ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବେଦପ୍ରକାଶ ଅଗ୍ରଓ୍ୱାଲ | : | ସାଧାରଣ ଉଦ୍ୟୋଗ, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ |
ସମୀର ଦେ | : | ନଗର ଉନ୍ନୟନ, ସାଧାରଣ ଅଭିଯୋଗ ଓ ପେନ୍ସନ୍ |
ଅରବିନ୍ଦ ଢ଼ାଲି | : | ସମବାୟ, ବୟନ ଓ ହସ୍ତତନ୍ତ |
କନକବର୍ଦ୍ଧନ ସିଂହଦେଓ | : | ଶିଳ୍ପ |
ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ :
ଦୁର୍ଯ୍ୟୋଧନ ମାଝି | : | ସୂଚନା ଓ ଲୋକ ସମ୍ପର୍କ |
ବିଜୟଶ୍ରୀ ରାଉତରାୟ | : | ପର୍ଯ୍ୟଟନ ଓ ସଂସ୍କୃତି |
ରଣେନ୍ଦ୍ର ପ୍ରତାପ ସ୍ୱାଇଁ | : | କ୍ରୀଡା, ଯୁବବ୍ୟାପାର, ବିଜ୍ଞାନ ଓ କାରିଗରୀ |
ପ୍ରଶାନ୍ତ ନନ୍ଦ | : | ଉଚ୍ଚଶିକ୍ଷା ଏବଂ ଗ୍ରାମ ଉନ୍ନୟନ |
ଶ୍ରୀମତୀ ଦ୍ରୌପଦୀ ମୁର୍ମୁ | : | ବାଣିଜ୍ୟ ଓ ପରିବହନ |
ବିମ୍ବାଧର କୁଅଁର | : | ଶ୍ରମ ଓ ନିଯୁକ୍ତି |
ରାଷ୍ଟ୍ରମନ୍ତ୍ରୀ :
ଦେବୀପ୍ରସାଦ ମିଶ୍ର | : | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ |
ରବିନାରାୟଣ ନନ୍ଦ | : | ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ |
ଅମର ପ୍ରସାଦ ଶତପଥୀ | : | କୃଷି |
ଗୋଲକ ନାୟକ | : | ଯୋଜନା ଓ ସମନ୍ୱୟ |
ସରକାରୀ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ :
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହା ମାର୍ଚ୍ଚ ମାସ ୨୨ ତାରିଖରେ ବିଜୁ ଜନତା ଦଳର ବିଧାୟକ ପ୍ରଦୀପ ମହାରୀ ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଯଥାକ୍ରମେ ସରକାରୀ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କଲେ ।
ପରଲୋକ, ଉପନିର୍ବାଚନ, ନିଲମ୍ବନ-ଇସ୍ତଫା :
ଭଦ୍ରକ ବିଧାୟକ ବୀରେନ୍ ପଲେଇଙ୍କର ୨୦୦୧ ମାର୍ଚ୍ଚ ୨ ତାରିଖରେ, ରେଢା଼ଖୋଲ ବିଧାୟକ ଦୁର୍ଯ୍ୟୋଧନ ସୋହେଲାଙ୍କର ୨୦୦୧ ଅଗଷ୍ଟ ୪ ତାରିଖରେ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିବା ନୟାଗଡ଼ ବିଧାୟକ ଭାଗବତ ବେହେରାଙ୍କର ୨୦୦୨ ଜୁନ୍ ୩ ତାରିଖରେ ଓ ବୀରମହାରାଜପୁର ବିଧାୟକ ବୈଷ୍ଣବ ପ୍ରଧାନଙ୍କର ୨୦୦୩ ମଇ ମାସ ୨୧ ତାରିଖରେ ପରଲୋକ ଘଟିଲା ।
୨୯୮ ଓଡ଼ିଶା ରାଜନୀତିର ଇତିହାସ