେ ।"
ତା୧୪.୭.୧୯୫୯ରିଖରେ କଂଗ୍ରେସ-ଗଣତନ୍ତ୍ର ପରିଷଦର ମିଳିତ ମନ୍ତ୍ରିମଣ୍ଡଳ ସଂପ୍ରସାରିତ ହେଲା । ଏହି ମନ୍ତ୍ରିମଣ୍ଡଳରେ ନୂତନ ସଭ୍ୟ ଗ୍ରହଣ କରାଯିବା ସହ ବିଭାଗର ପୁନଃବଣ୍ଟନ ହେଲା:
କ୍ୟାବିନେଟ ମନ୍ତ୍ରୀ :
ଡକ୍ଟର ହରେକୃଷ୍ଣ ମହତାବ | : | ପଲ୍ଟିକାଲ ଆଣ୍ଡ୍ ସର୍ଭିିସେସ୍ (ସାଧାରଣ ବିଭାଗ), ଘରୋଇ, |
ଶିକ୍ଷା, ଯୋଜନା ଓ ସମନ୍ୱୟ | ||
ରାଜେନ୍ଦ୍ର ନାରାୟଣ ସିଂହଦେଓ | : | ଅର୍ଥ, ଶିଳ୍ପ, ଖଣି, ଭୂତତ୍ତ୍ୱ ଓ ଆଇନ |
ରାଧାନାଥ ରଥ | : | ବିକାଶ |
ସତ୍ୟପ୍ରିୟ ମହାନ୍ତି | : | ରାଜସ୍ୱ, ଅବକାରୀ, ପଲଟିକାଲ ଆଣ୍ଡ ସର୍ଭିିସେସ୍, ରାଜଧାନୀ ପ୍ରଶାସନ |
ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ | : | ପୂର୍ତ୍ତ (ନିଯୁକ୍ତି, ଜଳସେଚନ, ନଦୀବନ୍ଧ, ଡ୍ରେନେଜ୍ ଓ ବିଜୁଳି) |
ନୀଳମଣି ରାଉତରାୟ | : | ଯୋଗାଣ ଓ ବାଣିଜ୍ୟ |
ଉଦିତ୍ ପ୍ରତାପ ଶେଖର ଦେଓ | : | ପଲଟିକାଲ ଆଣ୍ଡ ସର୍ଭିିସେସ, ରାଜଧାନୀ ପ୍ରଶାସନ, ଆଦିବାସୀ |
କଲ୍ୟାଣ, ଭିଜିଲାନ୍ସ ସଂଗଠନ, ନଦୀ ଉପତ୍ୟକା ଉନ୍ନୟନ, | ||
ରାଉରକେଲା ଇସ୍ପାତ କାରଖାନା ବିଷୟ | ||
ବୃନ୍ଦାବନ ନାୟକ | : | ପରିବହନ, ପୂର୍ତ୍ତ (ରାସ୍ତା ଓ ଗୃହନିର୍ମାଣ) |
ରାମ ପ୍ରସାଦ ମିଶ୍ର | : | ଯୋଜନା ଓ ସମନ୍ୱୟ (ଗୋଷ୍ଠୀ ଉନ୍ନୟନ, ଜାତୀୟ ସଂପ୍ରସାରଣ |
ସେବା ଏବଂ ଗ୍ରାମ ପଞ୍ଚାୟତ ସଂଯୋଜନା) | ||
ରାଜବଲ୍ଲଭ ମିଶ୍ର | : | ଆଦିବାସୀ ଗ୍ରାମ ମଙ୍ଗଳ ଏବଂ ଶ୍ରମ |
ଓଡ଼ିଶା ରାଜନୀତିର ଇତିହାସ . ୧୩୧