ପୃଷ୍ଠା:Odisha Rajanitira Itihasa.pdf/୨୪୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଭିନ୍ନ ସମୟରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ :

ଘଟଣାଚକ୍ରରେ ରାଜସ୍ୱ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ୧୯୮୫ ମସିହା ଏପ୍ରିଲ ୩୦ ତାରିଖରେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀପଦରୁ ଇସ୍ତଫା ଦେଲେ । ନିଜର ସମ୍ମାନ ବଜାୟ ରଖିବା ନିମନ୍ତେ ସେ ସୁପ୍ରିମ କୋର୍ଟରେ ଅପିଲ୍‍ କଲେ । ମେ ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଯଦୁନାଥ ଦାଶ ମହାପାତ୍ରଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କଲେ । ସେ ରହିଲେ ଶିକ୍ଷା ଓ ଯୁବ ସେବା ବିଭାଗ ଦାୟିତ୍ୱରେ । ଯୁଗଳ କିଶୋର ପଟ୍ଟନାୟକଙ୍କ ହାତରୁ ଏହି ବିଭାଗ କାଢ଼ି ନିଆଯାଇ ତାଙ୍କୁ ରାଜସ୍ୱ ବିଭାଗ ପ୍ରଦାନ କରାଗଲା । ଏହି ସଂପ୍ରସାରଣରେ ଶରତ ରାଉତ ରାଷ୍ଟ୍ରମନ୍ତ୍ରୀ ଭାବରେ ନିଯୁକ୍ତି ପାଇଲେ । ସେ ରହିଲେ 'ଯୋଜନା ସମନ୍ୱୟ' ଏବଂ 'ସୂଚନା ଓ ଲୋକସମ୍ପର୍କ' ବିଭାଗ ଦାୟିତ୍ୱରେ ।

୧୯୮୬ ମସିହା ଜୁଲାଇ ୨୨ ତାରିଖ ଦିନ ମନ୍ତ୍ରିମଣ୍ଡଳରେ ବ୍ୟାପକ ଅଦଳ ବଦଳ ହେବା ସହ ବିରାଟ ସଂପ୍ରସାରଣ ଘଟିଲା । ଅନୁପ ସିଂହଦେଓ ମନ୍ତ୍ରିମଣ୍ଡଳରୁ ବାଦ୍‍ ପଡ଼ିଲେ । ହରିହର କରଣ, ସେକ୍‍ ମତଲୁବ୍‍ ଅଲ୍ଲି, ରାସ ବିହାରୀ ବେହେରାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଗଲା । ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦୋଷ ବୋଲି ସେତେବେଳକୁ ମାନ୍ୟବର ସୁପ୍ରିମ କୋର୍ଟ ରାୟ ଦେଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ନିରଞ୍ଜନ ବାବୁଙ୍କୁ ଏହି ସଂପ୍ରସାରଣରେ କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ ଗ୍ରହଣ କଲେ । ତାଙ୍କୁ ଶିଳ୍ପ, ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ଦାୟିତ୍ୱ ଦିଆଗଲା । ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟ୨୪୮ . ଓଡ଼ିଶା ରାଜନୀତିର ଇତିହାସ